ଢ଼େଙ୍କାନାଳ : ସଂସଦ ଭବନରେ ପୂର୍ବତନ କେନ୍ଦ୍ରମନ୍ତ୍ରୀ ତଥା ସାଂସଦ ପ୍ରତାପ ଚନ୍ଦ୍ର ଷଢ଼ଙ୍ଗୀଙ୍କୁ କଂଗ୍ରେସର ନେତାରାହୁଲ ଗାନ୍ଧୀ କରିଥିବା ରକ୍ତାକ୍ତ ଆକ୍ରମଣ ଏବଂ ମାନ୍ୟବର ଗୃହମନ୍ତ୍ରୀ ଅମିତ୍ ଶାହାଙ୍କ ବିରୁଦ୍ଧରେ କରିଥିବା ମିଥ୍ୟାରୋପକୁ ପ୍ରତିବାଦ କରିଢେଙ୍କାନାଳସ୍ଥିତ କଂଗ୍ରେସ କାର୍ଯ୍ୟାଳୟ ସମ୍ମୁଖରେ ବିଜେପି ଯୁବ ମୋର୍ଚ୍ଚା ଜିଲ୍ଲା ସଭାପତି ମହାଦୀପ ଯଶୋବନ୍ତ ମହିମାଙ୍କ ନେତୃତ୍ୱରେଭାରତୀୟ ଜନତା ଯୁବମୋର୍ଚ୍ଚା ତରଫରୁ ବିକ୍ଷୋଭ ପ୍ରଦର୍ଶନ କରାଯିବା ସହ ରାହୁଲ୍ ଗାନ୍ଧୀଙ୍କର କୁଶ ପୁତଳିକା ଦାହ କରାଯାଇଛି । ଏହିକାର୍ଯ୍ୟକ୍ରମ ରେ ପୌରାଧକ୍ଷା ଶ୍ରୀମତୀ ଜୟନ୍ତୀ ପାତ୍ର, ସଦର ବ୍ଲକ ଅଧକ୍ଷ କାଳନ୍ଦୀ ବାରିକ, କାଉନ୍ସିଲର ନିରୋଦ କୁମାର ସାହୁ, ମନ୍ତ୍ରୀଙ୍କସଦର ବ୍ଲକ୍ ପ୍ରତିନିଧି ଜ୍ଞାନ ରଞ୍ଜନ ନାୟକ, ସାଂସଦଙ୍କ ପୌରାଂଚଳ ପ୍ରତିନିଧି ରୁଦ୍ର ନାରାୟଣ ତ୍ରିପାଠୀ, ଯୁବ ମୋର୍ଚ୍ଚା ସାଧାରଣ ସମ୍ପାଦକସୂର୍ଯ୍ୟ ପ୍ରତାପ ରାଉତ, ଉପସଭାପତି ସୁଚିତ୍ର ବେହେରା, ସମ୍ପାଦକ ଅଭିଷେକ ବେହେରା, ସମ୍ପାଦକ ବାଦଲ ପାତ୍ର, ସନ୍ତୋଷ ବେହେରା,ସନ୍ତୋଷ ମହାକୁଡ଼, ରାକେଶ ବେହେରା, ରାଜ୍ୟ ଯୁବମୋର୍ଚ୍ଚା କାର୍ଯ୍ୟକାରିଣୀ ସଦସ୍ୟ ବିଭୂତି ଷଣ୍ଢ, ନଗର ଯୁବମୋର୍ଚ୍ଚା ସଭାପତି କାନିଷ୍କସାମଲ, ନଗର ସଭାପତି ଧୁର୍ବ ଚରଣ ସ୍ୱାଇଁ ଓ ପ୍ରମୁଖ ବିଜେପି ନେତା ଉପସ୍ଥିତ ଥିଲେ । କଂଗ୍ରେସର ଏହି ହିଂସ୍ର ଆଚରଣ ବିରୋଧରେଭାରତୀୟ ଜନତା ଯୁବମୋର୍ଚ୍ଚା ଗତ କାଲି ଓ ଆଜି ରାଜ୍ୟବ୍ୟାପୀ ବିକ୍ଷୋଭ ପ୍ରଦର୍ଶନ କରିଛି । ନିଜକୁ ସମ୍ବିଧାନର ଢାଲ ଭିତରେ ଢ଼ଙ୍କେଇରଖୁଥିବା କଂଗ୍ରେସର ଅସଲ ଚେହେରା ଆଜି ଆଉ ଥରେ ପଦାରେ ପଡ଼ିଛି । ଦେଶ ତଥା ରାଜ୍ୟର ଜନତା କଂଗ୍ରେସର ଏହି କାରଣଯୋଗୁଁ ଆଜି ତାଙ୍କୁ ଦେଶରୁ ନିର୍ଲିପ୍ତ କରିଦେଇଛନ୍ତି ।