ଆଇ.ଏ.ଏସ୍ ପ୍ରୋବେଶନଙ୍କ ଢେଙ୍କାନାଳ ଜିଲ୍ଲା ଗସ୍ତ !

ଢେଙ୍କାନାଳ :ଜିଲ୍ଲା ପରିଷଦ ସମ୍ମିଳନୀ ହଲ୍ କକ୍ଷରେ ଜିଲ୍ଲାପାଳ ସରୋଜ କୁମାର ସେଠୀ ବିଭିନ୍ନ ରାଜ୍ୟରୁ ଭାରତ ଦର୍ଶନ କାର୍ଯ୍ୟକ୍ରମରେ ଆସିଥିବା ଆଇ.ଏ.ଏସ ପ୍ରୋବେଶନମାନଙ୍କୁ ଜିଲ୍ଲାରେ କାର୍ଯ୍ୟକାରୀ ହେଉଥିବା ବିଭିିନ୍ନ ଉନ୍ନୟନ ମୁଳକ ଏବଂ ଅଭିନବ କାର୍ଯ୍ୟକ୍ରମ ସମ୍ପର୍କରେ ବର୍ଣ୍ଣନା କରି ଅବଗତ କରାଇଛନ୍ତି ।

ଢେଙ୍କାନାଳ ଜିଲ୍ଲାରେ ୫-ଟି ଅଧିନରେ ମୋ ସରକାର କାର୍ଯ୍ୟକ୍ରମ , ଇକୋ ଫ୍ରେଣ୍ଡଲୀ ଶିକ୍ଷା, ସ୍ୱାସ୍ଥ୍ୟ, ପାନୀୟ ଜଳ , ବିଜୁ କଲ୍ୟାଣ ଯୋଜନାରେ ମାଗଣା ସ୍ୱାସ୍ଥ୍ୟ ସେବାର କାର୍ଯ୍ୟକାରିତା, କୃଷି ଜାତ ଦ୍ରବ୍ୟର ଉତ୍ପାଦନ ବୃଦ୍ଧି, ପଶୁ ପାଳନ, ଉଦ୍ୟାନ କୃଷ୍‌ି, ପ୍ରାକୃତିକ ବିପର୍ଯ୍ୟୟର ଉଚିତ ମୁକାବିଲା, ବର୍ଜ୍ୟବସ୍ତୁ ପରିଚାଳନା, ସହରବାସୀଙ୍କ ପାଇଁ ଜାଗା ମିଶନ, ବର୍ଷା ଜଳ ଅମଳ, ଦୁର୍ଗମ ଗ୍ରାମାଞ୍ଚଳର ବିକାଶ ନିମନ୍ତେ ଉଦ୍ୟମ, ଜିଲ୍ଲାରେ ହକି ଖେଳର ବିକାଶ ନିମନ୍ତେ ସ୍ୱତନ୍ତ୍ର ପ୍ରୟାସ, ଶିଶୁ ମୃତ୍ୟୁହାର ହ୍ରାସ, ସାକ୍ଷରତା ହାର ବୃଦ୍ଧି ଆଦି ସମ୍ପର୍କରେ ଆଇ.ଏ.ଏସ୍ ପ୍ରୋବେଶନମାନଙ୍କୁ ଜଣାଇଥିଲେ ।

ପ୍ରତ୍ୟେକ ମାସରେ ବୈଠକ ଡକାଯାଇ ବ୍ଳକ, ସବଡିଭିଜନ, ଜିଲ୍ଲା ସ୍ତରରେ ଅଭିଯୋଗ ଶୁଣାଣୀ ହୋଇ ଜିଲ୍ଲାବାସୀଙ୍କ ସମସ୍ୟାର ସମାଧାନ ଦିଗରେ ଧ୍ୟାନ ଦିଆଯିବା ସହିତ ସେମାନଙ୍କୁ ସଚେତନ କରାଯାଉଛି ବୋଲି ସେ ପ୍ରକାଶ କରିଥିଲେ । ସମସ୍ତ ଆଇ.ଏ.ଏସ ପ୍ରୋବେଶନମାନଙ୍କ କର୍ମମୟ ଜୀବନ ଉଜ୍ୱଳମୟ ହେଉ ବୋଲି ଜିଲ୍ଲାପାଳ କାମନା କରିଥିଲେ ।

ଆଇ.ଏ.ଏସ ପ୍ରୋବେଶନମାନେ ଜିଲ୍ଲାର କଳା, ସଂସ୍କୃତି ସ୍ଥାପତ୍ୟ, ପ୍ରାକୃତିକ ପରିବେଶକୁ ଜାଣି ଖୁସି ଅନୁଭବ କରିଥିବାରୁ ସେମାନଙ୍କର ଏହି ଗସ୍ତ ଖୁବ ଫଳପ୍ରଦ ହୋଇଛି ବୋଲି ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥାର ପ୍ରକଳ୍ପ ନିର୍ଦ୍ଦେଶକ ସାଫଲ୍ୟ ମଣ୍ଡିତ ପ୍ରଧାନ ପ୍ରକାଶ କରିଥିଲେ । ଏହି ଅବସରରେ ଆଇ.ଏ.ଏସ ପ୍ରୋବେଶନମାନେ କପିଳାସ ପୀଠ, ପାର୍କ ଏବଂ ଯୋରନ୍ଦା ମହିମା ଗାଦି ପରିଦର୍ଶନ କରିଥିବା ବେଳେ କଙ୍କଡାହାଡର ଅଙ୍ଗନୱାଡି କେନ୍ଦ୍ର, ଅର୍ଣ୍ଣମେଣ୍ଟାଲ ଫିସ ସେଣ୍ଟର, କୋଟଗରା ସ୍ଥିତ ରୁରାଲ ପାର୍କ, ୫-ଟି ସ୍କୁଲ ବୁଲି ଦେଖିଥିଲେ ।

ପୂର୍ବାହ୍ନରେ ସେମାନେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ମଧ୍ୟ ପରିଦର୍ଶନ କରିଥିଲେ । ଭାରତ ଦର୍ଶନରେ ଢେଙ୍କାନାଳ ଜିଲ୍ଲା ପରିଦର୍ଶନ କରି ସେମାନେ ବହୁତ ଖୁସି ଅନୁଭବ କରୁଛନ୍ତି ଏବଂ ଏଥିପାଇଁ ସେମାନେ ଜିଲ୍ଲାପାଳଙ୍କୁ ଧନ୍ୟବାଦ ଓ କୃତଜ୍ଞତା ଜ୍ଞାପନ କରିଛନ୍ତି ।

ଏହି ବୈଠକରେ ଅତିରିକ୍ତ ଜିଲ୍ଲାପାଳ ରମେଶ ଚନ୍ଦ୍ର ସେଠୀ, ଅତିରିକ୍ତ ଜିଲ୍ଲାପାଳ ଉଦୟ କୁମାର ମହାପାତ୍ର, ସଦର ଉପଜିଲ୍ଲାପାଳ ସୁଶ୍ରୀ ସ୍ନିଗ୍ଧାରାଣୀ ଧଳ, ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ ଡା.ଅଶୋକ କୁମାର ଦାଶ , ଅତିରିକ୍ତ ପ୍ରକଳ୍ପ ନିର୍ଦ୍ଦେଶକ ସରୋଜ କୁମାର ଦତ ଓ ବିଭିନ୍ନ ବିଭାଗୀୟ ଅଧିକାରୀମାନେ ଉପସ୍ଥିତ ଥିଲେ ।

Leave A Reply

Your email address will not be published.

five × two =