ସଦର ପୋଲିସ ପକ୍ଷରୁ ପି.ଡି.ଏସ୍. କିରୋସିନ୍ କଳାବଜାରୀ କରୁଥିବା ଏକ ଗ୍ୟାଙ୍ଗ କୁ ଧରିବାରେ ବଡ ଧରଣର ସଫଳତା !

ଢେଙ୍କାନାଳ : ସଦର ପୋଲିସ ପକ୍ଷରୁ ପି.ଡି.ଏସ୍. କିରୋସିନ୍ କଳାବଜାରୀ କରୁଥିବା ଏକ ଗ୍ୟାଙ୍ଗ କୁ ଧରିବାରେ ବଡ ଧରଣର ସଫଳତା ମିଳିଛି l ପୋଲିସ ପକ୍ଷରୁ ଚଢାଉ ସମୟରେ ଏକ ଟ୍ୟାଙ୍କର କୁ ଧରି ଯାଞ୍ଚ ସମୟରେ ୧୨୦୦୦ ଲିଟର ପି.ଡି.ଏସ୍. କିରୋସିନ ତେଲ, ଏକ ଖାଲି ଟ୍ୟାଙ୍କର, ନଗଦ ୯୯୯୯ ଟଙ୍କା ଜବତ କରାଯାଇଛି l

ଏଥିରେ ସମ୍ପୃକ୍ତ ଥିବା ୩ ଅଭିଯୁକ୍ତଙ୍କୁ ଗିରଫ କରି ସଦର ଥାନା କେସ ନଂ.୨୩୫୵୨୨ ଧାରା ୩୭୯୵୪୦୭୵୪୧୧୵୧୨୦(ବି) ଆଇପିସି ଆର ଡବ୍ଲ୍ୟୁ ଏସଇସି ୭ ଇସି ଆକ୍ଟ୵ଏସଇସି ୨୩ ପେଟ୍ରୋଲିୟମ ଧାରା ରେ କୋର୍ଟ ଚାଲାଣ କରାଯାଇଛି l

Leave A Reply

Your email address will not be published.

15 + 9 =