ଭୁବନ ; ଲୁଟର ଶିକାର ହୋଇଥିବା ଡ୍ରାଇଭର ଅଭିଯୁକ୍ତ କୁ ଚିହ୍ନଟ !

ଢ଼େଙ୍କାନାଳ: ଗଁଦିଆ ବ୍ଳକ କୋକେଇଦା ଅଞ୍ଚଳର ଟ୍ରକ ଡ୍ରାଇଭର ମାନସ ରଞ୍ଜନ ଲେଙ୍କା , ଯିଏକି ଢେଙ୍କାନାଳ ରୁ ତାଳଚେର ଅଭିମୁଖେ ନିଜ ଗନ୍ତବ୍ୟସ୍ଥଳ କୁ ଯିବା ସମୟରେ ଭୁବନ ଗୋଡିପୋଖରୀ ଛକ ଠାରେ ଜଣେ ଯୁବକ ଏକ ବନ୍ଧୁକ ସାହାଯ୍ଯରେ ତାଙ୍କୁ ଧମକାଇ ପାଞ୍ଚ ହଜାର ଟଙ୍କା ଲୁଟ ର ଶିକାର ହୋଇଥିବା ନେଇ ଅଭିଯୋଗ କରିଥିଲେ ।

ଅଭିଯୋଗ ଆଧାରରେ ଭୁବନ ଥାନା ପୋଲିସ ରାମ ମନ୍ଦିର ପରିସରରୁ ସନ୍ଦେହ ରେ ମୋହମ୍ମଦ ସିନ୍ଦୱାଜ(୨୪) ନାମକ ଯୁବକକୁ ଅଟକ ରଖିଥିଲେ । ଲୁଟର ଶିକାର ହୋଇଥିବା ଡ୍ରାଇଭର ଅଭିଯୁକ୍ତ କୁ ଚିହ୍ନଟ କରିଥିଲେ ।

ଏ ନେଇ ଅଭିଯୋଗ ଆଧାରରେ ପୋଲିସ ମାମଲା ରୁଜୁ କରିଛି । ସୂଚନାଯୋଗ୍ଯ ଯେ ଭୁବନ ଅଞ୍ଚଳରେ ପାଞ୍ଚ ରୁ ଉର୍ଦ୍ଧ ଲୁଟ ମାରଧର କେସ ରେ ଅଭିଯୁକ୍ତ ସମ୍ପୃକ୍ତ ଥିବା ନେଇ ପୋଲିସ ଜଣାଇଛି ।

Leave A Reply

Your email address will not be published.

10 + 1 =