ଭୁବନ ଦଶହରା ଉତ୍ସବ ମୁଖର !

ଢ଼େଙ୍କାନାଳ :ଶାରଦୀୟ ଦୁର୍ଗାପୂଜା ବା ଦଶହରା ପର୍ବରେ ୩୩ଟି ବଳଦ ଯାତ୍ରା ସାମିଲ ହୋଇଛନ୍ତି। ମାଆଙ୍କ ଆଗମନ ପୂର୍ବରୁ ସମସ୍ତଙ୍କ ମନରେ ଉତ୍କଣ୍ଠା ଓ ଉସ୍ଛାହ ଭରିଯାଇଥିଲା । ଆକାଶରେ ମେଘଖଣ୍ଡ , ନଦୀପଠାରେ କାଶତଣ୍ଡି ଫୁଲର ସମ୍ଭାର କୁ ଦେଖି ଭୁବନବାସୀ ବିମୋହିତ ହୋଇଥିଲେ । ଭୁବନର ଐତିହ୍ଯ ଦଶହରା ଯାତ୍ରା ବା ବଳଦଯାତ୍ରା । ଭୁବନର ବଳିଷ୍ଠ ସଂସ୍କୃତି ଓ ଭାଇଚାରା ପର୍ବ କହିଲେ ଦଶହରାକୁ ବୁଝାଏ । ଥୋରିଆ ସମାଜ ତରଫରୁ ବ୍ୟବସାୟିକ ଐତିହ୍ଯ ଓ ବଳଦମାନଙ୍କ ଭୂମିକାକୁ ସମାଜ ଆଗରେ ବଞ୍ଚାଇ ରଖିବାକୁ ଶୁଭାରମ୍ଭ କରିଥିଲେ ବଳଦଯାତ୍ରା । ଯାହାକି କାଳକ୍ରମେ ଗଣପର୍ବର ରୂପ ନେଇଥିଲା । ଯାହାକି ଶାନ୍ତିପୂର୍ଣ୍ଣ ଭାବେ ପାଳନ ପାଇଁ ପ୍ରଶାସନ ପକ୍ଷ ରୁ ପ୍ରଚେଷ୍ଟା ଜାରି ରହିଛି । କାମାକ୍ଷା ନଗର ଉପଜିଲ୍ଲାପାଳଙ୍କ ଅଧକ୍ଷତା ରେ ବାରମ୍ବାର ବୈଠକ ଅନୁଷ୍ଠିତ ହୋଇଯାଇଛି. । ଦଶମୀ ଦିନ ଵିଧି ମୁତାବକ ଥୋରିଆ ସମାଜ ପକ୍ଷରୁ ମେରୀ ବନ୍ଦନା , ଗଡିଶ ମାଛ ଅନୁକୂଳ ଦାନୀଘରେ ଗୁଆ, ଗୋପାଳପୁରରେ ଲୁଣମାପ ,ଦଶହରା ପଡିଆ ମାଟିକୁ ପ୍ରଣାମ କରି ଛତିଶ ପାଟକ ଭାଇଙ୍କୁ ନିମନ୍ତ୍ରଣ ଦେଇଥିଲେ। ଦ୍ୱିତୀୟ ଦିନ ନିର୍ଦ୍ଧାରିତ ସମୟରେ ରାବଣ ପୋଡି ହୋଇଛି ।ବଳଦ ଗୁଡିକ ସୁସଜ୍ଜିତ କରି ଶୋଭାଯାତ୍ରାରେ ନିଆ ଯାଇଛି ।ପ୍ରଶାସନ କଠୋର ଗାଡ଼ିରେ ଲାଗିଛି ଡି ଜେ ଷ୍ଟିକର । ଫୋଟ ପହଞ୍ଚିଛି ଏସ ପି ଙ୍କ ପାଖର । କମିଟି କହିଛି ବାଜିବନି ଡି.ଜେ. । ଯିଦ୍ ରେ ଅଟଳ ପ୍ରଶାସନ । ଚଳିତବର୍ଷ ବିଶ୍ଵପ୍ରସିଦ୍ଧ ଭୁବନ ବଳଦଯାତ୍ରାରେ ଡି ଜେ ବନ୍ଦ ପାଇଁ ଆହ୍ବାନ ଦେଇଥଲା ନାୟକ ସାହି କମିଟି। ସମ୍ପୁର୍ଣ୍ଣ ଭାବରେ ବେଆଇନ ଘୋଷଣା କରିଥିଲେ ଉପଜିଲ୍ଲାପାଳ। ଅନେକ କମିଟି ମାନିଛନ୍ତି । ହେଲେ ବଳଦିଆ କମିଟି ଛୋଟ ପିକ ଅପ ଗାଡ଼ିରେ ଅଳ୍ପ ମେସିନ ଲଗାଇ ଜଗନ୍ନାଥ ମଣ୍ଡପ ନିକଟରେ ରଖିଥିଲେ। ମନ୍ଦିରରେ ପୂଜାର୍ଚ୍ଚନା କରି ବାହାରିଲା ବେଳକୁ ମାଡ଼ି ବସିଲା ପୋଲିସ । ବଳଦିଆ କମିଟି ର ବଳଦ ଯାତ୍ରାରେ ସାମିଲ ନ ହୋଇ ମନ କଷ୍ଟରେ ଫେରିଥିଲେ ଘରକୁ ।ମା ବଣିଜାରି ଗୁହାରି ଶୁଣିଲେ ଭୁବନ ର ଗ୍ରାମ ଦେବତୀ ମା ବଣିଜାରି ଙ୍କ ପୀଠରେ ଥୋରିଆ ସମାଜର ମୂରବୀ ଯୁବକ ଏକତ୍ରିତ ହୋଇ ପୂଜାର୍ଚ୍ଚନା କରିଥିଲେ। ଅନୁକୂଳ ଯାତ୍ରା ସୁରୁଖୁରୁ ରେ ହେଉ । ଯାହା ଶୁରୁଖୁରୁରେ ହୋଇଛି ।ତୃତୀୟାଦେବଙ୍କୁ କମ ଅନୁକୂଳ କଚରା ସମାଜ ଦ୍ଵାରା ନିର୍ମିତ ଶ୍ରୀତୃତୀୟାଦେବ ମନ୍ଦିରରେ ସମସ୍ତ ବଳଦିଆ କମିଟିର ସଦସ୍ୟଙ୍କୁ ଉତ୍ତରୀୟ ଦେଇ ସମ୍ବର୍ଦ୍ଧିତ କରିଥିଲେ । ଶ୍ରୀ ଜଗନ୍ନାଥ ନିକଟ କମ ଅନୁକୂଳ କରି ପ୍ରଥମ ବ୍ୟବସାୟ ଆରମ୍ଭ କରିଥିଲେ । ନଗରପାଳଙ୍କୁ ବଧାଇ ଯୁବ ନଗରପାଳଙ୍କ ଅବିରତ ପ୍ରଚେଷ୍ଟାକୁ ଧନ୍ୟବାଦ ଦିଆଯାଇଛି । ସଂପୂର୍ଣ୍ଣ ଯାତ୍ରାରେ ଉପସ୍ଥିତ ରହି ଯାତ୍ରାକୁ ନିୟନ୍ତ୍ରଣ କରିଥିଲେ । କିଛି ନୂଆ କରି ଦେଖାଇବାକୁ ପ୍ରଚେଷ୍ଟା ଜାରି ରଖିଥିବା ଯୁବ ନଗରପାଳ ରାତି ସାରା ନିଜେ ଅନିଦ୍ରା ରହି ନିଜର ସହକର୍ମୀ ଙ୍କ ସହ ଯାତ୍ରାକୁ ଶୃଙ୍ଖଳିତ ଭାବେ ଶେଷ କରାଇଥିବାରୁ ପ୍ରଶାସନ ବି ହାର ମାନିଛ ।ଭଡାରେ ବଳଦ ପୂର୍ବରୁ ଭୁବନରେ ପ୍ରାଣୀ ଗଣନା ଅନୁଯାୟୀ ହଜାରରୁ ଉର୍ଦ୍ଧ୍ବ ସଂଖ୍ୟାରେ ହଳ ଥିଲା ବଳଦ ଥିଲେ । ଏବେ ହାତଗଣତି ୫୦ବଳଦ ମିଳୁନି । ଫଳରେ ହୃଷ୍ଟ ପୃଷ୍ଟ ବଳଦ ପାଇଁ ସ୍ଥଳ ବିଶେଷରେ ବଳଦ ପାଞ୍ଚ ରୁ ଦଶହଜାର ଟଙ୍କାରେ ଭଡାରେ ଅଣାଯାଉଛି ।ଦଶରା ବଳଦ ଯାତ୍ରା ଫୋଟ ଗ୍ୟାଲେରୀ ଉଦ୍ଘାଟନ। ଏସିଆ ମହାଦେଶ ମହାଦେଶର ପ୍ରସିଦ୍ଧି ଲାଭ କରିଥିବା ବଳଦ ଯାତ୍ରା ର ୪୦ବର୍ଷ ର ଫଟୋ ଗ୍ୟାଲେରୀ କୁ ଉଦ୍ଘାଟନ କରାଯାଇଛି। ତୃପ୍ତି ପାଠାଗାର ଅଧକ୍ଷ ପୂର୍ଣ୍ଣ ଚନ୍ଦ୍ର ସାହୁ ଅଧ୍ୟକ୍ଷତା କରିଥିଲେ। ଭୁବନ ଦଶହରା ବଳଦ ଯାତ୍ରା ଶାନ୍ତି କମିଟି ସଭାପତି ଦିଲ୍ଲୀପ କୁମାର ଦାସ ଉଦ୍ଘାଟନ କରିଥିଲେ। କଂଗ୍ରେସ ନେତା ପ୍ରଭୁଦତ ଭଟ୍ଟ, ସ୍ତମ୍ଭକାର ପ୍ରେମାନନ୍ଦ ପାଣିଗ୍ରାହୀ ଉପସ୍ଥିତ ଥିଲେ । ସନ୍ଧ୍ୟାରଣି ସାହୁ ଧନ୍ୟବାଦ୍ ଅର୍ପଣ କରିଥିଲେ।୭ଟୋପିକୁଲାନିଅପିଠାଦିଅଅନୁକୂଳ ଯାତ୍ରା ପରଦିନ ଟୋପି କୁଲା ଧରି ବୁଲି ଥାନ୍ତି କୁଟୀର ଶିଳ୍ପ କରିଥିବା ବ୍ୟକ୍ତି । ତେବେ ଟୋପି କୂଲା ବଦଳ ରେ ପିଠା ସଂଗ୍ରହ କରନ୍ତି । ୮ନବୀନ କ୍ରେଜ୍ କୁ ବିଜେପି ଝଣ୍ଡା ଶୋଭାଯାତ୍ରା ରେ ଟୋକା ମାନେ ନବୀନ ବାବୁ ଆମେ ତମ ପ୍ୟାନ ସାଙ୍ଗକୁ ବିଜେପି ପତାକା ଧରି ନାଚୁଥିବା ଦେଖାଯାଇଛି । ସହରର ସମସ୍ତ ପୂଜା କମିଟି, ସାହି ବଳଦ ଭାଇ, ଶାନ୍ତି କମିଟିର ସମସ୍ତ ସଦସ୍ୟ, ସମସ୍ତ ସାମ୍ବାଦିକ ବନ୍ଧୁଗଣ, ଭୁବନ ର ସମସ୍ତ ଜନସାଧାରଣ ଓ ଶାନ୍ତି ଶୃଙ୍ଖଳା ବଜାୟ ରଖିବା ପାଇଁ, ଦୀର୍ଘ ସମୟ ଅକ୍ଲାନ୍ତ ଓ ନିରନ୍ତର ପରିଶ୍ରମ କରିଥିବା ମୋର ବରିଷ୍ଠ ପୋଲିସ ଅଧିକାରୀ ଓ ସମସ୍ତ ପୋଲିସ ଭାଇ ମାନଙ୍କ ଆଗରେ ଏହି ପର୍ବ କୁ ଆମେ ବି ଖୁବ ଆନନ୍ଦର ସହ ଅନୁକୂଳ ଯାତ୍ରା ଉପଭୋଗ କଲୁ। ସମସ୍ତ ମେଢର କର୍ମକର୍ତା ଓ ସାହି ଭାଇ ମାନଙ୍କର ଅପୂର୍ବ ସହଯୋଗ ଯୋଗୁ, ଜନସାଧାରଣର ଦୃଢ ଦାବି ଥିବା ଛାତି ଥରା ଓ ଅତି କଷ୍ଟ ଦାୟକ ଓ କ୍ଷତିକାରକ ଶବ୍ଦକୁ ଆମେ ରୋକି ପାରିଲେ ଓ ଅଗଣିତ ଭାଇ, ମା, ଭଉଣୀ ମାନେ ଘଣ୍ଟା ଘଣ୍ଟା ଧରି ରାତି ସାରା ଅନିଦ୍ରା ରହି ଯାତ୍ରାକୁ ଯେପରି ଉପଭୋଗ କରୁଥିଲେ, ତାହା ଆମକୁ ବହୁତ ଖୁସି ଦେଇଛି। ସମସ୍ତଙ୍କୁ ପୁଣି ହୃଦୟରୁ ଧନ୍ୟବାଦ ଓ ପ୍ରଣାମ। ଭୁବନ ମାଟିର ସମସ୍ତ ବୟୋଜ୍ୟେଷ୍ଠ ଓ ଗୁରୁଜନ ମାନେ ଆମକୁ ବହୁତ ଆଶୀର୍ବାଦ କରି ଥିବାରୁ ସମସ୍ତଙ୍କୁ ମୋର ସାଦର ଓ ଭକ୍ତିପୁତ୍ତ ପ୍ରଣାମ , ଆପଣଙ୍କର ସେବାର ସୁଯୋଗ ଦେଇଥିବାରୁ, ଆମେ ଧନ୍ୟ ହୋଇଛୁ। ଭୁବନ ବାସୀଙ୍କ ନିରନ୍ତର ସହଯୋଗ ଓ ଭଲ ପାଇବା ମନେ ରହିବ। ଆପଣଙ୍କର ସେବାରେ ଥାନା ଅଧିକାରୀ ମନସ୍ମିତା ମହାନ୍ତି ଜଣାଇଛନ୍ତି।

Leave A Reply

Your email address will not be published.

3 × 1 =