ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ସେବାରେ “ବିଶ୍ଵ ସଂକଟ ଏବଂ ଶାନ୍ତିର ପଥ” ପୁସ୍ତକ ଅନସାର ଅଲୀ ଖାଁଙ୍କ ଉପସ୍ଥାପନା !
ଢ଼େଙ୍କାନାଳ: ଫର୍ଗ୍ୟୁସନ ମହାବିଦ୍ୟାଳୟ ପୁଣେ (ମହାରାଷ୍ଟ୍ର) ପରିସରରେ ଆୟୋଜିତ ପୁଣେ ପୁସ୍ତକ ମେଳାରେ କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ସେବାରେ “ବିଶ୍ଵ ସଂକଟ ଏବଂ ଶାନ୍ତିର ପଥ” ନାମକ ପୁସ୍ତକ ଅହମଦିୟା ମୁସଲିମ ପ୍ରତିନିଧି ଢେଙ୍କାନାଳ ବାସିନ୍ଦା ଅନସାର ଅଲୀ ଖାଁ ଦ୍ୱାରା ଉପସ୍ଥାପନା କରାଯାଇଅଛି।
ଉକ୍ତ ପୁସ୍ତକଟି ଅନ୍ତଃରାଷ୍ଟ୍ରୀୟ ଅହମଦିଆ ମୁସଲିମ ସମୁଦାୟର ବର୍ତମାନ ଖଲିଫା ଶ୍ରୀ ମିର୍ଜା ମସରୁର୍ ଅହମଦଙ୍କ ଦ୍ବାରା ରଚିତ।
ଆମେରିକାର କ୍ୟାପିଟାଲ ହିଲ୍, ବ୍ରିଟିଶ ପାର୍ଲିଆମେଣ୍ଟ, ୟୁରୋପିଆନ୍ ପାର୍ଲିଆମେଣ୍ଟ ତଥା ଜର୍ମାନୀର ସେନା ମୁଖ୍ୟାଳୟ ସହ ବିଶ୍ଵର ଅନେକ ସ୍ଥାନରେ ଶ୍ରୀ ଅହମଦ୍ ବିଶ୍ଵଶାନ୍ତି ସନ୍ଦର୍ଭରେ ନିଜ ମତ ପ୍ରକାଶ କରିଥିଲେ । ବିଶ୍ବର ସମସ୍ତ ରାଜନେତା ଓ ଧାର୍ମିକ ନେତାଙ୍କୁ ମଧ୍ୟ ଏହି ଅବସରରେ ଶାନ୍ତି ସନ୍ଦର୍ଭରେ ପତ୍ର ଲେଖିଥିଲେ। ସେ ସବୁ ବିଷୟ ଗୁଡିକ ଉକ୍ତ ପୁସ୍ତକରେ ବର୍ଣ୍ଣନା କରାଯାଇଛି। ମାନନୀୟ ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ପୁସ୍ତକଟିକୁ ଗ୍ରହଣ କରିବା ସହ ବିଶ୍ଵ ଶାନ୍ତି ପାଇଁ ଏହି ଚେଷ୍ଟାକୁ ଭୂୟସୀ ପ୍ରଶଂସା କରିଥିଲେ।