ବିଶ୍ୱ ଶ୍ରମିକ ଦିବସ ଅବସରରେ “ଯୁବଶକ୍ତି” ସମର୍ପିତ ଓଡିଶା ପକ୍ଷରୁ ସଫେଇ କାର୍ଯ୍ୟକ୍ରମ !

ଢ଼େଙ୍କାନାଳ : ବିଶ୍ୱ ଶ୍ରମିକ ଦିବସ ଅବସରରେ “ଯୁବଶକ୍ତି” ସମର୍ପିତ ଓଡିଶା ପକ୍ଷରୁ ଯୁବଶକ୍ତି ର ଅଧ୍ୟକ୍ଷ ହିମାଂଶୁ ଭୂଷଣ ବାରିକ ଙ୍କ ନେତୃତ୍ୱରେ ବାରିହାପୁର ଗ୍ରାମ ପଞ୍ଚାୟତର ଚକ୍ରଧରପୁର ମରାଖଣ୍ଡି ପୁଖରୀ ରେ ସଫେଇ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା।

ପ୍ରଥମେ ଆମ ସମସ୍ତଙ୍କୁ ପରିଷ୍କାର ରେ ରହିବା ପାଇଁ ପଡିବ, ବନ୍ଧ ପୁଖରୀ କିମ୍ବା ଜଳାଶୟ ଗୁଡିକରେ କୌଣସି ପ୍ରକାର ଅଳିଆ ଆବର୍ଜନା ଜମି ରହିଥିଲେ ତତ୍କକ୍ଷଣତ ଆମେ ସମସ୍ତେ ମିଳିମିଶି ପୁଖରୀ କୁ ପରିଷ୍କାର କରିବା ନିହାତି ଆବଶ୍ୟକ, ଏହା ଦ୍ୱାରା ଆମ ପୁଖରୀ ଆମ ପରିବେଶ ସ୍ୱଚ୍ଛ ରହିଥାଏ । ଯାହା ଫଳରେ ଆମ ଗ୍ରାମାଞ୍ଚଳର ସମସ୍ତ ଲୋକମାନେ ବଡ଼ ଆନନ୍ଦ ରେ ପୁଖରୀ ରେ ସ୍ନାନ କରିଥାନ୍ତି, ଆସନ୍ତୁ ଆଜି ଆମେ ସମସ୍ତେ ବିଶ୍ୱ ଶ୍ରମିକ ଦିବସ ରେ ଶପଥ ନେବା ଗ୍ରାମର ସମସ୍ତ ବନ୍ଧ ପୁଖରୀ ଜଳାଶୟ ଗୋଡିକ ରେ କୌଣସି ଅଳିଆ ଆବର୍ଜନା ପକେଇବା ପାଇଁ କାହାରିକି ଦେବା ନାହିଁ।

ସମସ୍ତ ବନ୍ଧ ପୁଖରୀ ଜଳାଶୟ କୁ ଆମେ ସବୁବେଳେ ସଫେଇ କରି ଆମ ପୁଖରୀ ଆମ ପରିବେଶ କୁ ସବୁଜ ସୁନ୍ଦର ଗଢି ତୋଳିବା, ଏହି ସଫେଇ କାର୍ଯ୍ୟକ୍ରମ ରେ ଯୁବଶକ୍ତି ର ଲିଟୁ ମାଝୀ, ସୁଶୀଲ ସାହୁ, ବାଦଲ ମାଝୀ, ଚିଣ୍ଟୁ ମାଝୀ, ସିପୁନ ସାମଲ, ହେମନ୍ତ ସାହୁ ପ୍ରମୁଖ ସାମିଲ ହୋଇଥିଲା ।

Leave A Reply

Your email address will not be published.

14 + 7 =