ଗଁଦିଆ ; ଆୱାର୍ଡ ପରିବାର ତରଫରୁ ବିଶ୍ୱ କଇଁଛ ଦିବସ ପାଳିତ !

ଢେଙ୍କାନାଳ : ଆୱାର୍ଡ ପରିବାର ତରଫରୁ ବ୍ରାହ୍ମଣୀ ନଦୀ ସଂଲଗ୍ନ ରାଧାଦେଈପୁର ଗ୍ରାମରେ ବିଶ୍ୱ କଇଁଛ ଦିବସ ପାଳିତ ହୋଇଯାଇଛି ।

ସମୁଦ୍ର କଇଁଛମାନଙ୍କ ପରି ନଦୀ କଇଁଛମାନଙ୍କ ପରିବେଶ ପ୍ରତି ଉପକାର ଏବଂ ବଂଶବୃଦ୍ଧି ପ୍ରକ୍ରିୟା ଏକା ପ୍ରକାରର । ସାରା ବିଶ୍ୱରେ ୧୧ ପ୍ରକାରର ମଧୂର ଜଳ କଇଁଛ ଦେଖାଯାଉଥିବା ବେଳେ ବ୍ରାହ୍ମଣୀ ନଦୀର ୬ ପ୍ରଜାତିର କଇଁଛ ଦେଖାଯାଆନ୍ତି । ପରିବା ତରଫରୁ ବ୍ରାହ୍ମଣୀ ନଦୀର ନିର୍ଦ୍ଦିଷ୍ଟ କଇଁଛ ପ୍ରଜନନ କେନ୍ଦ୍ର ୨୦୧୪ ମସିହାରେ ଚିହ୍ନଟ କରାଯାଇଅଛି ।

ଏହି ପ୍ରଜନନ କେନ୍ଦ୍ରକୁ ବନବିଭାଗର ସହଯୋଗରେ ଆୱାର୍ଡ ପରିବାର ତରଫରୁ ସୁରକ୍ଷା ପ୍ରଦାନ କରାଯାଉଅଛି ବୋଲି ଆୱାର୍ଡ ପରିବାର ସମ୍ପାଦକ ରାଜେନ୍ଦ୍ର ପ୍ରସାଦ ପାଣିଗ୍ରାହୀ ସୂଚନା ଦେଇଛନ୍ତି । ମଧୂର ଜଳର ସୁରକ୍ଷା ନିମନ୍ତେ କଇଁଛ ବଂଶର ସୁରକ୍ଷା ଏବଂ ବଂଶବୃଦ୍ଧି ଅତ୍ୟନ୍ତ ଆବଶ୍ୟକ ବୋଲି ସମାବେଶରେ ଉପସ୍ଥିତ ଅତିଥିମାନେ ମତବ୍ୟକ୍ତ କରିଥିଲେ ।

ଏହି କାର୍ଯ୍ୟକ୍ରମକୁ ରାଧାମୋହନ ସଂକୀର୍ତନ ମଣ୍ଡଳୀର ସଭାପତି ବିଜୁଳି ମଳିକ, ସମ୍ପାଦକ ପେଚି ମଳିକ, ରବି ମଳିକ, ମାନସ ମଳିକ, ବିକ୍ରମ, ଟୁଟୁ, ପ୍ରମିଳା ମଲ୍ଲିକ, ଶୈଳ ମଳିକ, କାଜଲ୍ ମଳିକ, ଟୁନି ମଳିକ, ବାଟୋଇ ମଳିକ, କନିଷ୍କ, ଟୁନି ମଳିକ, ଅନନ୍ତ ମଳିକ, ରବି ମଳିକ (ଖ), ସଙ୍ଗୀତା, ସଞ୍ଜୁ ଏବଂ ସକି ମଳିକ ପ୍ରମୁଖ ସହଯୋଗ କରିଥିଲାବେଳେ । ଆୱାର୍ଡ ପରିବାର ସଦସ୍ୟ ଜଗନ୍ ବାରିକ ଧନ୍ୟବାଦ ଅର୍ପଣ କରିଥିଲେ । ।

Leave A Reply

Your email address will not be published.

6 + 15 =