ସରକାରୀ ବିଦ୍ୟାଳୟ ସ୍ତରୀୟ ତାଇକୋଣ୍ଡୋ ପ୍ରତିଯୋଗିତା ଅନୁଷ୍ଠିତ !

ଢେଙ୍କାନାଳ ଜିଲ୍ଲା ଶିକ୍ଷା କାର୍ଯ୍ୟାଳୟ ଓ ଆମେଚର ତାଇକୋଣ୍ଡୋ ଆସୋସିଏସନର ମିଳିତ ଆନୁକୂଲ୍ୟରେ ସରକାରୀ ବିଦ୍ୟାଳୟ ସ୍ତରୀୟ ତାଇକୋଣ୍ଡୋ ପ୍ରତିଯୋଗିତା ଢେଙ୍କାନାଳ ସହରର ସୁଲକ୍ଷଣା ଦେବୀ ସରକାରୀ ଉଚ୍ଚ ବିଦ୍ୟାଳୟ ପରିସରରେ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ଜିଲ୍ଲା ଅତିରିକ୍ତ ଶିକ୍ଷା ଅଧିକାରୀ ସସ୍ମିତା ସାହୁ ମୂଖ୍ୟ ଅତିଥି ଭାବରେ ଯୋଗ ଦେଇ ଏହି କାର୍ଯ୍ୟକ୍ରମକୁ ଉଦଘାଟନ କରିବା ସହ ତାଇକୋଣ୍ଡୋ କ୍ରୀଡ଼ା ବିଦ୍ୟାଳୟ ସମୂହରେ ସାମିଲ ହୋଇଥିବାରୁ ସମସ୍ତଙ୍କୁ ଶୁଭେଚ୍ଛା ଜଣାଇଥିଲେ ଏବଂ ତାଇକୋଣ୍ଡୋର ଉନ୍ନତି ନିମନ୍ତେ ମାଷ୍ଟର ଇଂ ସୌମ୍ୟବ୍ରତ ସାହୁଙ୍କୁ ଧନ୍ୟବାଦ ପ୍ରଦାନ କରିଥିଲେ । ମୁଖ୍ୟ ବକ୍ତା ଭାବରେ ସଦର ବ୍ଲକ ଗୋଷ୍ଠୀ ଶିକ୍ଷା ଅଧିକାରୀ ବ୍ରହ୍ମାନନ୍ଦ ରାଉତ ଏହି କ୍ରୀଡ଼ାର ଆହୁରି ପ୍ରସାରପ୍ରଚାର ପାଇଁ ମତ ପ୍ରଦାନ କରିଥିଲେ । ଓ ଆମେଚର ତାଇକୋଣ୍ଡୋ ସଂଘର ସମ୍ପାଦକ ତଥା ଜାତୀୟସ୍ତରର କୋଚ ୪ର୍ଥ ଡ଼ାନ୍ ବ୍ଲାକ ବେଲ୍ଟ ମାଷ୍ଟର ଇଂ ସୌମ୍ୟବ୍ରତ ସାହୁ ଯୋଗଦାନ କରି ବିଦ୍ୟାଳୟରେ ତାଇକୋଣ୍ଡୋକୁ କିଭଳି ଆହୁରି ଅଧିକା ଗୁରୁତ୍ତ୍ୱ ଦିଆଯିବ ସେ ନେଇ ବ୍ଲକ ସ୍ତରୀୟ ପ୍ରଶିକ୍ଷଣ ଶିବିର କରିବାକୁ ପ୍ରସ୍ତାବ ଦେଇଥିବା ବେଳେ ଏହାକୁ ଶିକ୍ଷା ବିଭାଗ ପକ୍ଷରୁ ସ୍ୱାଗତ କରାଯାଇଛି । ଭାରପ୍ରାପ୍ତ ଶାରୀରିକ ଶିକ୍ଷା ନିରୀକ୍ଷକ ପ୍ରକାଶ ଚନ୍ଦ୍ର ବେହେରା କାର୍ଯ୍ୟକ୍ରମରେ ସ୍ୱାଗତ ଭାଷଣ ଦେବା ସହ ଖେଳାଳି ମାନଙ୍କୁ ଉତ୍ସାହିତ କରିଥିଲେ । ସାରା ରାଜ୍ୟରେ ପ୍ରଥମେ ୨୦୧୨ ମସିହାରୁ ଏହି ଖେଳ ବିଦ୍ୟାଳୟ ସ୍ତରରେ ପ୍ରଦର୍ଶନ ଭାବରେ ମାଷ୍ଟର ଇଂ ସୌମ୍ୟବ୍ରତ ସାହୁଙ୍କ ପକ୍ଷରୁ ହୋଇଆସୁଥିବା ବେଳେ ଗତ ୩ ବର୍ଷ ହେଲା କେବଳ ଢେଙ୍କାନାଳ ଜିଲ୍ଲାରେ ଆନ୍ତଃ ବିଦ୍ୟାଳୟ ସ୍ତରୀୟ ତାଇକୋଣ୍ଡୋ ପ୍ରତିଯୋଗିତା ଜିଲ୍ଲା ଶିକ୍ଷା କାର୍ଯ୍ୟାଳୟ ଓ ଆମେଚର ତାଇକୋଣ୍ଡୋର ମିଳିତ ଆନୁକୂଲ୍ୟରେ ପ୍ରତିବର୍ଷ ଆୟୋଜିତ ହୋଇ ବହୁ ପ୍ରତିଭାବାନ ଖେଳାଳି ମାନଙ୍କୁ ଉତ୍ସାହିତ କରାଯାଉଅଛି ଏହି ସଫଳତା ପାଇବା ପରେ ଢେଙ୍କାନାଳ ଜିଲ୍ଲାର ବହୁ ଯୋଗଦାନ ରହିଥିବାରୁ ସମସ୍ତେ ଏହି ପ୍ରୟାସ ପାଇଁ ଉଚ୍ଚ ପ୍ରଶଂସା କରିଥିଲେ । ଏହି ପ୍ରତିଯୋଗିତାରେ ଢେଙ୍କାନାଳ ସଦର, କାମାକ୍ଷାନଗର ଓ ଓଡ଼ାପଡ଼ା ବ୍ଲକର ବ୍ଲକର ୧୪ ବର୍ଷ ଓ ୧୭ ବର୍ଷ ବିଭାଗରେ ବାକିକା ୧୧ ଜଣ ଓ ବାଳକ ୯ ଜଣ ସମୁଦାୟ ୨୦ ଜଣ ପ୍ରତିଯୋଗୀ ବ୍ଲକରୁ ମନୋନୀତ ହୋଇ ଅଂଶ ଗ୍ରହଣ କରିଥିଲେ ରେଫରୀ ଭାବରେ ଇନ୍ଦ୍ରଜିତ ସାହୁ, ଡାର୍ଲିଂନ ଡ଼ାଲଟନ, ପ୍ରତାପ ନାଏକ ପ୍ରମୁଖ ଯୋଗଦେଇ କାର୍ଯ୍ୟନିର୍ବାହ କରିଥିଲେ । ବିଦ୍ୟାଳୟ କ୍ରୀଡ଼ା ଶିକ୍ଷକ ସଂଘର ସହ ସମ୍ପାଦକ ସୁବ୍ରତ କୁମାର ମିଶ୍ର କାର୍ଯ୍ୟକ୍ରମ, ନରେଶ କୁମାର ମହାରଣ, ପ୍ରତାପକୁମାର ସାମନ୍ତ, ଦୁଷ୍ମନ୍ତ ସେଠି, ପ୍ରଶାନ୍ତ କୁମାର ସାହୁ, ଜୟନ୍ତୀ ବେହେରା ପ୍ରମୁଖ ଉପସ୍ଥିତ ସୁଚାର ରୂପେ ଏହି କାର୍ଯ୍ୟକ୍ରମ କୁ ପରିଚାଳନା କରିଥିଲା ବେଳେ ବିଦ୍ୟାଳୟର ବରିଷ୍ଠ ଶିକ୍ଷୟିତ୍ରୀ ଶର୍ମିଷ୍ଠା ସାହୁ ଧନ୍ୟବାଦ ଅର୍ପଣ କରିଥିଲେ। ।

Leave A Reply

Your email address will not be published.

18 − eleven =