କୋରଙ୍ଗା ଆଦିବାସୀଙ୍କ ଦଖଲରେ ଥିବା ଜମିକୁ ଉଚ୍ଛେଦ ନ କରିବା ପାଇଁ ଦାବୀ !

ଢେଙ୍କାନାଳ :ଢେଙ୍କା ଶବରର ନାମାନୁଯାୟୀ ଢେଙ୍କାନାଳ ଜିଲ୍ଲା ଗଠନ କରାଯାଇଥିଲା । ଅନ୍ୟ ଅର୍ଥରେ ଆଜି ଢେଙ୍କାନାଳ ଜିଲ୍ଲାରେ ସମସ୍ତ ଶବର ଭୂମିହୀନ ହୋଇପଡିଛନ୍ତି । ଶବର ସମ୍ପ୍ରଦାୟଙ୍କ ଦଖଲରେ ଥିିବା ଜମିରେ ସେମାନେ ଜୀବିକାର୍ଜନ ପାଇଁ କାଜୁ ବୃକ୍ଷ ରୋପଣ କରି ଚଳୁଛନ୍ତି । ବର୍ତମାନର ସରକାରୀ କଳ ଏହି ଶବରଙ୍କ ଦଖଲରେ ଥିବା ଜମିକୁ ଶବର ସମ୍ପ୍ରଦାୟଙ୍କୁ ବେଦଖଲ କରାଯାଇ ଉଚ୍ଚ ଜାତିର ଲୋକଙ୍କୁ ଲିଜରେ ଦେଇ ଖଣି ଖୋଳିବାର ବ୍ୟବସ୍ଥା କରୁଛନ୍ତି ।

ଏଭଳି ଏକ ଘଟଣା ଢେଙ୍କାନାଳ ଜିଲ୍ଲା ସଦର ବ୍ଳକ, ଶଙ୍କରପୁର ପଞ୍ଚାୟତ ଅନ୍ତର୍ଗତ କୋରଙ୍ଗା ଆଦିବାସୀ ସାହିରେ ଦେଖିବାକୁ ମିଳିଛି । ହଜାର ହଜାର ବର୍ଷତଳୁ ଦଖଲରେ ରଖିଥିବା ଆଦିବାସୀ ସମ୍ପ୍ରଦାୟଙ୍କ ଜାଗାକୁ କେଉଁ ପରିସ୍ଥିତିରେ ଜିଲ୍ଲା ପ୍ରଶାସନ ଲିଜ୍ ପ୍ରଦାନ କରିିଛି ତାହାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି ? ଏପରିକି ଲୋକ ପ୍ରତିନିଧି ରୂପେ ବର୍ତମାନର ସ ପଞ୍ଚ କିମ୍ବା ପୂର୍ବତନ ସରପଞ୍ଚ ମଧ୍ୟ ଏ ବିଷୟରେ ଅବଗତ ନଥିବାର ସୂଚନା ମିଳିଛି ।

ଆଦିବାସୀଙ୍କ ଜମିକୁ ଲିଜ୍ ସମ୍ବନ୍ଧରେ ସମ୍ବନ୍ଧରେ ଜିଲ୍ଲାପାଳ, ଉପଜିଲ୍ଲାପାଳ ଏହ ତହସିଲଦାରଙ୍କୁ ଲିଖିତ ଭାବେ ଜଣାଇ ଦିଆଯାଇଥିଲେ ମଧ୍ୟ କୌଣସି ପଦକ୍ଷେପ ନିଆ ନ ଯାଇ ବରଂ ଖଣି ଖନନ କାର୍ଯ୍ୟ ଆରମ୍ଭ କରାଯାଇଥିଲା । ଏହାର ପ୍ରତିବାଦରେ ଆଜ ଶବର ସମ୍ପ୍ରଦାୟ ପକ୍ଷରୁ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ପ୍ରତିବାଦ ସଭା କରାଯିବା ସହ ଜିଲ୍ଲାପାଳଙ୍କୁ ସ୍ମାରକପତ୍ର ପ୍ରଦାନ କରାଯାଇ ଏହି ଜନବିରୋଧୀ କାର୍ଯ୍ୟରୁ ପ୍ରଶାସନକୁ ନିବୃତ ରହିବା ପାଇଁ ଚେତାବନୀ ଦିଆଯାଇଛି ।

ଏହି ପ୍ରତିବାଦ ସଭାରେ ସଂଗଠନର ନେତୃମଣ୍ଡଳୀ ପ୍ରହଲ୍ଲାଦ ଶବର, ଉଷରାଣୀ ଦେହୁରୀ, ହୀରା ଦେହୁରୀ,ଆଡଭୋକେଟ ଗିରିଜା ପ୍ରସାଦ ମହାନ୍ତି, ଜିଲ୍ଲା ନେତା ବେଣୁଧର ନାଏକ ଓ ରାଜ୍ୟ ଅଧ୍ୟକ୍ଷ ଶେଖ ଅବଦୁଲ ୱାଲି ପ୍ରମୁଖ ସାମିଲ ଥିଲେ ।

Leave A Reply

Your email address will not be published.

5 × two =