ନବରାତ୍ରୀ ସମୟରେ ଢେଙ୍କାନାଳ ଜିଲ୍ଲାରେ ଜନ୍ମିତ କନ୍ୟାରତ୍ନ ମାନଙ୍କୁ ବିକାଶ ଫାଉଣ୍ଡେସନର ସମ୍ମାନ କାର୍ଯ୍ୟକ୍ରମ !

କନ୍ୟାରତ୍ନଙ୍କ ଯତ୍ନ ନେବା ପାଇଁ ଦାୟିତ୍ୱବାନ ହେବା

  • ଢେଙ୍କାନାଳ ସାଂସଦ ରୁଦ୍ର ନାରାୟଣ ପାଣି ଓ ବିକାଶ ଫାଉଣ୍ଡେସନ ଅଧ୍ୟକ୍ଷା ମୃଦୁଳା ଟି. ପ୍ରଧାନଙ୍କ ଦ୍ୱାରା ଶିଶୁ କନ୍ୟା ଶୁଭ କଲ୍ୟାଣ ସମାରୋହ ସମାରୋହ ଉଦଘାଟିତ
  • ଢେଙ୍କାନାଳ ଜିଲ୍ଲା ଚିକିତ୍ସାଳୟକୁ ଯାଇ ନବରାତ୍ରୀ ସମୟରେ ଜନ୍ମଲାଭ କରିଥିବା ନବଜାତ ଶିଶୁକନ୍ୟାଙ୍କୁ ଶୁଭକାମନା ଜଣାଇଲେ

ଢେଙ୍କାନାଳ : ଶିଶୁକନ୍ୟା ଜୀବନରେ ସବୁଠାରୁ ବଡ଼ ରତ୍ନ । ସେମାନଙ୍କର ସଠିକ୍ ସ୍ୱାସ୍ଥ୍ୟ, ଉପଯୁକ୍ତ ପୋଷଣ ସହ ଯତ୍ନ ନେବା ଆମର ସବୁଠୁ ବଡ଼ ଦାୟିତ୍ୱ ହେବା ଦରକାର । ତେବେ ଯାଇ ଦେଶର ବିକାଶ ହେବ । ଏହି ସମାଜିକ ସଚେତତନା ସୃଷ୍ଟି କରିବା ଲକ୍ଷ୍ୟରେ ରବିବାର ଦଶହରା ଅବସରରେ ଅଗ୍ରଣୀ ସ୍ୱେଚ୍ଛାସେବୀ ସଂଗଠନ ‘ବିକାଶ ଫାଉଣ୍ଡେସନ ଟ୍ରଷ୍ଟ’ ପକ୍ଷରୁ ଢେଙ୍କାନାଳରେ ଜନ୍ମଲାଭ କରିଥିବା ନବଜାତ ଶିଶୁକନ୍ୟାଙ୍କୁ ସମ୍ବର୍ଦ୍ଧନା ଜଣାଇବା ସହ “ଶିଶୁ କନ୍ୟା ଶୁଭ କଲ୍ୟାଣ ସମାରୋହ” ଅନୁଷ୍ଠିତ ହୋଇଯାଇଛି । ଢେଙ୍କାନାଳ ସାଂସଦ ରୁଦ୍ର ନାରାୟଣ ପାଣି, ଢେଙ୍କାନାଳ ମ୍ୟୁନିସିପାଲଟି ଚେୟାରମ୍ୟାନ ଜୟନ୍ତ ପାତ୍ର ଓ ବିକାଶ ଫାଉଣ୍ଡେସନ ଟ୍ରଷ୍ଟର ଅଧ୍ୟକ୍ଷା ମୃଦୁଳା ଟି. ପ୍ରଧାନ ଢେଙ୍କାନାଳ ଜିଲ୍ଲା ଚିକିତ୍ସାଳୟକୁ ଯାଇ କନ୍ୟା ସନ୍ତାନ ପ୍ରାପ୍ତି ମା’ମାନଙ୍କୁ ଭେଟି ଶୁଭକାମନା ଜଣାଇଛନ୍ତି । ଏହି ସମାରୋହରେ ଯୋଗଦେଇ ସେ କହିଛନ୍ତି ଯେ ଯେତେବେଳେ ଘରେ କନ୍ୟା ସନ୍ତାନଟିଏ ଜନ୍ମ ନିଏ, ସେତେବେଳେ ଘର ସ୍ୱର୍ଗ ପାଲଟିଯାଏ । କନ୍ୟାରତ୍ନ ସବୁଠାରୁ ଅମୂଲ୍ୟ ରତ୍ନ । ତାଙ୍କୁ ଆମେ ସବୁବେଳେ ସ୍ନେହ ଓ ଶ୍ରଦ୍ଧା ଦେବା ଦରକାର । ବୟସ ଅନୁସାରେ ସେମାନଙ୍କର ସଠିକ୍ ଲାଳନପାଳନ ବା ସ୍ୱାସ୍ଥ୍ୟର ଯତ୍ନନେବା ସହ ଭିଟାମିନଯୁକ୍ତ ଖାଦ୍ୟ ଦେବା ଦରକାର । ଏହି ଜନସଚେନତା ଲକ୍ଷ୍ୟରେ ତଥା ସମ୍ବଲପୁର ସାଂସଦ କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ କଳ୍ପନାରେ ବିକାଶ ଫାଉଣ୍ଡେସନ ପକ୍ଷରୁ ଏଭଳି ଅଭିନବ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଝିଅମାନଙ୍କ ଉପଯୁକ୍ତ ଯତ୍ନ ନେବା ପାଇଁ ମା’ମାନଙ୍କୁ ପରାମର୍ଶ ଦେବା ସହ ସେ କହିଛନ୍ତି ସମାଜରେ ମହିଳା ଭାଗିଦାରୀ ଯେତେ ବଢିବ, ସମାଜ ସେତେ ସଶକ୍ତ ହେବ । ମହିଳାଙ୍କ ଉନ୍ନତିରେ ହିଁ ସମାଜର ପ୍ରଗତି ହେବ । ଆମ ମାଟିର ଝିଅ ଶ୍ରୀମତୀ ଦ୍ରୌପଦୀ ଦ୍ରୌପଦୀ ମୁର୍ମୁ ରାଷ୍ଟ୍ରପତି ପଦବୀରେ ଅଛନ୍ତି, ଯାହା ଏକ ବଡ ଉପଲବ୍ଧି । ମୋଦୀ ସରକାରଙ୍କ ବେଟି ବଚାଓ, ବେଟି ପଢାଓ, ସୁକନ୍ୟା ସମୃଦ୍ଧି ଯୋଜନା ଶିଶୁକନ୍ୟାଙ୍କ ଭଭିଷ୍ୟତକୁ ସୁରକ୍ଷିତ କରିବାର ବଡ଼ ମାଧ୍ୟମ ହୋଇଛି । ବେଟି ବଚାଓ, ବେଟି ପଢ଼ାଓ ଏହା ଏକ ନାରା ନୁହେଁ ଏହା ଆମ କର୍ତ୍ତବ୍ୟ । ସମସ୍ତ କନ୍ୟା ସନ୍ତାନଙ୍କ ସୁରକ୍ଷାର ଦାୟିତ୍ଵ ଆମ ମାନଙ୍କର ହେବା ଦରକାର । ସେମାନଙ୍କୁ ଆଗକୁ ବଢିବା ପାଇଁ ଆମେ ସବୁବେଳେ ପ୍ରୋତ୍ସାହିତ କରିବା ଦରକାର । ବିକାଶ ଫାଉଣ୍ଡେସନ ସର୍ବଦା ଝିଅମାନଙ୍କ ବିକାଶରେ କାର୍ଯ୍ୟ ସମ୍ପାଦନ କରିବ ବୋଲି ଫାଉଣ୍ଡେସନର ଅଧ୍ୟକ୍ଷା କହିଛନ୍ତି ।

Leave A Reply

Your email address will not be published.

15 + thirteen =