ଓଡିଶା ମାଧ୍ୟମିକ ସ୍କୁଲ୍ ଶିକ୍ଷକ ସଂଘ ପକ୍ଷରୁ ୪୧ତମ ଶିଶୁ ମେଳା ଅନୁଷ୍ଠିତ !

ଢେଙ୍କାନାଳ : ଓଡିଶା ମାଧ୍ୟମିକ ସ୍କୁଲ୍ ଶିକ୍ଷକ ସଂଘ ପକ୍ଷରୁ ୪୧ତମ ଶିଶୁ ମେଳା ଲକ୍ଷ୍ମୀଧର ମ୍ୟୁନିସିପାଲିଟିସରକାରୀ ଉଚ୍ଚ ବିଦ୍ୟାଳୟ ଠାରେ ମହାସମାରୋହରେ ପାଳିତ ହୋଇଯାଇଅଛି । ଉଦ୍‌ଘାଟନୀ ଉତ୍ସବରେ ମୁଖ୍ୟ ଅତିଥିରୂପେ ରାଜ ପରିବାରର ସଦସ୍ୟ ରାଜୀବ ଲୋଚନ ସିଂହଦେଓ ଯୋଗଦେଇ ପିଲାମାନେ ନିଜ ନିଜର ପ୍ରତିଭା ପ୍ରଦର୍ଶନନିମନ୍ତେ ଏହା ଏକ ବଳିଷ୍ଠ ପଦକ୍ଷେପ ବୋଲି ମତବ୍ୟକ୍ତ କରିଥିଲେ । ମୁଖ୍ୟବକ୍ତା ଭାବେ ଅତିରିକ୍ତ ଜିଲ୍ଲା ମତ୍ସ୍ୟ ଅଧିକାରୀବି.ବି.ଜେ. ସାହୁ ପିଲାମାନଙ୍କୁ ଧୈର୍ଯ୍ୟ ଓ ଶୃଙ୍ଖଳାର ସହିତ କାର୍ଯ୍ୟ କଲେ ଫଳପ୍ରସୁ ହେବ ବୋଲି କହିଥିଲେ । ସମ୍ମାନିତଅତିଥି ଭାବେ ଭାରତୀୟ ଷ୍ଟେଟ୍ ବ୍ୟାଙ୍କ ବଜାର ଶାଖାର ପରିଚାଳକ ବିଶ୍ୱ ରଞ୍ଜନ ମହାପାତ୍ର ଯୋଗଦେଇ ଓଷ୍ଟାର ଏହିଯୁଗାନ୍ତକାରୀ ପଦକ୍ଷେପକୁ ଭୂୟସୀ ପ୍ରଂଶସା କରିଥିଲେ । ଅନ୍ୟତମ ଅତିଥି ଭାବେ ଯୁଧିଷ୍ଠିର ସାହୁ ସମସ୍ତ କାର୍ଯ୍ୟ ମନଦେଇକରିବାକୁ ପରାମର୍ଶ ଦେଇଥିଲେ । ଜିଲ୍ଲା ସଂପାଦକ ବିଭୁତି ସାମଲ, ଶିଶୁମେଳାର ଆଭିମୁଖ୍ୟ ବିଷୟରେ ଆଲୋକପାତକରିଥିଲେ । ଜିଲ୍ଲାର ସ୍ଥାୟୀ ସଭାପତି ସନ୍ତୋଷ କୁମାର ପାଣିଗ୍ରାହୀ କାର୍ଯ୍ୟକ୍ରମରେ ସଭାପତିତ୍ୱ କରିଥିବାବେଳେ ଉଦ୍‌ଯାପନୀଉତ୍ସବରେ ମୁଖ୍ୟ ଅତିଥି ଭାବେ ଅତିରିକ୍ତ ଜିଲ୍ଲା ଶିକ୍ଷାଧିକାରୀ ପିଲାମାନଙ୍କୁ ମଣିଷ ପରି ମଣିଷ ହେବା ପାଇଁ ପରାମର୍ଶଦେଇଥିଲେ । ମୁଖ୍ୟବକ୍ତା ଭାବେ ସଦର ଗୋଷ୍ଠୀ ଶିକ୍ଷାଧିକାରୀ ବ୍ରହ୍ମାନନ୍ଦ ରାଉତ ଯୋଗଦେଇ ଛାତ୍ରଛାତ୍ରୀମାନଙ୍କରକଳାକୃତିକୁ ଭୂୟସୀ ପ୍ରଶଂସା କରିଥିଲେ । ସମ୍ମାନିତ ଅତିଥି ଭାବେ ଅତିରିକ୍ତ ବ୍ଲକ୍ ଶିକ୍ଷାଧିକାରୀ ଶତୃଘନ ଖଣ୍ଡାୟୀ, ରାଜ୍ୟଉପସଭାପତି ପ୍ରମୋଦ କୁମାର ସ୍ୱାଇଁ, ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ଶ୍ରୀରାମ ରାଉତ, ଜିଲ୍ଲା ବିଜ୍ଞାନ ପର୍ଯ୍ୟବେକ୍ଷକଲକ୍ଷ୍ମୀଧର ମହନ୍ତ ଯୋଗଦାନ କରିଥିଲେ । କାର୍ଯ୍ୟକ୍ରମକୁ ଜିଲ୍ଲା ସଂଘ ଉପଦେଷ୍ଟା ସରୋଜକାନ୍ତ ଦାସ, ପ୍ରଶାନ୍ତ କୁମାରଧଳ ଓ ଶିକ୍ଷୟିତ୍ରୀ ସୁଶ୍ରୀ ବେଉରା ପରିଚାଳନା କରିଥିଲେ ଏବଂ ଉକ୍ତ କାର୍ଯ୍ୟକ୍ରମକୁ ଓଡାପଡା ବ୍ଲକ୍ ସଂପାଦକ ଶଶିକାନ୍ତଦାସ ଓ ହିନ୍ଦୋଳ ବ୍ଲକ୍ ସଂପାଦକ ତପନ କୁମାର ସାମଲ ସଂଯୋଜନା କରିଥିଲେ । ଆଜି ଅନୁଷ୍ଠିତ ଏହି ପ୍ରତିଯୋଗିତାରେତର୍କରେ ସର୍ମିଷ୍ଠା ନାୟକ, ସଙ୍ଗୀତରେ ସୁଭ୍ରଜିତ୍ ସାହୁ, ଚିତ୍ରାଙ୍କନରେ ସିମ୍‌ରନ୍ ବିଶ୍ୱାଳ, କବିତା ଆବୃତିରେ ସୌମ୍ୟାଦାସ, ଗଳ୍ପ ଲିଖନରେ ପ୍ରୟଙ୍କା ସାହୁ, କବିତା ରଚନାରେ ସ୍ନେହାଶିଷ ଦାଶ, ଏକକ ଅଭିନୟରେ ପ୍ରାଚୀ ସାହୁ ଏବଂନୃତ୍ୟରେ ସୁଶ୍ରୀ ସ୍ନେହଂସୀ ମହାପାତ୍ର, ସାଧାରଣ ଜ୍ଞାନରେ ବିଶ୍ୱଦିତା ପ୍ରଧାନ, ବୁଦ୍ଧି ପରୀକ୍ଷାରେ ଲିପ୍ସା ସାହୁ ପ୍ରମୁଖ ଏହିଶିଶୁମେଳାରେ କୃତକାର୍ଯ୍ୟ ହୋଇଥିଲେ । ୧୦ଟି ବିଭାଗରେ ପ୍ରଥମ ହୋଇଥିବା କୃତୀ ପ୍ରତିଯୋଗୀମାନେ ଆସନ୍ତା ୨୭,୨୮ ଓ ୨୯ରେ ରାଜ୍ୟ ସ୍ତରରେ ହେବାକୁ ଥିବା ଶିଶୁ ମେଳାରେ ଭାଗ ନେବେ ବୋଲି ସୂଚନା ଦିଆଯାଇଥିଲା । ଶେଷରେକନୁଆ ସାହୁ ଧନ୍ୟବାଦ ଅର୍ପଣ କରିଥିଲେ ।

Leave A Reply

Your email address will not be published.

18 + sixteen =