ଭୁବନ ;ଗ୍ୟାସ୍ ପାଇପ୍ ଲାଇନ ଚୋରୀ ଟ୍ରକ୍, ଜେସିବି ଓ ଗ୍ୟାସ୍ କଟର ଜବଦ : ଜଣେ ଅଟକ !

ଢ଼େଙ୍କାନାଳ: ଭୁବନ ଥାନା ଅଧୀନ ସୁରପ୍ରତାପୁର ଫାଣ୍ଡି ପୁଲିସ ହାତରେ ଲାଗିଛି ବଡ ଧରଣର ଚୋରା ରକେଟ୍ I ସୂଚନା ଅନୁଯାୟୀ ପାରାଦୀପ ଠାରୁ ଅନୁଗୁଳ ପର୍ଯ୍ୟନ୍ତ ଗେଲ୍ ଇଣ୍ଡିଆ ବିଛାଇ ଥିବା ଗ୍ୟାସ୍ ପାଇପଲାଇନ୍ ରାତିରେ ଜିନେଇଲୋ ମାଳବନ୍ଧ ଠାରେ ଦୃବର୍ତ୍ତମାନେ ଏକ ଟ୍ରକ୍, ଜେସିବି ଓ ଗ୍ୟାସ୍ କଟର ଆଣି କାଟୁଥିଲେ I

ମଧ୍ୟରାତ୍ରରେ କୌଣସି ସୂତ୍ରରୁ ଖବର ପାଇ ଫାଣ୍ଡି ଏସ୍ ଆଇ ସତ୍ୟବ୍ରତ ଭୁତିଆ ତତ୍ତ୍ଵାବଧାନରେ ଚଡାଉ କରି ସବୁ ସାମାନ୍ କରିବା ସହ ଜଣଙ୍କୁ ଅଟକ ରଖି ଅଧିକ ତଦନ୍ତ ଚଳାଇଛି I ଟ୍ରକ୍ ନମ୍ବର ଓଆର୧୯ସି୧୭୪୭ ଥିବା ବେଳେ ଜେସିବି ନମ୍ବର ବିହୀନ ରହିଛି I ଏହି ଚୋରା ରକେଟ୍ ବହୁତ୍ ବଡ ଧରଣର ଲମ୍ବିଥିବା ନେଇ ପୁଲିସ ଅନୁମନ କରୁଛି I

Leave A Reply

Your email address will not be published.

eleven − 7 =