ଜିଲ୍ଲାପାଳ ସରୋଜ କୁମାର ସେଠୀଙ୍କ ଅଧ୍ୟକ୍ଷତାରେ ପରଜଙ୍ଗରେ ଜନଶୁଣାଣୀ ଶିବିର ଅନୁଷ୍ଠିତ !

ଢେଙ୍କାନାଳ : ପରଜଙ୍ଗ ବ୍ଳକ କାର୍ଯ୍ୟାଳୟରେ ସୋମବାର ଜିଲ୍ଲାପାଳ ସରୋଜ କୁମାର ସେଠୀଙ୍କ ଅଧ୍ୟକ୍ଷତାରେ ଏକ ଜନଶୁଣାଣୀ ଶିବିର ଅନୁଷ୍ଠିତ ହୋଇଯାଇଛି ।

ଏଥିରେ ଭତା, ଆବାସ ଗୃହ ଓ ରାସନ ସାମଗ୍ରୀ ଉପରେ ମୋଟ ୧୧୫ ଅଭିଯୋଗ ହୋଇଥିଲା । ଶିବିରରେ ଆରକ୍ଷୀ ଅଧିକ୍ଷକ , ଜିଲ୍ଲା ପ୍ରକଳ୍ପ ଅଧକାରୀ, ଉପଜିଲ୍ଲାପାଳ, ଜିଲ୍ଲା ଚିକିତ୍ସାଧିକାରୀ , ବ୍ଳକ ବିଡିଓ, ତହସିଲଦାରଙ୍କ ସମେତ ଅନ୍ୟ ବିଭାଗୀୟ ଅଧିକାରୀ ଉପସ୍ଥିତ ଥିଲେ ।

ଅନ୍ୟମାନଙ୍କ ମଧ୍ୟରେ ଜିଲ୍ଲା ପରିଷଦ ଉପାଧ୍ୟକ୍ଷା ବିଳାସିନୀ ସେଠୀ, ବ୍ଳକ ଅଧ୍ୟକ୍ଷା ଶର୍ମିଷ୍ଠା ଦଳବେହେରା, ଜିଲ୍ଲା ପରିଷଦ ସଦସ୍ୟ ନିରାକାର ପ୍ରଧାନ, ରୁନୁ ବର୍ମାଙ୍କ ସମେତ ସମସ୍ତ ବ୍ଳକ କର୍ମଚାରୀ ଉପସ୍ଥିତ ଥିଲେ ।

Leave A Reply

Your email address will not be published.

3 × 3 =