ହିନ୍ଦୋଳ ଫରେଷ୍ଟ ରେଞ୍ଜ୍‌ରେ କଲରାପତରିଆ ବାଘର ମୃତଦେହ ଉଦ୍ଧାର !

ଢେଙ୍କାନାଳ : ହିନ୍ଦୋଳ ଫରେଷ୍ଟ ରେଞ୍ଜ ଅଞ୍ଚଳରେ କଲରାପତରିଆ ବାଘର ମୃତଦେହ ଉଦ୍ଧାର ହୋଇଛି ।

କର୍ଣ୍ଣପୁଟ ବିଟର କୋଇ ରିଜର୍ଭ ଫରେଷ୍ଟରେ ଏକ ବାଘର ଗଳିତ ମୃତଦେହ ଠାବ କରାଯାଇଛି । ଜଙ୍ଗଲରେ ବିଛା ଯାଇଥିବା ଜାଲରେ ପଡ଼ି ବାଘର ମୃତ୍ୟୁ ହୋଇଥିବା ଢେଙ୍କାନାଳ ଡିଏଫଓ ସୂଚନା ଦେଇଛନ୍ତି ।

ବାଘର ମୃତ୍ୟୁ ପ୍ରାୟ ୪ ଦିନ ତଳେ ହୋଇଥିବା ପ୍ରାଥମିକ ତଦନ୍ତରୁ ଜଣାପଡ଼ିଛି । ତେବେ କିଏ ଓ କାହିଁକି ଜଙ୍ଗଲରେ ଜାଲ ବିଛାଇଥିଲେ, ସେନେଇ ଅଧିକ ତଦନ୍ତ ଜାରି ରହିଥିବା ବନ ବିଭାଗ ସୂଚନା ଦେଇଛି ।

Leave A Reply

Your email address will not be published.

17 − three =