ଢ଼େଙ୍କାନାଳ : ଗଁଦିଆ ବ୍ଳକ ଷଡଙ୍ଗୀ ଠାରେ ଅନୁଷ୍ଠିତ ସାଂସଦଙ୍କ ଜନଶୁଣାଣୀ ଶିବିରରେ ଉପସ୍ଥିତ ବ୍ଳକର ବିଭିନ୍ନ ପଞ୍ଚାୟତରୁ ନିର୍ବାଚିତ ସରପଞ୍ଚ, ସମିତି ସଭ୍ୟ ଓ ୱାର୍ଡ ମେମ୍ବରଙ୍କୁ ସାଂସଦ ମହେଶ ସାହୁ ଉତ୍ତରୀୟ ଦେଇ ସମ୍ବର୍ଦ୍ଧିତ କରିଥିଲେ ।
ଏହି ଅବସରରେ ଜନ ପ୍ରତିନିଧିମାନେ ନିଜ ନିଜ ପଞ୍ଚାୟତ ଓ ୱାର୍ଡ ଗୁଡିକର ସମସ୍ୟା ସମ୍ପର୍କରେ ଆଲୋଚନା କରିଥିଲେ । ମୁଖ୍ୟତଃ ପାନୀୟ ଜଳ ସମସ୍ୟା, ରାସ୍ତା ଓ ବିଦ୍ୟାଳୟରେ ହେଉଥିବା ଅବ୍ୟବସ୍ଥା ଗୁଡିକ ସମ୍ପର୍କରେ ବିଷଦ ଭାବେ ଆଲୋଚନା କରିଥିଲେ । ବିଦ୍ୟାଳୟ ଗୁଡିକରେ ଶିକ୍ଷକ ଅବ୍ୟବସ୍ଥାକୁ ନେଇ ଜନ ପ୍ରତିନିଧିମାନେ ସାଂସଦଙ୍କ ସହ ଆଲୋଚନା କରିଥିବା ବେଳେ ଏହାର ପ୍ରତିକାର ପାଇଁ ସାଂସଦ ଶ୍ରୀ ସାହୁ ପ୍ରତିଶୃତି ଦେଇଥିଲେ ।
ମୁଖ୍ୟତଃ ସାଂସଦ ଶ୍ରୀ ସାହୁ ଗ୍ରାମାଞ୍ଚଳରେ ଶିକ୍ଷା ବ୍ୟବସ୍ଥାକୁ ଅଗ୍ରାଧିକାର ଭିତିରରେ ସମସ୍ତ ସହଯୋଗ କରିବେ ବୋଲି କହିଥିଲେ । ଏହି ଶିବିରରେ ପୂର୍ବତନ ବ୍ଳକ ଚେୟାରମ୍ୟାନ ପ୍ରଫୁଲ୍ଲ କୁମାର ସାହୁ, ପୂର୍ବତନ ଜିଲ୍ଲା ପରିଷଦ ସଦସ୍ୟ ତାପସ କୁମାର ସାହୁ, ପୂର୍ବତନ ଜିଲ୍ଲା ପରିଷଦ ସଦସ୍ୟ କୋଦଣ୍ଡଧର ସାହୁ, ମଠତେନ୍ତୁଳିଆର ମାନଭଞ୍ଜନ ମହାନ୍ତି, ମହେନ୍ଦ୍ର ପୃଷ୍ଟି, ବରିଷ୍ଠ ନେତା ବେଣୁଧର ପାତ୍ର, ଦୀପକ ପାତ୍ର, ନିଳମଣୀ ସାହୁ ପ୍ରମୁଖଙ୍କ ସମେତ ସଦାଶିବ ମହାପାତ୍ର, ଜିତେନ୍ଦ୍ର ପଟ୍ଟନାୟକ, ରଞ୍ଜନ ସାହୁ, ମହେନ୍ଦ୍ର ସାହୁ, ଦୁଷ୍ମନ୍ତ କୁମାର ମହାନ୍ତି, ଶ୍ୟାମସୁନ୍ଦର ସାହୁଙ୍କ ସହିତ ବହୁ ଜନ ପ୍ରତିନିଧି ଉପସ୍ଥିତ ରହି ସ୍ଥାନୀୟ ସମସ୍ୟା ସମ୍ପର୍କରେ ସାଂସଦଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ ।
ଆସନ୍ତା ମାସ ଜୁନ ୧୨ ତାରିଖ ଦିନ ଗଁଦିଆ ବ୍ଳକ ରାଜୀବ ଗାନ୍ଧୀ ସେବା ସଦନ ଠାରେ ଜନ ଶୁଣାଣୀ ଶିବିର ଅନୁଷ୍ଠିତ ହେବ ବୋଲି ସାଂସଦଙ୍କ କାର୍ଯ୍ୟାଳୟ ସୂତ୍ରରୁ ସୂଚନା ମିଳିଛି ।