ବେଆଇନ ଗୋଚାଲାଣ ବେଳେ ୧୪ ଗୋରୁ ଉଦ୍ଧାର, ଦୁଇଜଣ ସନ୍ଦିଗ୍ଧଙ୍କୁ ଅଟକ : ପୋଲିସ ଜିମାଦେଲେ ସ୍ଥାନୀୟ ବାସିନ୍ଦା !

ଢେଙ୍କାନାଳ: ଦିନକୁ ଦିନ ଜିଲ୍ଲାରେ ବେଆଇନ ଗୋଚାଲାଣ ବଢିବାରେ ଲାଗିଛି । ଦଲାଲ ସକ୍ରିୟ ହୋଇ ଅବାଧରେ ବେଆଇନ ଗୋରୁ ବ୍ୟବସାୟ ବଢାଇ ବିଳମ୍ବିତ ରାତ୍ରିରେ ଚାଲାଣ କରାଉଥିବା ବହୁବାର ବିଭିନ୍ନ ଗୋସେବକ ଅଭିଯୋଗ ଆଣିଛନ୍ତି । ତେବେ ଗାଡିଗୁଡିକର ଖାନତଲାସି ସଠିକ ଭାବରେ କରୁନଥିବାରୁ ଦଲାଲମାନଙ୍କୁ ସୁହାଉଥିବା ପରି ମନେହୁଏ । ଯଦି ସେପରି ହେଉନଥାନ୍ତା ବାରମ୍ବାର ସାଧାରଣ ଜନତା ଏହି ବେଆଇନ ଗୋଚାଲାଣ କାରୀ ଏବଂ ଗୋଚାଲାଣ ରେ ବ୍ୟବହୃତ ଗାଡିକୁ ଅଟକାଇ ସାଧାରଣ ଜନତା ପୋଲିସ ଜିମା ଦେବାର ଖବର ପ୍ରକାଶିତ ହୁଅନ୍ତାନାହିଁ ।

ସୂଚନାଯୋଗ୍ଯ କି ଗତକାଲି ମଙ୍ଗଳବାର ରାତ୍ର ନ ‘ ଟା ସମୟରେ ଓଡି୦୪ସି୪୪୮୬ ନମ୍ବର ଥାଇ ଏକ ପିକ୍ଅପ ଭ୍ୟାନ ଭୁବନ ଦେଇ ଗତିକରିଥିଲା । ସ୍ଥାନୀୟ କିଛି ଲୋକମାନଙ୍କର ସନ୍ଦେହ ହେବାରୁ ଗାଡିଟିକୁ ଅଟକ ରଖିଥିଲେ । ଖାନତଲାସ କରିବାରେ ତାହା ମଧ୍ଯରେ ଚୋଉଦଟି ଗୋରୁ ଥିବା ଜାଣିବାକୁ ପାଇଥିଲେ । ଉକ୍ତ ଗାଡିର ଚାଳକ ଓ ଅନ୍ୟଜଣକୁ ଅଟକ ରଖି ଭୁବନ ଥାନାକୁ ଜଣାଇଥିଲେ । ସେମାନଙ୍କ ଠାରୁ ସୂଚନା ପାଇଥିଲେ କି ଆଉ ଏକ ଗାଡି ପଛରେ ଆସୁଛି । କିନ୍ତୁ ବିଳମ୍ବିତ ରାତ୍ର ପର୍ଯ୍ୟନ୍ତ ଆଉ କୌଣସି ଗୋରୁଗାଡି ଆସିନଥିବା ସୂଚନା ।

ତେବେ ଏଠି ପ୍ରଶ୍ନ ଉଠୁଛି କି ଢେଙ୍କାନାଳ ଜିଲ୍ଲାରେ ଦିନକୁ ଦିନ ବେଆଇନ ଗୋଚାଲାଣ ବଢୁଥିବା ନେଇ ପୋଲିସ ପ୍ରଶାସନ ଜ୍ଞାତ ନା ଅଜ୍ଞାତ । ଯଦୀ ଅଜ୍ଞାତ ତେବେ ଜ୍ଞାତ ହେବାକୁ ଆଉ କେତେଦିନ ନେବ । ରାତ୍ରିକାଳୀନ ପ୍ରହରା ତେବେ କଣ ଠିକ ଢଙ୍ଗରେ ଚାଲୁନାହିଁ । ଅନେକ ସମୟରେ ଅନେକ ହିନ୍ଦୁବାଦି ସଂଙ୍ଗଠନ ବେଆଇନ ଗୋଚାଲାଣ କୁ ରୋକିବାକୁ ଅଭିଯୋଗ କରିଆସୁଛନ୍ତି କିନ୍ତୁ ପ୍ରଶାସନ ଅଣଦେଖା କରିବା ସାଧାରଣ ଜନତାଙ୍କ ମନରେ ସନ୍ଦେହ ସୃଷ୍ଟି କରୁଛି । ପ୍ରଶାସନ ଓ ଦଲାଲଙ୍କ ମଧ୍ଯରେ ମସୁଧା କୁ ନେଇ ଜିଲ୍ଲାସାରା ଚର୍ଚ୍ଚା ହେଉଛି । ତେବେ ବେଆଇନ ଗୋଚାଲାଣ କୁ ରୋକିବାକୁ ଜିଲ୍ଲା ଆରକ୍ଷୀ ଅଧିକ୍ଷକ କି ପଦକ୍ଷେପ ନେଉଛନ୍ତି ଦେଖିବାକୁ ବାକି ରହିଲା ।

Leave A Reply

Your email address will not be published.

ten + 1 =