ପଲ୍ଲିଶ୍ରୀ ମେଳା ରେ ଭାଗ ନେବେ ରାଜ୍ୟ ବାହାର ବ୍ୟବସାୟୀ : ୯ ଦିନ ଧରି ଚାଲିବ ମେଳା- କରାଯିବ ୨୫୦ଟି ଷ୍ଟଲ !

ଢେଙ୍କାନାଳ : ମା’ ଗଜଲକ୍ଷ୍ମୀଙ୍କ ପୂଜା ଅବସରରେ ଢେଙ୍କାନାଳସ୍ଥିତ ମହିଷାପାଟ ପଲ୍ଲିଶ୍ରୀ ମେଳା ପଡିଆରେ ୧୭ ଅକ୍ଟୋବର ରୁ ୨୫ ଅକ୍ଟୋବର ପର୍ଯ୍ୟନ୍ତ ୯ଦିନ ଧରି ପଲ୍ଲିଶ୍ରୀ ମେଳା ଅନୁଷ୍ଠିତ ହେବ l ଏହି ମେଳାରେ ଏହି ବର୍ଷ ୧୩ଟି ରାଜ୍ୟ ଓ ୨ଟି କେନ୍ଦ୍ର ଶାସିତ ଅଞ୍ଚଳ ଯଥା – ଆସାମ, ବିହାର, ଗୁଜୁରାଟ, ଝାରଖଣ୍ଡ, କର୍ଣ୍ଣାଟକ, ମଧ୍ୟପ୍ରଦେଶ, ମହାରାଷ୍ଟ୍ର, ମଣିପୁର, ଓଡିଶା, ପଞ୍ଜାବ, ରାଜସ୍ଥାନ, ଉତ୍ତର ପ୍ରଦେଶ, ପଶ୍ଚିମବଙ୍ଗ, ଓ ନୂଆଦିଲ୍ଲୀ ଏବଂ ଜମ୍ମୁଓ କାଶ୍ମୀର କେନ୍ଦ୍ର ଶାସିତ ଅଞ୍ଚଳ ର ବ୍ୟବସାୟୀ ଯୋଗଦେବେ l ଏଥର ମେଳରେ ୨୫୦ ଟି ଷ୍ଟଲ ରହିବ l ସେଥିମଧ୍ୟରୁ ଓରମାସ ର ୯୫ଟି , ଅନ୍ୟ ରାଜ୍ୟ ର ୩୦ଟି, ମିଶନ ଶକ୍ତିର ୩୦ଟି, ଲାଇନ ଡିପାର୍ଟମେଣ୍ଟର ୨୫ଟି, ହାଣ୍ଡିକ୍ରାଫ୍ଟର ୧୫ଟି, ଟେକ୍ସଟlଇଲର ୫ ଟି, ଆର ଏସ ଇ ଟି ଆଇ ବଜ଼ାର ର ୧ଟି, ଢେଙ୍କାନାଳ ଜିଲ୍ଲା ମହିଳା ସ୍ୱୟଂ ସହାୟକ ଗୋଷ୍ଠୀର ୧୫ଟି, ଟିଡିସିସି ର ୧ଟି, ଟିଆରଆଇଏଫଇଡି ର ୧ଟି, ଓଡିଶା ତଳଗୁଡା ସମାଜ ର ୧ଟି, ଓଡିଶା କଏର କର୍ପୋରେସନ ର ୧ଟି, ବୟନିକା ର ୩ଟି, କେଭିଆଇବି ର ୬ ଟି, ସେବା ପ୍ରଦାନ କାରୀ ୬ଟି ଓ ୧୫ଟି ଖାଦ୍ୟ ଷ୍ଟଲ ରହିବ l ଏହା ସହିତ ମେଳରେ ଅଂଶ ଗ୍ରହଣ କରୁଥିବା ବ୍ୟବସାୟୀ, କଳାକାର ଏବଂ ଅତିଥିଙ୍କ ରହଣି ବ୍ୟବସ୍ଥା, ନିରବଛିନ୍ନ ବିଦ୍ୟୁତ ଯୋଗାଣ, ନିୟମିତ ସଫେଇ, ପାନୀୟ ଜଳ ଯୋଗାଣ, ଯାନବାହାନ ନିୟନ୍ତ୍ରଣ, ଅଗ୍ନି ନିର୍ବାପକ ବ୍ୟବସ୍ଥା , ଆଶୁ ଚିକିତ୍ସା, ଆମ୍ବୁଲାନ୍ସ ବ୍ୟବସ୍ଥା, ଉତ୍ପାଦକ ସାମଗ୍ରୀ ବିମl କରଣ, ଏଟିଏମ ବ୍ୟବସ୍ଥା ସିସିଟିଭି ବ୍ୟବସ୍ଥା, ବୃଦ୍ଧବୃଦ୍ଧାଙ୍କ ପାଇଁ ହୁଇଲ ଚେଆର ବ୍ୟବସ୍ଥା କରାଯାଇଛି l ଏଥିସହିତ ୭ମ ଜିଲ୍ଲାସ୍ତରୀୟ ଲୋକକଳା ମହୋତ୍ସବ ଅକ୍ଟୋବର ୧୯ ତାରିଖ ରୁ ୨୧ ତାରିଖ ପର୍ଯ୍ୟନ୍ତ ଏହି ପଲ୍ଲିଶ୍ରୀ ମେଳା ପଡିଆରେ ଅନୁଷ୍ଠିତ ହେବ l

Leave A Reply

Your email address will not be published.

18 + 10 =