ଢେଙ୍କାନାଳ ବିଧାୟକଙ୍କ ପ୍ରତିନିଧି ଭାବେ ଦାୟିତ୍ୱ ନେଲେ ଅଜୟ କୁମାର ଭଞ୍ଜ !

ଢେଙ୍କାନାଳ : ବିଧାୟକ ସୁଧିର କୁମାର ସାମଲ ଯୁବନେତା ଅଜୟ କୁମାର ଭଞ୍ଜଙ୍କୁ ଢେଙ୍କାନାଳ ମ୍ୟୁନିସିପାଲିଟିର ପ୍ରତିନିଧି ଭାବେ ଦାୟିତ୍ୱ ପ୍ରଦାନ କରିଛନ୍ତି ।

ଶ୍ରୀ ଭଞ୍ଜ ଜଣେ ସଂଗଠକ, ସମାଜସେବୀ ଭାବରେ ଢେଙ୍କାନାଳରେ କାର୍ଯ୍ୟ ଜାରି ରଖିଛନ୍ତି । ବିଧାୟକ ସୁଧିର କୁମାର ସାମଲ ଶ୍ରୀ ଭଞ୍ଜଙ୍କୁ ମ୍ୟୁନିସିପାଲିଟିର ପ୍ରତିନିଧି ଭାବେ ଦାୟିତ୍ୱ ପ୍ରଦାନ କରିଥିବାରୁ ମାନ୍ୟବର ବିଧାୟକ ଶ୍ରୀ ସାମଲଙ୍କୁ ଶ୍ରୀ ଭଞ୍ଜ କୃତଜ୍ଞତା ଓ ଧନ୍ୟବାଦ ପ୍ରଦାନ କରିଛନ୍ତି ।

ଆଗାମୀ ଦିନରେ ମ୍ୟୁନିସିପାଲିଟିର ଜନସାଧାରଣଙ୍କ ସମସ୍ୟାକୁ ଗୁରୁତ୍ୱ ଦେଇ କାର୍ଯ୍ୟ କରିବା ସଙ୍ଗେ ସଙ୍ଗେ ମ୍ୟୁନିସିପାଲିଟିର ଥିବା ସମସ୍ୟାଗୁଡିକୁ ମାନ୍ୟବର ବିଧାୟକଙ୍କ ପାଖରେ ପହଁଚାଇ ଏହାର ତୁରନ୍ତ ସମାଧାନ କରିବା ସଙ୍ଗେ ସଙ୍ଗେ ବିଜୁ ଜନତା ଦଳକୁ ସଂଗଠିତ କରି କାର୍ଯ୍ୟ କରିବା ପାଇଁ ଶ୍ରୀ ଭଞ୍ଜ ସଂକଳ୍ପବଦ୍ଧ ବୋଲି ପ୍ରକାଶ କରିଛନ୍ତି । ଶ୍ରୀ ଭଞ୍ଜଙ୍କୁ ମ୍ୟୁନିସିପାଲିଟି ପ୍ରତିନିଧି ଭାବେ ଦାୟିତ୍ୱ ପ୍ରଦାନ କରିଥିବାରୁ ମାନ୍ୟବର ବିଧାୟକ ଶ୍ରୀ ସାମଲଙ୍କୁ ବିଜୁ ଜନତା ଦଳର ଅନେକ କାର୍ଯ୍ୟକର୍ତା ଧନ୍ୟବାଦ ଜଣାଇଛନ୍ତି ।

Leave A Reply

Your email address will not be published.

three × one =