ଭାରତୀୟ ଜନ ସଂଚାର ସଂସ୍ଥାନ ପ୍ରତୀକ୍ଷା ମହାପାତ୍ର ଓ ନିଧି ଗିରିଙ୍କୁ ରାଧାନାଥ ରଥ, ସତ୍ୟ ମହାପାତ୍ର ଛାତ୍ରବୃତି ପ୍ରଦାନ !

ଢେଙ୍କାନାଳ : ଢେଙ୍କାନାଳ ଭାରତୀୟ ଜନ ସଂଚାର ସଂସ୍ଥାନ (ଆଇଆଇଏମସି)ର ଚଳିତ ଶିକ୍ଷାବର୍ଷର ଓଡ଼ିଆ ସାମ୍ବାଦିକତା ପାଠ୍ୟକ୍ରମ ଛାତ୍ରୀ ପ୍ରତୀକ୍ଷା ମହାପାତ୍ରଙ୍କୁ ରାଧାନାଥ ରଥ ସ୍ମାରକୀ ଛାତ୍ରବୃତି ପ୍ରଦାନ କରାଯିବ । ଏ ବାବଦକୁ ପ୍ରତୀକ୍ଷାଙ୍କୁ ମିଳିବ ମାନପତ୍ର ଓ ଆର୍ଥିକ ରାଶି ।

ସେହିପରି ଇଂରାଜୀ ସାମ୍ବାଦିକତା ପାଠ୍ୟକ୍ରମ ଛାତ୍ରୀ ନିଧି ଗିରିଙ୍କୁ ମାନପତ୍ର ଓ ଆର୍ଥିକ ରାଶି ସହ ସହ ସତ୍ୟ ମହାପାତ୍ର ସ୍ମାରକୀ ଛାତ୍ରବୃତି ପ୍ରଦାନ କରାଯିବ । ଏହି ମେ’ ମାସ ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ଏହି ବୃତି ପ୍ରଦାନ କରାଯିବାର କାର୍ଯ୍ୟକ୍ରମ ରହିଛି । ଆଇଆଇଏମସିରେ ୨୦୦୨-୦୩ ଶିକ୍ଷାବର୍ଷରୁ ରାଧାନାଥ ରଥ ସ୍ମାରକୀ ଛାତ୍ରବୃତି ପ୍ରଦାନ କରାଯାଇଆସୁଛି ।

ସୂଚନା ଥାଉକି ଓଡ଼ିଶାରେ ସାମ୍ବାଦିକତା କ୍ଷେତ୍ରରେ ପ୍ରବାଦପ୍ରତିମ ରାଧାନାଥ ରଥଙ୍କ ପରଲୋକ ପରେ ତାଙ୍କ ପୁଅ ବିଶିଷ୍ଟ ଅର୍ଥନୀତିଜ୍ଞ ପ୍ରଫେସର ନୀଳକଣ୍ଠ ରଥ ଏହି ବୃତି ପ୍ରଦାନ କରୁଛନ୍ତି । ସେହିପରି ‘ଦିନଲିପି’ର ସମ୍ପାଦକ ଥିବା ସତ୍ୟ ମହାପାତ୍ରଙ୍କ ଦେହାନ୍ତ ପରେ ତାଙ୍କ ପରିବାର ୨୦୧୬-୧୭ ଶିକ୍ଷାବର୍ଷରୁ ସ୍ମାରକୀ ବୃତି ଦେଇଆସୁଛନ୍ତି । ସତ୍ୟ ମହାପାତ୍ରଙ୍କ ତିନି ଝିଅ ଆଇଆଇଏମସି, ଢେଙ୍କାନାଳରେ ପାଠ ପଢ଼ିଛନ୍ତି ।

Leave A Reply

Your email address will not be published.

seven + sixteen =