ନିରାଡମ୍ବରେ ପାଳିତ ହେଉଛି ହିନ୍ଦୋଳରେ ମା’ ଗଜଲକ୍ଷ୍ମୀ ପୂଜା !

ଢ଼େଙ୍କାନାଳ: ହିନ୍ଦୋଳ,ଢେଙ୍କାନାଳ ଜିଲ୍ଲାରେ ଆରମ୍ଭ ହୋଇଛି ବିଶ୍ୱପ୍ରସିଦ୍ଧ ଗଣପର୍ବ ମା’ ଗଜଲକ୍ଷ୍ମୀଙ୍କ ପୂଜା । ସେହିପରି ହିନ୍ଦୋଳ ଉପଖଣ୍ଡ ହିନ୍ଦୋଳ ଏନ୍ଏସି ରେ ୧୪ଟି,ରାସୋଳ-ତେଲିଭୂଇଁରେ ୪ଟି, ଖଜୁରୀକଟାରେ ୨ଟି ଏବଂ ଗଣ୍ଡାନାଳୀ ଅଞ୍ଚଳରେ ଗୋଟିଏ ପୂଜା ମଣ୍ଡପରେ ବିରାଜିଛନ୍ତି ମା’ ଧନଦାତ୍ରି । ହିନ୍ଦୋଳ ଏନ୍ଏସି ର ପ୍ରତ୍ୟେକ ପୂଜାମଣ୍ଡପ ଗୁଡ଼ିକରେ ମା ଲକ୍ଷ୍ମୀଙ୍କ ପାଇଁ ସୁସଜ୍ଜିତ ହୋଇ ରଙ୍ଗିନ୍ ତୋରଣ ଓ ଆଲୋକମାଳରେ ଝଟକୁ ଥିବାବେଳେ, ଭଜନ ସଂଗୀତ ସମାରୋହର ସହ ମିନବଜାର,ମନୋହାରୀ ଖେଳଣାସାମଗ୍ରୀ ଓ ଫାଷ୍ଟଫୁଡ୍ ଦୋକାନରୁ ଲୋକମାନେ ଭରପୁର ମଜା ନେଉଛନ୍ତି। ପୂଜା ଅନୁଷ୍ଠାନ ମାନଙ୍କରେ ଶ୍ରଦ୍ଧାଳୁ ମାନଙ୍କର ଗହଳି ମଧ୍ୟ ଏକ ଆଧ୍ୟାତ୍ମିକ ପରିବେଶ ସୃଷ୍ଟି କରି ଉତ୍ସବମୁଖର ହୋଇପଡିଛି । ହିନ୍ଦୋଳ ଏନ୍ଏସି ରେ ବସଷ୍ଟାଣ୍ଡ ପୂଜାକମିଟି,ଲକ୍ଷ୍ମୀବଜାର,ମେଡ଼ିକାଲଛକ, କଳ୍ପନାବଜାର , ମୀରାବଜାର,କାରିଗରସାହି, ନୂତନପାଟଣା କ, ଖ, ଗ, ବନମାଳୀପୁର ଛକ, ଧୂଳିଆ ମୁଣ୍ଡା ସାହି, ଚମ୍ପତି ସାହି, ରାଧାନାଥପୁର,ଗୋପାଳପୁର,ବାଙ୍କୁଆଳ ମୁଣ୍ଡହତା ଆଦି ୧୪ଟି ପୂଜାମଣ୍ଡପରେ ବିରାଜିଛନ୍ତି ମା ଲକ୍ଷ୍ମୀ । ପୂଜାକୁ ଶାନ୍ତିଶୃଙ୍ଖଳା ସହ ପାଳନ କରିବା ପାଇଁ ଉପଜିଲ୍ଲାପାଳ ଶିବାନନ୍ଦ ସ୍ୱାଇଁଙ୍କ ଅଧ୍ୟକ୍ଷତାରେ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଥିବାବେଳେ ଶାନ୍ତିଶୃଙ୍ଖଳାପାଇଁ ଅନ୍ୟ ଏକ ବୈଠକ ହିନ୍ଦୋଳ ଉପଖଣ୍ଡ ଆରକ୍ଷୀ ଅଧିକ୍ଷକ ଦୀପକ ଜେନାଙ୍କ ତତ୍ତ୍ୱାବଧାନରେ ହିନ୍ଦୋଳ ଥାନା ଅଧିକାରିଣୀ ଚାରୁଲତା ବେହେରାଙ୍କ ଅଧ୍ୟକ୍ଷତାରେ ସମସ୍ତ ପୂଜାଅନୁଷ୍ଠାନର ସଭାପତି/ସମ୍ପାଦକ ମାନଙ୍କୁ ନେଇ ପ୍ରସ୍ତୁତି ବୈଠକ ହୋଇଥିଲା । ଏଥିରେ ପୂଜା ସମୟରେ ଦ୍ରୁତଗତିରେ ଗାଡିଚାଳନା ,ଭାଇବ୍ରେଟର ସଂଯୁକ୍ତ ଡିଜେ ବାଜା, ବିଭିନ୍ନ ଅବକାରୀ ସାମଗ୍ରୀ ବ୍ୟବହାର,ରାତ୍ରିରେ ଭାରିଯାନ ଚଳାଚଳ, ନୋପାର୍କିଂ ଜୋନ୍,ଅସାମାଜିକ କାର୍ଯ୍ୟକଳାପ ଉପରେ ଅଙ୍କୁଶ ଲଗାଯିବା ଉପରେ ପ୍ରଶାସନ ଓ ସ୍ଥାନୀୟ ପୁଲିସ୍ ପଦକ୍ଷେପ ନେବାକୁ ଚୂଡାନ୍ତ ହୋଇଥିଲା । ଏବଂ ଏଥିରେ ସମସ୍ତଙ୍କ ସହଯୋଗ ଲୋଡ଼ାଯାଇଥିଲା । ସେହିଭଳି ୨୪ଘଣ୍ଟିଆ ତ୍ୱରିତ ସ୍ବାସ୍ଥ୍ୟସେବା ଯୋଗାଇ ଦେବା,ଅଗ୍ନିଦୁର୍ବିପାକ ପାଇଁ ଅଗ୍ନିଶମ ବିଭାଗ, ଅବକାରୀ ବିଭାଗ, ସ୍ୱାସ୍ଥ୍ୟପରିମଳ ପାଇଁ ଏନ୍ଏସି କର୍ତ୍ତୃପକ୍ଷ , ବିଦ୍ୟୁତ୍ ବିଭ୍ରାଟ ପାଇଁ ବିଦ୍ୟୁତ୍ ବିଭାଗ,ଅପରାଧ ନିୟନ୍ତ୍ରଣ ପାଇଁ ସନ୍ଧ୍ୟା ପରଠାରୁ ମଧ୍ୟ୍ୟରାତ୍ର ପର୍ଯ୍ୟନ୍ତ ପୁଲିସ୍ ପ୍ରଶାସନ ସଜାଗ ରହିବାକୁ ଜିଲ୍ଲା ପ୍ରଶାସନପକ୍ଷରୁ କୁହାଯାଇଛି ।ପ୍ରଶାସନିକ ବୈଠକରେ ନିର୍ଦ୍ଧାରିତ ସୂଚନା ଅନୁଯାୟୀ ପୂଜା ୨୪ ତାରିଖ ପର୍ଯ୍ୟନ୍ତ ପୂଜା ଓ ୨୫ ତାରିଖ ଦିନ ସମସ୍ତ ମେଢ଼ ଗୁଡ଼ିକ ମେଲଣରେଯାଇ ବିସର୍ଜନ କରିବାକୁ ନିଷ୍ପତ୍ତି ହୋଇଛି। ପାଗ ଅନୁକୂଳ ଥିବାରୁ ଏଥର ପୂଜା ବଜାର ଗହଳି ଲାଗିବ ବୋଲି ଅନୁମାନ କରାଯାଉଛି।

Leave A Reply

Your email address will not be published.

four × 4 =