ଢେଙ୍କାନାଳ : ଢେଙ୍କାନାଳ ସଦର ବ୍ଲକ୍ ରଞ୍ଜାସ୍ଥିତ ରୟାଲ୍ ଇଣ୍ଟରନ୍ୟାସନାଲ୍ ପବ୍ଲିକ୍ ସ୍କୁଲ୍ର ଅଧ୍ୟକ୍ଷ ଅନିଲ୍ କୁମାରନାୟକଙ୍କ ତତ୍ୱାବଧାନରେ ବିଦ୍ୟାଳୟ ସ୍ତରୀୟ ବିଜ୍ଞାନ ମେଳା ଆୟୋଜିତ ହୋଇଥିଲା । ଏଥିରେ ମୁଖ୍ୟ ଅତିଥି ସି.ଆର୍.ସି.ସି.ପ୍ରମୋଦ କୁମାର ସାହୁ, ସମ୍ମାନନୀୟ ଅତିଥି ବଟବିହାରୀ ଉଚ୍ଚ ବିଦ୍ୟାଳୟର ବିଜ୍ଞାନ ଶିକ୍ଷକ ଦେବାଶିଷ ମାଝୀ, ବିଦ୍ୟାଳୟର ନିର୍ଦ୍ଦେଶକ ସରୋଜକାନ୍ତ ଦାଶଙ୍କ ସହଯୋଗରେ ଦୀପ ପ୍ରଜ୍ଜ୍ୱଳନ କରି ବିଜ୍ଞାନ ମେଳାକୁ ଉଦ୍ଘାଟନ କରିଥିଲେ । ଏହି ବିଜ୍ଞାନମେଳାରେ ଦ୍ୱିତୀୟ ଶ୍ରେଣୀଠାରୁ ନବମ ଶ୍ରେଣୀ ପର୍ଯ୍ୟନ୍ତ ସମସ୍ତ ଶିଶୁ ଭାଗ ନେଇଥିଲେ । ଏଥିରେ ବିଜ୍ଞାନ ପ୍ରକଳ୍ପ, ନୂତନ ପ୍ରୟୋଗଓ ହସ୍ତକର୍ମ ପ୍ରଦର୍ଶିତ ହୋଇଥିଲା । ବିଜ୍ଞାନ ପ୍ରମୁଖ ଶିକ୍ଷିକା ସୁଶ୍ରୀ ସୋନାଲି ବେହେରା, ସୁଶ୍ରୀ ଲକ୍ଷ୍ମୀ ପ୍ରିୟଦର୍ଶିନୀ, ବିଶ୍ୱଜିତ୍ ପ୍ରଧାନଙ୍କ ସହାୟତାରେ ମୋଟ୍ ୭୦ଟି ପ୍ରକଳ୍ପ ଓ ନୂତନ ପ୍ରୟୋଗ, ୫୦ଟି ହସ୍ତକର୍ମ ବିଭିନ୍ନ ପ୍ରକାରର ପ୍ରଦର୍ଶିତ ହୋଇଥିଲା ।ପ୍ରକଳ୍ପରେ ଆଶିଷ ସାହୁ, ଆଶୁତୋଷ ବେହେରା, ପତିତପାବନ ନାଏକ ପ୍ରଥମ ସ୍ଥାନ ଅଧିକାର କରିଥିବା ବେଳେ ଚିନ୍ମୟ ବେହେରା,ଆଶୁତୋଷ ଦେହୁରୀ, ଶୁଭମ୍ ସାହୁ ଦ୍ୱିତୀୟ ସ୍ଥାନ ଏବଂ ପିୟୁଷ ପ୍ରୀତମ୍ ସାହୁ ତୃତୀୟ ସ୍ଥାନ ଅଧିକାର କରିଥିଲେ । ଏହି ଜ୍ଞାନବିଜ୍ଞାନ ମେଳାକୁ ସୂଚାରୁ ରୂପେ ଆଗେଇ ନେଇଥିଲେ, ବିଦ୍ୟାଳୟର ଶିକ୍ଷକ ଶିକ୍ଷୟିତ୍ରୀ ତଥା ଅନ୍ୟାନ୍ୟ କର୍ମଚାରୀ ବୃନ୍ଦ ।