ଢେଙ୍କାନାଳ : ଭୁବନ ସହରର ଦକ୍ଷିଣ ଦିଗରେ ପ୍ରବାହିତ ବ୍ରାହ୍ମଣୀ ନଦୀର ଅବବାହିକାର ସୁରକ୍ଷା ନିମନ୍ତେ ସରକାରଙ୍କ ପକ୍ଷରୁ ନଦୀ ସନିକଟ ଖାଲି ସ୍ଥାନରେ ପରିବଶେ ବିଭାଗ ପକ୍ଷରୁ ବୃକ୍ଷରୋପଣ କରାଯାଇଛି ।
ତେବେ ରୋପିତ ବୃକ୍ଷ ଏବେ ନଦୀର କରାଳ ଗର୍ଭରେ ଭାସି ଗଲାଣି । କାହିଁକି ନା ବାଲି ଚାଳାଣଯୋଗୁ ବ୍ରାହ୍ମଣି ନଦୀର ଏକ ନୁତନ ଧାର ସୃଷ୍ଟି ହୋଇଛି । ଯାହା ପଳରେ ସହରାଞ୍ଚଳ ବନୀକରଣ ବା ଅର୍ବାନ ପ୍ଲାଣ୍ଟେ଼ସନ ବି ନଦୀ ଗର୍ଭରେ ବୁଡିବାକକୁ ବସିଲାଣି । ୨୦୦୮ ମସିହାରେ ତତକାଳିନ ବନାଚଂଳ ଅଧିକାରୀ ଚିତରଞ୍ଜନ ମହାପାତ୍ର ଓ ବନପାଳ ବୁଭୁଦାନନ୍ଦ ମିଶ୍ରଙ୍କ ପ୍ରତକ୍ଷ ତତ୍ୱବଧାନରେ ଏହି କାର୍ଯ୍ୟ ସଫଳତାରସହ ଆଗେଇ ଚାଲିଥିଲା ।
ପ୍ରଥମେ ସୁଲେଇପାଳ ମୈାଜାର ତଳ କୁଦ ରେ ବନୀକରଣ କରାଯାଇଥିଲା । ଏହାର ସୁରକ୍ଷା ପାଇଁ ତାର ବାଡ , ଗେଟ ଲଗାଯାଇଛି । ଇତି ମଧ୍ୟରେ ୧୪ ବର୍ଷ ବିତିଯାଇଛି । ଗଛ ଗୁଡିକ ହୃଷ୍ଠ ପୃଷ୍ଠ ହୋଇ ବଢିଚାଲିଛି । ଭୁବନ ତଥା ଆଖପାଖ ଅଚଂଳର ଶହ ଶହ ବ୍ୟକ୍ତି ଏହି ସ୍ଥାନକୁ ବଣ ଭୋଜିର ଉତମ ସ୍ଥାନ ଭାବେ ବାଛି ନେଇଛନ୍ତି । ସୁଲେଇପାଳ କୁଦ ମୈାଜାର ପୂର୍ବଦିଗରେ ରହିଛି ମହୁଳପାଳ ରାଜସ୍ୱ ସର୍କଲ ଅଧୀନସ୍ଥ ଏକତାଳି ଗ୍ରାମ ଚାଂୟତ ଅର୍ନ୍ତଗତ ପୁରୁ ଷୋତମପୁର ମୈାଜା ।
ଏହି ମୈାଜାରେ ଦୀର୍ଘ ବର୍ଷ ହେବ ନିଲାମ ଦିଆଯାଉଛି ରାଜସ୍ୱ ବିଭାଗ ପକ୍ଷରୁ ବାଲି ସଇରାତ । ରାଜ କୋଷ କୁ ରାଜସ୍ୱ ଯିବା ସହ ଅଚଂଳବାସୀ ସୁବିଧାରେ ବାଲି ପାଉଛନ୍ତି । କିନ୍ତୁ ବାଲି ଲିଜ ଧାରୀ ସେହି ସମୟରେ ନିଜର ନିର୍ଦ୍ଦାରିତ ପରିମାଣ ଠାରୁ ବହୁ ଅଧିକ ପରିମାଣର ବାଲି ଉତୋଳନ କରିବା ଫଳରେ ବ୍ରାହ୍ମଣି ନଦୀର ଏକ ସ୍ୱତନ୍ତ୍ର ଧାର ସୃଷ୍ଟି ହୋଇଛି । ଏହି ଧାର ଫଳରେ ସହରାଚଂଳବାସୀଙ୍କ ଅବସରବିନୋଦନ କେନ୍ଦ୍ରର ଏକ ହିସା ପାଲଟିଥିବା ଅର୍ବାନ ପ୍ଲାଣ୍ଟେସନ ଆଜି ନଦୀ ଗର୍ଭରେ ବିଲିନ ହେବାକୁ ଯାଉଛି ।
ଯାହାକି ପରିବେଶ ବିତି ଙ୍କ ପାଇଁ ଚିନ୍ତାରର ବିଷୟ ହୋଇଯାଇଛି । ତେବେ ବାଲି ଉତୋଳନ ହେଉ କାହାର ଅଭିଯୋଗ ରହିବ ନାହିଁ । କିନ୍ତୁ ନିର୍ଦ୍ଦରିତ ପରିମାଣ ଠାରୁ ଅଧିକ ହେବା ଆଉ ଚିହ୍ନିତ ଜମି ଠାରୁ ଢେରେ ଅଧିକ ଜାଗାରୁ ବାଲି ଉତୋଳନ କରିବା ହିଁ ବନବିଭାଗ ଦ୍ୱାରା କରାଯାଇଥରବା ଉଦ୍ୟାନ ନଷ୍ଟ ହେବାର ପ୍ରମୁଖ କାରଣ ପାଲଟିଛି । ବନବିଭାଗ ଦ୍ୱାରା କରାଯାଇଥିବା ବନୀକରଣ ଦ୍ୱାରା ଏହି ସ୍ଥାନରେ ମାଟି ଧୋଇଯିବାରୁ ରକ୍ଷା ପାଇବ । ଚାଷୀର ଚାଷ ଜମି ପ୍ରତି ବିପଦ ଦୂର ହେବ । କିନ୍ତୁ ଅନବରତ ବାଲି ବୁହା ଚାଲିଲେ କିଭଳି ଭାବରେ ସୁରକ୍ଷିତ ରହିବ ସରକାରୀ ଉଦ୍ୟାନ ଓ ଚାଷିର ଜମି । ନଦୀର ଧାର ଯୋଗୁ ଗତ କିଛିଦନ ହେଲା ଉଦ୍ୟାନର ସୁରକ୍ଷା ବାଡ ନଦୀ ଗର୍ବରେ ଭାସିଯାଇଛି ।
ଏ ବିଷୟରେ ନା ବନବିଭାଗ ନା ରାଜସ୍ୱ ବିଭାଗ ନା କୃଷି ବିଭାଗ କାହାର ଯେଭଳି ନଜର ନାହିଁ । ରାଜସ୍ୱ ବିଭାଗ ବାଲି ଉତୋଳନ ନିମନ୍ତେ ନିଲାମ ଦେଇ ଚୁପ ବସିଛନ୍ତି । କେତେ ପରିମାଣର ବାଲି ଉତୋଳନ ହେଉଛି ସେଥି ପ୍ରତି ଧ୍ୟାନ ନାହିଁ । ବନ ବିଭାଗ ପକ୍ଷରୁ ସହରାଞ୍ଚଳ ବାସିନ୍ଦାଙ୍କ ନିମନ୍ତେ ସୃଷ୍ଟି କରି ୧୪ ବର୍ଷ ହେଲା ମା ପରି ପାଳନ କରୁଥିବା ଅଧିକାରୀ କିଭଳି ନିଷ୍ଟର ହୋଇଯାଇଛନ୍ତି ନା କାହା ଚାପରେ ଚାପି ହୋଇଯାଇଛନ୍ତି । ଆଉ କୃଷି ବିଭାଗ କେବଳ ସରକାରୀ ବିହନ , ଯନ୍ତ୍ରପାତି ବିକ୍ରୀ କରିବାରେ ନିଜର କାର୍ଯ୍ୟଧାରକୁ ସିମିତ କରିଦେବାରେ ବ୍ୟସ୍ତ ।
ଭୁବନ ଅଞ୍ଚଳର କୃଷି ବିଭାଗ ରିପୋଟକୁ ଦେଖିଲେ ଜଣାଯିବ ଯେ ଦୀର୍ଘ ବର୍ଷ ହଲା ସେହି ଏକା ରିପୋଟ ଚାଷ ଜମିର ପରିମାଣ ୯୦୯୦ ହେକ୍ଟର । କେତେ ଜମିରେ ଘର ହେଲାଣି ତ କେତେ ଜମି ନଦୀ ଗର୍ଭରେ ତାର ହିସାବ କରୁଛି କିଏ । ଅର୍ବାନ ପ୍ଲାଣ୍ଟେସନ କିଭଳି ନଦୀ ଗର୍ଭରୁ ରକ୍ଷା ପାଇବ ସେଥି ପାଇଁ ପରିବେଶ ବିତି ଙ୍କ ମଧ୍ୟରେ ଭାଳେଣି ପଡିଛି । ପରିବେଶ ବିତି ମାନସ ପଟ୍ଟନାୟକ ଢେଙ୍କାନାଳ ଜିଲ୍ଲାପାଳଙ୍କୁ ଏନେଇ ଚିଠି ଲେଖି ଉଦବେଗ ପ୍ରକାଶ କରିଛନ୍ତି ।