ଢେଙ୍କାନାଳ : ଢେଙ୍କାନାଳ ପୌରପାଳିକା ଦ୍ୱାରା ରାଜ୍ୟରେ ପ୍ରଥମ ଥର ପାଇଁ ବର୍ଜ୍ୟବସ୍ତୁକୁ ନେଇ ମଳ ପଙ୍କ ପରିଚାଳନା କେନ୍ଦ୍ର ଦ୍ୱାରା ଜୈବଖତ ପ୍ରସ୍ତୁତରେ ପ୍ରଥମ ସ୍ଥାନ ଅଧିକାର କରିଥିବାରୁ ଝାଡଖଣ୍ଡ ସରକାର ତାଙ୍କର ଏକ ସ୍ୱତନ୍ତ୍ର ଟିମକୁ ଏହା ବୁଲି ଦେଖିବାପାଇଁ ଢେଙ୍କାନାଳ ପଠାଇଥିଲେ ।
ଏହି ଟିମ ଢେଙ୍କାନାଳ ଗସ୍ତରେ ଆସି ମଳ ପଙ୍କ ପରିଚାଳନା କେନ୍ଦ୍ର ବୁଲି ଦେଖିବା ସହିତ ସେଥିରୁ କିଭଳି ଜୈବ ଖତ ଉତ୍ପାଦିତ ହୋଇପାରୁଛି ତାହାକୁ ନେଇ ବିଭାଗୀୟ ଅଧିକାରୀଙ୍କ ସହ ବିସ୍ତୃତ ଆଲୋଚନା କରିଥିଲେ । ଏହି ଅବସରରେ ଢେଙ୍କାନାଳ ପୌର ନିର୍ବାହୀ ଅଧିକାରୀ ଅତନୁ କୁମାର ସାମନ୍ତ , ପୌର ଯନ୍ତ୍ରୀ ରଶ୍ମିତା ମିଶ୍ର ,ସାନିଟେସନ ଅଫିସର ସରୋଜ କୁମାର ରାଉତ ଏବଂ ବିଭାଗୀୟ କର୍ମଚାରୀମାନେ ଏହି ଟିମକୁ ମଳ ପଙ୍କ ପରିଚାଳନା କେନ୍ଦ୍ର ବୁଲାଇ ଦେଖାଇବା ସହିତ ଜେବଖତ ଉତ୍ପାଦନ ବିଷୟରେ ପୁଙ୍ଖାନୁପୁଙ୍ଖ ଭାବେ ବୁଝାଇଥିଲେ ।
ଝାଡଖଣ୍ଡର ଏହି ଟିମରେ ସୁଡା,ୟୁନିସେଫର କର୍ମକର୍ତ୍ତାମାନେ ଆସି ପୌରପାଳିକାର ଏହି ଯୋଜନାକୁ ବୁଲି ଦେଖିବା ସହିତ ଭୂୟସୀ ପ୍ରଶଂସା କରିଥିଲେ ।