ତିନିଦିନ ଅନୁଷ୍ଠିତ ହେବ ପ୍ରଥମ ସପ୍ତଶଯ୍ୟା ହସ୍ତଶିଳ୍ପ ଓ ସାଂସ୍କୃତିକ ମହୋତ୍ସବ !

ଢ଼େଙ୍କାନାଳ: ଢ଼େଙ୍କାନାଳ ଡୋକ୍ରା ହସ୍ତଶିଳ୍ପର ପ୍ରଚାର ପ୍ରସାର
ପାଇଁ ଢେଙ୍କାନାଳର କଳାକୃତି ଗ୍ରାମ ନବଜୀବନପୁର ସଦେଇବେରେଣୀରେ ଜୁନ୍‌ ୧୦ ରୁ ୩ଦିନିଆ ଅନୁଷ୍ଠିତ ହେବ
‘ପ୍ରଥମ ସପ୍ତଶଯ୍ୟା ହସ୍ତଶିଳ୍ପ ଓ ସାଂସ୍କୃତିକ ମହୋତ୍ସବ’।

ଏଥିସହ ୫କୋଟି ଟଙ୍କା ବ୍ୟୟରେ ନିର୍ମିତ କଳାକୃତିଗ୍ରାମ କାର୍ଯ୍ୟକ୍ଷମ ହେବ। ଏହି କାର୍ଯ୍ୟକ୍ରମର ସଫଳ କରାଇବା ଲାଗି ଜିଲ୍ଲା କାର୍ଯ୍ୟାଳୟ ସଦଭାବନା ଗୃହରେ ଠାରେ ନିର୍ଧାରିତ ସମୟର କିଛି ସମୟ ବିଳମ୍ବ ରେ ଜିଲ୍ଲାପାଳ ସରୋଜ କୁମାରସେଠୀଙ୍କ ଅଧ୍ୟକ୍ଷତାରେ ବୈଠକ ଅନୁଷ୍ଠିତ ହୋଇଥିଲା ।

୩ଦିନ ଧରି ଆୟୋଜିତ ହେବାକୁଥିବା ଏହି ମହୋତ୍ସବରେ ରାଜ୍ୟ ସରକାରଙ୍କର ସଂସ୍କୃତିବିଭାଗ ପକ୍ଷରୁ ୬ଟିସାଂସ୍କୃତିକ ଦଳଙ୍କୁ ସାମିଲ ହେବେ। କାର୍ଯ୍ୟକ୍ରମ କୁ ଆକଷଣୀର୍ୟ କରିବା ପାଇଁ ଓରମାସ୍‌ ପକ୍ଷରୁ ହସ୍ତଶିଳ୍ପ ପ୍ରଦର୍ଶନୀ , ବୟନଶିଳ୍ପ ଏବଂ ୮ଟି ବ୍ଲକର ଏସଏଚ୍‌ ଜି ଦ୍ୱାରା ଖାଦ୍ୟଷ୍ଟଲ, ଭିନ୍ନକ୍ଷମ ବିଦ୍ୟାଳୟ ନିମନ୍ତେ ଗୋଟିଏ ସ୍ୱତନ୍ତ୍ର ଷ୍ଟଲ୍‌ କରାଯିବା ପାଇଁ ପ୍ରସ୍ତାବ ଗୃହୀତ ହୋଇଛି।

ସଦର ବ୍ଲକ ବିଡିଓଙ୍କ ଆବାହକତ୍ୱ ଏବଂ ଜିଲ୍ଲା ଗ୍ରାମ୍ୟ ଉନ୍ନୟନ
ସଂସ୍ଥା ପ୍ରକଳ୍ପ ନିର୍ଦେଶକଙ୍କ ଅଧ୍ୟକ୍ଷତାରେ ସାଂସ୍କୃତିକ କାଯ୍ୟକ୍ରମର ର୍ ଚୂଡ଼ାନ୍ତ ରୂପରେଖପ୍ରସ୍ତୁତ କରାଯିବ। ମନ୍ତ୍ରୀ, ସାସଂଦ , ବିଧାୟକ, ସ୍ଥାନୀୟ ଜନପ୍ରତିନିଧ, ବରିଷ୍ଠ ପ୍ରଶାସନିକ ଅଧିକାରୀଙ୍କୁ ଆମନ୍ତ୍ରଣ କରାଯିବ।

ଏହି ମହୋତ୍ସବ ସଦର ମହକୁମାରେ କରିବା ନିମନ୍ତେ ନଗରପାଳ ଜୟନ୍ତୀ ପାତ୍ର ପ୍ରସ୍ତାବ ଦେଇଥଲେ। ଏ ସଂକ୍ରାନ୍ତରେ ଜିଲ୍ଲାପାଳ କହିଥିଲେ , ପ୍ରସିଦ୍ଧ ଲକ୍ଷ୍ମୀପୂଜା ସମୟରେ ପଲ୍ଲୀଶ୍ରୀ ମେଳା ଏବଂ ଜିଲ୍ଲା ମହୋତ୍ସବ ସମାନ୍ତରାଳ ଭାବେ ଆୟୋଜନ କରାଯିବ।

ଆମନ୍ତ୍ରିତ ବିଭିନ୍ନ ଅନୁଷ୍ଠାନର କାର୍ଯ୍ୟକର୍ତ୍ତା ଏବଂ ବୁଦ୍ଧିଜୀବୀ ସୁଚିନ୍ତିତ ମତ ପ୍ରଦାନ କରିଥିଲେ। ପିଡିଡିଆର୍‌ଡିଏ ସାଫଲ୍ୟ ମଣ୍ଡିତ ପ୍ରଧାନ, ଅତିରିକ୍ତ ଏସ୍‌ପି ପୁରୁଷୋତ୍ତମ ସେଠୀ, ହିନ୍ଦୋଳ ଉପଜିଲ୍ଲାପାଳ ଉଦୟ ମହାପାତ୍ର, ସିଡିଏମ୍‌ଓଡା. ଅଶୋକ କୁମାର ଦାସ ପ୍ରମୁଖ ଉପସ୍ଥିତ ଥିଲେ।

ଜିଲ୍ଲା ସଂସ୍କୃତି ଅଧକାରୀ ପ୍ରିୟମ୍ବଦା ବେହେରା ସ୍ୱାଗତ ଭାଷଣ ଏବଂ ରାଜ୍ୟ କଳା ସଂସ୍କୃତିସଂଘ ଉପସଭାପତି ଅବନୀ ମିଶ୍ର ଧନ୍ୟବାଦ ପ୍ରଦାନ କରିଥିଲେ ।

Leave A Reply

Your email address will not be published.

six − five =