ଗଁଦିଆ; ପିଙ୍ଗୁଆ ଡିଗ୍ରୀ କଲେଜରେ ଓଡିଆ ପାଠଚକ୍ର !

ଢେଙ୍କାନାଳ :ଗଁଦିଆ ବ୍ଳକ ଅ୍‌ନ୍ତର୍ଗତ ପିଙ୍ଗୁଆ ଡିଗ୍ରୀ କଲେଜର ଓଡିଆ ଭାଷା ଓ ସାହିତ୍ୟ ବିଭାଗ ତରଫରୁ ଓଡିଆ ପାଠଚକ୍ର ‘କବି ସମ୍ରାଟ ଉପେନ୍ଦ୍ରଭଞ୍ଜଙ୍କ ସୃଷ୍ଟିରେ ମୋଳିକତା’ ଶିର୍ଷକ ଆଲୋଚନା ହୋଇଥିଲା ।

ଉକ୍ତ ପାଠଚକ୍ରକୁ ପ୍ରଜ୍ଞାମାନସ କବି ଶ୍ରୀ ପଣ୍ଡିତ ରମେଶ ଚନ୍ଦ୍ର ସାହୁ (ସତ୍ୟବାଦୀ ପୁରସ୍କାର ପ୍ରାପ୍ତ)ଉଦଘୀଟନ କରିଥିଲେ । ମୁଖ୍ୟ ବକ୍ତା ଭାବେ ମାଳିକା ଶେଖର କୃତି ଶିକ୍ଷକ ଏବଂ ଗାୟକ କରଂଜିତ କୁମାର ଦାସ ଯୋଗଦେଇ କବିସମ୍ରାଟ ଉପେନ୍ଦ୍ର ଭଞ୍ଜଙ୍କ ସୃଷ୍ଟି ସୌରଭରେ ତାଙ୍କ ମୌଳିକତାର ବିଭିନ୍ନ ପ୍ରସଙ୍ଗକୁ ଆଲୋଚନା କରିଥିଲେ । କଲେଜର ଅଧ୍ୟକ୍ଷ ଭଗବାନ ମିଶ୍ର ପାଠଚକ୍ରକୁ ଅଧ୍ୟକ୍ଷତା କରିଥିଲେ ।

ବିଭାଗୀୟ ମୁଖ୍ୟ ଅଧ୍ୟାପକ ଦିପ୍ତୀରଂଜନ ମହାଳିକଙ୍କ ସଂଯୋଜନାରେ ଆୟୋଜିତ ପାଠଚକ୍ରରେ ବିଭାଗର କବିତା ବିଶେଷାଙ୍କ ‘ଆକାଂକ୍ଷା’ ଉନ୍ମୋଚିତ ହୋଇଥିଲା । ଉପସ୍ଥିତ ଅତିଥମାନଙ୍କୁ ଉପଢୌକନ,ପ୍ରଶଂସା ଫଳକ, ପୁଷ୍ପଗୁଚ୍ଛ ଦେଇ ସମ୍ବର୍ଦ୍ଧିତ କରାଯାଇଥିଲା । ପ୍ରାରମ୍ଭରେ ଶ୍ରୀ ଜଗନ୍ନାଥ ମହାପ୍ରଭୂଙ୍କ ଫଟୋରେ ପୁଷ୍ପମାଲ୍ୟ ଏବଂ ପ୍ରଦୀପ ୍‌ପ୍ରଜ୍ୱଳନ କରାଯାଇଥିଲା । ଛାତ୍ରୀ ସାଗରିକା ସାହୁ, ଅନସୁୟା ସାହୁ, ଅର୍ଚ୍ଚନା ବାରିକ ସ୍ୱାଗତ ସଙ୍ଗୀତ ଗାନ କରିଥିଲେ । ଅଧ୍ୟାପକ ବୈକୁଣ୍ଠନାଥ ମିଶ୍ର ଧନ୍ୟବାଦ ପ୍ରଦାନ କରିଥିଲେ ଏବଂ ଅଧ୍ୟାପିକା ସ୍ୱର୍ଣ୍ଣପ୍ରଭା ବେହେରା ସମସ୍ତ ଆୟୋଜନକୁ ସରସ ସୁନ୍ଦର କରାଇଥିଲେ ।

Leave A Reply

Your email address will not be published.

10 + 18 =