ଜିଲ୍ଲା ସ୍ତରୀୟ ଶ୍ରମିକ ଦିବସ ତଥା ଆନ୍ତର୍ଜାତୀୟ ଶ୍ରମ ଦିବସ – ୨୦୨୨ ଅନୁଷ୍ଠିତ !

ଢେଙ୍କାନାଳ : ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥା ସମ୍ମିଳନୀ କକ୍ଷ ରେ ଜିଲ୍ଲା ସ୍ତରୀୟ ଶ୍ରମିକ ଦିବସ ତଥା ଆନ୍ତର୍ଜାତୀୟ ଶ୍ରମ ଦିବସ – ୨୦୨୨ ସମାରୋହ ପୂର୍ବାହ୍ନ ୯ ଘଟିକା ସମୟରେ ଅନୁଷ୍ଠିତ ହୋଇଯାଇଅଛି ।

ଏହି ସମାରୋହ ରେ ଜିଲ୍ଲାପାଳ, ସରୋଜ କୁମାର ସେଠୀ, ସାଭାପତିତ୍ଵ କରିଥିବା ବେଳେ ମାନ୍ୟବର କାର୍ମିକ, ଇସ୍ପାତ ଓ ଖଣିଜ ବିଭାଗ ମନ୍ତ୍ରୀ ପ୍ରଫୁଲ୍ଲ କୁମାର ମଲ୍ଲିକ, ମୁଖ୍ୟ ଅତିଥି ଓ ପ୍ରକଳ୍ପ ନିର୍ଦ୍ଧେଶକ, ଜିଲ୍ଲା ଗ୍ରାମ୍ୟ ଉନ୍ନାୟନ ସଂସ୍ଥା, ଶ୍ରୀଯୁକ୍ତ ସାଫଲ୍ୟ ମଣ୍ଡିତ ପ୍ରଧାନ, ସମ୍ମାନୀତ ଅତିଥି ରୂପେ ଯୋଗଦାନ କରିଥିଲେ ।

ଜିଲ୍ଲା ଶ୍ରମ ଅଧିକାରୀ, ସତ୍ୟନାରାୟଣ ଆଚାର୍ଯ୍ୟ, ଅତିଥି ପରିଚୟ ପ୍ରଦାନ କରିବା ସହ ସ୍ଵାଗତ ଭାଷଣ ରେ ଜିଲ୍ଲା ରେ ସମସ୍ତ କାର୍ଯ୍ୟରତ ଶ୍ରମିକ ବର୍ଗ ତଥା ଶ୍ରମିକ ସଂଗଠନ ଓ ଜନ ସାଧାରଣ ଙ୍କୁ ଆହ୍ଵାନ ଦେଇ ଅନୁରୋଧ କଲେକି, ପ୍ରକୃତ ନିର୍ମାଣ ଶ୍ରମିକ ତଥା ଅଣସଙ୍ଗଠିତ ଶ୍ରମିକ ମାନେ ଓଡିଶା କୋଠବାଡ଼ି ଓ ଅନ୍ୟାନ୍ୟ ନିର୍ମାଣ ଶ୍ରମିକ କଲ୍ୟାଣ ବୋର୍ଡ ଓ ଓଡିଶା ଅଣସଙ୍ଗଠିତ ଶ୍ରମିକ ସାମାଜିକ ସୁରକ୍ଷା ବୋର୍ଡ ଅଧିନରେ ପଞ୍ଜୀକୃତ ହୋଇ ବୋର୍ଡ ତରଫରୁ ପ୍ରଦାନ କରାଯାଉଥିବା ସମସ୍ତ ଯୋଜନା ର ଲାଭ ଉଠେଇବା ସହିତ ନିଜର ଶିଶୁଙ୍କୁ ପାଠ ପଢାଇବା ଓ ୧୮ ବର୍ଷ ରୁ କମ କନ୍ୟା ସନ୍ତାନ ଙ୍କୁ ବିବାହ ନ କରିବା ପାଇଁ ପ୍ରବର୍ତ୍ତ।ୟୀ ଥିଲେ ।

ଶ୍ରୀଯୁକ୍ତ ସାଫଲ୍ୟ ମଣ୍ଡିତ ପ୍ରଧାନ ତାଙ୍କ ଅଭିଭାଷଣ ରେ ଜିଲ୍ଲା ସ୍ତରରେ ନିୟମିତ ସଚେତନତା ଶିବିର ଆୟୋଜନ କରି ଲୋକଙ୍କ ମଧ୍ୟରେ ବିଭିନ୍ନ ଶ୍ରମ ଆଇନ ରେ ଥିବା ପ୍ରାବଧାନ ତଥା ଶ୍ରମିକ ଙ୍କ ର ଅଧିକାର ସମ୍ବନ୍ଧରେ ସଚେତନ କରିବା ନିମନ୍ତେ ପ୍ରାଧାନ୍ୟ ଦେଇଥିଲେ । ମୁଖ୍ୟ ଅତିଥି ଶ୍ରୀଯୁକ୍ତ ପ୍ରଫୁଲ୍ଲ କୁମାର ମଲ୍ଲିକ ତାଙ୍କର ଅଭିଭାଷଣ ରେ ଶ୍ରମିକ ଦିବସ ପାଳନ ର ଇତିହାସ ୧୮୮୬ ମଶିହ। ରୁ ଶ୍ରମିକ ଙ୍କ ୮ ଘଣ୍ଟା କାର୍ଯ୍ୟ ଦାବୀରୁ ଆରମ୍ଭ ଶ୍ରମିକ ଦିବସ ସମ୍ବନ୍ଧରେ ସୂଚନା ଦେବା ସହିତ ଶ୍ରମିକ ଙ୍କ ର ଉନ୍ନତି ନିମନ୍ତେ ସରକାରଙ୍କର ଆଭିମୁଖ୍ୟ ତାହାର ସଫଳ ରୂପାୟନ ନିମନ୍ତେ ଜିଲ୍ଲା ଶ୍ରମ ବିଭାଗ, ଜିଲ୍ଲା ପ୍ରଶାସନ ଓ ସମସ୍ତ ଶ୍ରମିକ ସଂଗଠନ କୁ ଆହ୍ଵାନ ଦେଇଥିଲେ ।

ସମସ୍ତ ବିକାଶ ରେ ଶ୍ରମିକ ଙ୍କ ର ଅବଦାନ ଅତୁଳନୀୟ ଓ ସରକାରଙ୍କର ସମସ୍ତ ଯୋଜନା ର ଲାଭ ପ୍ରକୃତ ଶ୍ରମିକ ନିକଟରେ ପହଞ୍ଚ।ଇବା ପାଇଁ ସମସ୍ତ ଶ୍ରମିକ ନେତା ତତ୍ପର ହୋଇ ଦେଶର ବିକାଶ ଦିଗରେ ପ୍ରମୂଖ ଭୂମିକା ଗ୍ରହଣ କରିବା ପାଇଁ ଆହ୍ଵାନ ଦେଇଥିଲେ । ଜିଲ୍ଲାପାଳ, ଶ୍ରୀଯୁକ୍ତ ସରୋଜ କୁମାର ସେଠୀ ନିଜ ଅଭିଭାଷଣ ରେ ସମସ୍ତ ଯୋଜନା ରେ ଆର୍ଥିକ ସହାୟତା ଶ୍ରମିକ ଙ୍କର ଜମା ଖାତାରେ ପ୍ରଦାନ କରିବାକୁ ପ୍ରାଧାନ୍ୟ ଦେବା ସହିତ ଶିଶୁ ଶ୍ରମିକଙ୍କୁ ଠାବ କରି ସେମାନଙ୍କର ଥଇଥାନ ତଥା ଶିକ୍ଷା ଗ୍ରହଣ ନିମନ୍ତେ ବିଧିବଦ୍ଧ ବ୍ୟବସ୍ତା କରିବା କୁ ଶ୍ରମ ବିଭାଗ ତଥା ଅନ୍ୟାନ୍ୟ ବିଭାଗ କୁ ନିର୍ଦ୍ଦେଶ ଦେଇଥିଲେ ।

Note: TDnews

ଜିଲ୍ଲାପାଳ, ଶ୍ରୀ ସେଠୀ ଜିଲ୍ଲାରେ ସମସ୍ତଙ୍କ ନିମନ୍ତେ ଶିକ୍ଷା କୁ ଏକ ଆନ୍ଦୋଳନ ରୂପ ଦେବା ନିମନ୍ତେ, “Each One Teach One” କ୍ରମରେ ପ୍ରତ୍ୟେକ ନାଗରିକ ଜଣଙ୍କୁ ସର୍ବନିମ୍ନ ଶିକ୍ଷା ପ୍ରଦାନ କରିବାକୁ ଅନୁରୋଧ କରିଥିଲେ ଓ ବିଭିନ୍ନ ଶ୍ରମ ଆଇନ ରେ ଥିବା ପ୍ରାବଧାନ ବିଷୟରେ ଅବଗତ କରିଥିଲେ ।

ଆଜି କାର୍ଯ୍ୟକ୍ରମ ରେ ୧୯୩ ଜଣ ନିର୍ମାଣ ଶ୍ରମିକଙ୍କୁ ବିଭିନ୍ନ ଯୋଜନାରେ ମୋଟ ଟ. ୧,୨୩,୯୭,୪୦୦ ଙ୍କ। ଓ ୬ ଜଣ ଅଣସଙ୍ଗଠିତ ଶ୍ରମିକ ଙ୍କ ପରିବାର ଙ୍କୁ ଟ. ୬,୦୦,୦୦୦ ଙ୍କ। ମୃତ୍ୟୁ କାଳୀନ ସହାୟତା ରାଶି ମୁଖ୍ୟ ଅତିଥିଙ୍କ ଦ୍ଵାରା ପ୍ରଦାନ କରଯାଇଥିଲା । ଶେଷରେ ଶ୍ରମ କାର୍ଯ୍ୟ।ଳୟ ତରଫରୁ ଗ୍ରୀଷ୍ମ ପ୍ରବାହକୁ ଆଖିରେ ରଖି ଶ୍ରମିକ ଦିବସ ରେ ସମାଜର ବିଶ୍ଵକର୍ମା – ମୁଁ ଶ୍ରମିକ – ମୁଁ ଗର୍ବିତ ସମ୍ବଳିତ ଗୋଟିଏ ଗୋଟିଏ ଟୋପି ଅତିଥି ମାନଙ୍କ ଦ୍ଵାରା ପ୍ରଦାନ କରଯାଇଥିଲା ।

ଶ୍ରମକ ନେତା ଶ୍ରୀ ବ।ସୁଦେବ ସାହୁ ଧନ୍ୟବାଦ ଅର୍ପଣ କରିଥିଲେ। ଏହି କାର୍ଯ୍ୟକ୍ରମକୁ ସଫଳ କରିବା ନିମନ୍ତେ ସହ ଶ୍ରମ ଅଧିକାରୀ ଶ୍ରୀ ସଂଗ୍ରାମ ଦଲାଇ, , ଶ୍ରୀ ରଶ୍ମି ରଞ୍ଜନ ବର।ଳ ଓ ଶ୍ରୀ ହଲଧର ବର।ଳ ଶ୍ରମ ନିରୀକ୍ଷକ ତଥା ବୋର୍ଡ ର ସମସ୍ତ କର୍ମଚାରୀ ସହଯୋଗ କରିଥିଲେ।

Leave A Reply

Your email address will not be published.

3 × four =