ହିନ୍ଦୋଳ ରେ ବିଜେଡି ସୁପ୍ରିମୋ ନବୀନଙ୍କ ୭୯ତମ ଜନ୍ମଦିନ ପାଳିତ !

ଢ଼େଙ୍କାନାଳ : ଓଡ଼ିଶାର ପୂର୍ବତନ ମୁଖ୍ୟମନ୍ତ୍ରୀ ଲୋକପ୍ରିୟ ଜନନେତା ଶ୍ରୀଯୁକ୍ତ ନବୀନ ପଟ୍ଟନାୟକଙ୍କ ୭୯ତମ ଜନ୍ମଦିନ ଆଜି ସାରା ରାଜ୍ୟରେ ପାଳିତ ହୋଇଯାଇଛି । ସେହି ପରିପେକ୍ଷୀରେ ଢେଙ୍କାନାଳ ଜିଲ୍ଲାର ହିନ୍ଦୋଳ ନିର୍ବାଚନ ମଣ୍ଡଳୀ ମା ସୁକିଆବାଉତି ପୀଠରେ ପୂର୍ବତନ ଢେଙ୍କାନାଳ ସାଂସଦ ମହେଶ ସାହୁଙ୍କ ନେତୃତ୍ୱରେ ଆଜି ସାମୁହିକ ପୂଜା ସହ ୧୦୮ଦୀପଦାନ କରାଯାଇ ନବୀନଙ୍କ ଦୀର୍ଘ ନିରାମୟ ଜୀବନ ଓ ଉତ୍ତମ ସ୍ୱାସ୍ଥ୍ୟ ପାଇଁ ପ୍ରାର୍ଥନା କରାଯାଇ ପୂଜାର୍ଚନା କରାଯାଇଥିଲା । ମହେଶ ସାହୁ ଏହି ପରିପେକ୍ଷୀରେ ନବୀନଙ୍କ ସୁଶାସନ, ସରଳ ନିରାଡ଼ମ୍ବର ଜୀବନଜାପନ ର ଉଦାହରଣ ଦେଇ କହିଥିଲେ ନବୀନ ଏମିତି ଜଣେ ଜନପ୍ରିୟ ଜନନେତା ଯିଏକି ସାରା ଓଡିଶାବାସୀଙ୍କୁ ନିଜ ପରିବାର ବୋଲି ଗ୍ରହଣ କରି ଆଜୀବନ ଓଡିଶାବାସୀଙ୍କ ସେବା କରିଚାଲିଛନ୍ତି । ନବୀନଙ୍କ ଜନଉପଯୋଗୀ ସୁଦୂରପ୍ରସାରି ଯୋଜନାକୁ କାର୍ଯ୍ୟକାରୀ କରି ଚୂଡାନ୍ତ ରୂପାୟନ ଦେବା ସହ ଜନସେବା ପାଇଁ ଜନନେତା ହିସାବରେ ସାରା ବିଶ୍ୱରେ ଜ୍ୱଳନ୍ତ ଉଦାହରଣ ତଥା ଆଦର୍ଶ ହୋଇପାରିଛନ୍ତି ଯାହା କି ଜଣେ ସଚ୍ଚୋଟ ରାଜନେତାଙ୍କ ସ୍ବପ୍ନ ରହିଥାଏ । ଆଜିର ଏହି କାର୍ଯ୍ୟକ୍ରମରେ ଶତାଧିକ ବିଜେଡି କର୍ମୀଙ୍କ ସହ, ଯୁବବିଜେଡି ରାଜ୍ୟସମ୍ପାଦକ ଦେବୀପ୍ରସାଦ ପଟ୍ଟନାୟକ,ଓଡାପଡା ବ୍ଲକ ସଭାପତି ଚିତ୍ତରଞ୍ଜନ ନାଥ, ବିଜେଡି ଜିଲ୍ଲା ସମ୍ପାଦକ ପ୍ରଦ୍ୟୁମ୍ନ ବେହେରା, ଜିଲ୍ଲା ଯୁବବିଜେଡି ସମ୍ପାଦକ ପ୍ରଶାନ୍ତ ଦାସ,ହିନ୍ଦୋଳ ଏନଏସି ଉପାଧ୍ୟାକ୍ଷା ପ୍ରତିମା ରାଉତ, କାଉନସିଲର ଅନୁପମା ସାହୁ, ରିତାରାଣୀ ବେହେରା, ବନିତା ଦାସ, ବିଷ୍ଣୁପ୍ରିୟା ନାଏକ, ଶୁଭଲଷ୍ମୀ ଦେହୁରୀ, ସୁମତି ଦେହୁରୀ, ବିଜୟ ପ୍ରଧାନ,ନୂଆବଗ ସରପଞ୍ଚ ମାନସ ଦେହୁରୀ,ବିଜେଡି ନେତା ଶ୍ରୀକାନ୍ତ ମହାପାତ୍ର, ବିଜୟ ବେହେରା, କୈଳାଶ ବେହେରା, ରମେଶ ସାହୁ, ଦେବାର୍ଚ୍ଚନ ଦେହୁରୀ,କିସାନ ପଟ୍ଟନାୟକ, ସି6ଦ୍ଧସ୍ୱର ପ୍ରଧାନ, ପିଙ୍କୁନ ସାହୁ, ଚିନ୍ମୟ ଦାସ, ହାତୁରା ବିଜେଡି ସଭାପତି ମାନସ ସାମଲ,ବିଦ୍ୟାଧର ଦେହୁରୀ, ଅନ୍ତର୍ଯ୍ୟାମୀ ପଟ୍ଟନାୟକ, ରମେଶ ସାହୁ, ବିଜୟ ସାହୁ, ଗଦାଧର ସାହୁ, ସୁରେଶ ବେହେରା ପ୍ରମୁଖଙ୍କ ସହିତ ବହୂ ବିଜେଡି କର୍ମୀ ଯୋଗଦେଇଥିଲେ । କାର୍ଯ୍ୟକ୍ରମ ଶେଷରେ ନବୀନଙ୍କ ଜନ୍ମଦିନ ଶୁଭେଚ୍ଛା ଜଣାଇ ସୁକିଆବାଉତି ପୀଠରେ ଜନସାଧାରଣ ଓ ପଥଚାରିଙ୍କୁ ମିଷ୍ଠlର୍ଣ୍ଣ ବଣ୍ଟନ କରାଯାଇ ନବୀନ ପଟ୍ଟନାୟକଙ୍କୁ ଜନ୍ମଦିନ ଶୁଭେଚ୍ଛା ଜଣା ଯାଇଥିଲା ।

Leave A Reply

Your email address will not be published.

8 − 8 =