ଗଡ଼ଜାତ ଗାନ୍ଧୀ ସାରଙ୍ଗ ଧର ଦାସଙ୍କ ଜନ୍ମ ଜୟନ୍ତୀ ପାଳନ କଲା ଢ଼େଙ୍କାନାଳ ଆପ୍ !

ଢ଼େଙ୍କାନାଳ:ପବିତ୍ର କୁମାର ପୂର୍ଣ୍ଣିମା ତିଥିରେ ଜନ୍ମ ଗ୍ରହଣ କରିଥିବା ଗଡ଼ଜାତ ଗାନ୍ଧୀ ସାରଙ୍ଗ ଧର ଦାସଙ୍କ ଜୟନ୍ତୀ ଅବସରରେ ଆମ୍ ଆଦମୀ ପାର୍ଟି ଢେଙ୍କାନାଳ ଜିଲ୍ଲା ପକ୍ଷରୁ ତାଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ ସହିତ ଧୂପଦାନ କରାଯାଇଥିଲା l ଆପ୍ ରାଜ୍ୟ ସଂଗଠନ ସମ୍ପାଦକ ଭରତ କୁମାର ଦାସ ଜିଲ୍ଲା ସଭାପତି ପଙ୍କଜ ନାୟକ ଯୋଗଦେଇ ସେହି ମହାନ ପୁରୁଷଙ୍କ ଗୁଣଗାନ କରି ତାଙ୍କରି ନୀତି ଆଦର୍ଶକୁ ଅନୁକରଣ କରି ନୂତନ ଢେଙ୍କାନାଳ ତଥା ନୂତନ ନୂତନ ଓଡ଼ିଶା ଗଢ଼ି ତୋଳିବା ପାଇଁ ଆହ୍ୱାନ କରିଥିଲେ l ଏହି କ୍ରମରେ ଜିଲ୍ଲା ଉପସଭାପତି ଜିତେନ୍ଦ୍ର ବେହେରା, ମହିଳା ନେତ୍ରୀ ଟିକିନା ବେହେରା, ରଚିତା ନାଏକ, ସକ୍ରିୟ ସଦସ୍ୟ ଦେବାଶିଷ ନନ୍ଦ, ପ୍ରସନ୍ନ ବରାଳ, ଶରତ ପ୍ରଧାନ ପ୍ରମୁଖ ବିଭିନ୍ନ ସ୍ଲୋଗାନ ଦେଇ ସାରଙ୍ଗ ଧର ଦାସଙ୍କର ଜୀବନୀ ଉପରେ ଆଲୋକପାତ କରିଥିଲେ l

Leave A Reply

Your email address will not be published.

20 − 14 =