ୟୁନିସେଫ ପକ୍ଷରୁ ଜିଲ୍ଲାକୁ ବାଲ୍ୟବିବାହ ମୁକ୍ତ କରାଇବା ଲାଗି ପରିଦର୍ଶନ !

ଢେଙ୍କାନାଳ : ଜିଲ୍ଲାରେ ଚାଲୁଥିବା ବାଲ୍ୟ ବିବାହକୁ ବନ୍ଦ କରି କିଶୋର ଓ କିଶୋରୀମାନଙ୍କର ଦକ୍ଷତା ବୃଦ୍ଧି କରିବା କାର୍ଯ୍ୟକ୍ରମଟି କୁ ୟୁନିସେଫ ଓ ଆକ୍ସନ ଏଡ ଟିମ ପରିଦର୍ଶନ କରିଥିଲେ ।

ବାଲ୍ୟ ବିବାହକୁ ଜିଲ୍ଲାରୁ ଲୋପ କରିବା ପାଇଁ ଓଡିଶା ସରକାରଙ୍କର ମହିଳା ଓ ଶିଶୁ ବିଭାଗ ,ୟୁନିସେଫ ଓ ଆକ୍ସନ ଏଡ ର ମିଳିତ ସହଯୋଗରେ ଆମ ଜିଲ୍‌ାରେ ୨୦୧୯ ମସିହା ଏପ୍ରିଲ ମାସରୁ ଏକ ପ୍ରକଳ୍ପ ଜିଲ୍ଲାରେ କାର୍ଯ୍ୟରତ ଅଛି । ଏହି ପ୍ରକଳ୍ପ ମାଧ୍ୟମରେ କିଶୋର ଓ କିଶୋରୀମାନଙ୍କ ଦକ୍ଷତା ବୃଦ୍ଧି ପାଇଁ ବିଭିନ୍ନ ପ୍ରକାର ସଚେତନତା କାର୍ଯ୍ୟକ୍ରମ ଯେପରିକି ଅଦ୍ୱିକା,କଳ୍ପନା ଅଭିଯାନ, ଗ୍ରାମାଞ୍ଚଳରେ ସଚେତନତା ଶିବିର, ଗ୍ରାମ ମୁଖିଆମାନଙ୍କର ଦକ୍ଷତା ବୃଦ୍ଧି କାର୍ଯୟକ୍ରମ ପ୍ରମୁଖ ଜାରିଅଛି ।

ଏହି ସବୁ କାର୍ଯ୍ୟକ୍ରମକୁ ପରିଦର୍ଶନ କରିବା ପାଇଁ ଜିଲ୍ଲାକୁ ଆସିଥିଲେ ୟୁନିସେଫ ଓ ଆକ୍ସନ ଏଡ୍ ଟିମ୍ । ସେମାନେ ପ୍ରଥମେ ଓଡାପଡା ବ୍ଲକର ଗଦାଶିଳା ଗ୍ରାମକୁ ପରିଦର୍ଶନରେ ଯାଇଥିଲେ । ସେଠାରେ ସେମାନେ ସରପଞ୍ଚ, ପିପିଆଇ ମେମ୍ବର, ଗ୍ରାମ ଓ ଜାତି ମୁଖିଆ, ଶିକ୍ଷକ, ଏଏନଏମ,ଆଶା,ଏସଏଚଜି ମେମ୍ବର, ଅଙ୍ଗନୱାଡି କର୍ମୀ ଓ କିଶୋର / କିଶୋରୀ ମାନଙ୍କ ସହିତ ୨ ଘଣ୍ଟା ଧରି ଆଲୋଚନା କରିଥିଲେ ।

ଗଦାଶିଳା ଗ୍ରାମରେ ବିଗତ ୨ ବର୍ଷ ଧରି ଗୋଟିଏ ବି ବାଲ୍ୟବିବାହ ହୋଇନଥିବାରୁ ଉକ୍ତ ଗ୍ରାମକୁ ବାଲ୍ୟବିବାହ ମୁକ୍ତ ଗ୍ରାମ ବୋଲି ଘୋଷଣା କରାଯାଇଅଛି । ଗ୍ରାମର ସମସ୍ତ ଶିଶୁ ପାଠ ପଢିବା ଲାଗି ଯାଉଛନ୍ତି । ଗ୍ରାମବାସୀ ସେମାନଙ୍କ ଅଞ୍ଚଳରେ ବାଲ୍ୟ ବିବାହ ନ ହେବା ଲାଗି ପଞ୍ଚାୟତ ସ୍ତରୀୟ କାର୍ଯ୍ୟକ୍ରମ ଯେପରି ‘ଶିଶୁ ପାଇଁ ଦିନଟିଏ’ ,ପଞ୍ଚାୟତ ସ୍ତରୀୟ ଶିଶୁ ସୁରକ୍ଷା ସମିତି ଅଧିବେଶନ, ଏସଏମସି ଆଣ୍ଡ ପିଟିଏ ମିଟିଂରେ ଆଲୋଚନା , ଏସଏଚଦି ମିଟିଂରେ ଆଲୋଚନା ଜାରି ରଖିଛନ୍ତି । କିଶୋର ଓ କିଶୋରୀମାନେ ଅଦ୍ୱିକା ଓ କଳ୍ପନା ଅଭିଯାନ କାର୍ଯ୍ୟକ୍ରମରେ ଭାଗ ନେଉଛନ୍ତି । ଗ୍ରାମରେ ଆଲୋଚନା ପରେ କିଶୋର ଓ କିଶୋରୀ ମାନେ ବାଲ୍ୟ ବିବାହକୁ ନେଇ କିିଛି ସାଂସ୍କୃତିକ କାର୍ଯ୍ୟକ୍ରମ ମଧ୍ୟ ଉପସ୍ଥାପନା କରିଥିଲେ ।

ଏହାପରେ ପରିଦର୍ଶକ ଟିମ ସଦସ୍ୟମାନେ ସଦଭାବନା ଗୃହେ ଜିଲ୍ଲା ଟାକ୍ସ ଫୋର୍ସ ସଦସ୍ୟମାନଙ୍କ ସହିତ ଜିଲ୍ଲାପାଳଙ୍କ ନେତୃତ୍ୱରେ ଆଲୋଚନା କରିଥିଲେ । ପ୍ରଥମେ ଜିଲ୍ଲା ସମାଜ ମଙ୍ଗଳ ଅଧିକାରୀ ସମସ୍ତଙ୍କୁ ସ୍ୱାଗତ କରିଥିଲେ ଏବଂ ଆଲୋଚନା ଚକ୍ର ବିଷୟରେ ସମସ୍ତଙ୍କୁ ଅବଗତ କରାଇଥିଲେ ।ତାପରେ ଜିଲ୍ଲାରେ ବାଲ୍ୟ ବିବାହକୁ ରୋକିବା ଓ କିଶୋର ଓ କିଶୋରୀମାନଙ୍କ ଦକ୍ଷତା ବୃଦ୍ଧି ପାଇଁ ହୋଇଥିବା କାର୍ଯ୍ୟକ୍ରମ ବିଷୟରେ ଡିପିଏମ,ଏନଏଚଏମ୍ ଆଲୋକପାତ କରିଥିଲେ । ଏହାପରେ ଜିଲ୍ଲା ଶ୍ରମ ଅଧିକାରୀ ଓ ଜିଲ୍ଲା ଶିକ୍ଷାଧିକାରୀ ମଧ୍ୟ ଶିଶୁ ଶ୍ରମିକ ପ୍ରଥାକୁ ରୋକିବା ଲାଗି ହେଉଥିବା କାର୍ଯ୍ୟକ୍ରମ ଓ ଶିକ୍ଷା ହିଁ ଶିଶୁଟିକୁ ବାଲ୍ୟ ବିବାହ ପରି କୁସଂସ୍କାରରୁ ରୋକି ପାରିବ ବୋଲି ମତାମତ ରଖିଥିଲେ ।

ସର୍ବଶେଷରେ ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ସମସ୍ତଙ୍କୁ ଧନ୍ୟବାଦ ଜ୍ଞାପନ କରିଥିଲେ । ଉକ୍ତ ବୈଠକରେ ଜିଲ୍ଲାର ସମସ୍ତ ବିଭାଗର ଅଧିକାରୀମାନେ ଯୋଗଦାନ କରିଥିଲେ ।

Leave A Reply

Your email address will not be published.

3 × three =