ଢ଼େଙ୍କାନାଳ ଜିଲ୍ଲାର ଶ୍ରୀ ଶ୍ରୀ ଚନ୍ଦ୍ରଶେଖର ଜିଉ ଙ୍କ ପବିତ୍ର ପୀଠ ଓ ପ୍ରସିଦ୍ଧ ପର୍ଯ୍ୟଟନ ସ୍ଥଳୀ କପିଳାସ ର ସୁରକ୍ଷା ପାଇଁ ସ୍ଥାନୀୟ ଅଞ୍ଚଳ ର ଆଗ୍ରହୀ ବ୍ୟକ୍ତି ବିଶେଷ ଙ୍କୁ ନେଇ ଏକ ନୂତନ ସ୍ବେଚ୍ଛାସେବୀ ସଂଗଠନ ” କପିଳାସ ସୁରକ୍ଷା ପରିଷଦ ” ର ନୂତନ ଭାବେ ଜନ୍ମ ନେଇଛି। କପିଳାସ “ଭକ୍ତ ନିବାସ” ରେ ସ୍ଥାନୀୟ ଦେଓଗାଁ ର ସରପଞ୍ଚ ବିଜୟ କୁମାର ଦେହୁରୀ ଙ୍କ ସଭାପତିତ୍ବ ରେ ବସିଥିବା ବୈଠକ ରେ ଅନେକ ଗୁରୁତ୍ଵ ପୂର୍ଣ୍ଣ ନିଷ୍ପତି ନିଆଯାଇ ଖୁବ୍ ଶୀଘ୍ର ଢେ଼ଙ୍କାନାଳ ଜିଲ୍ଲାପାଳ ଙ୍କୁ କପିଳାସ ରେ ଘଟୁଥିବା ବିଭିନ୍ନ ସମସ୍ୟା ନେଇ ଅବଗତ କରାଯିବାର ନିଷ୍ପତ୍ତି ନିଆ ଯାଇଛି । ନେଉଳପୋଇ ଗ୍ରାମ ରେ “ୱାରି ଏନର୍ଜି ” ସୋଲାର କମ୍ପାନୀ ଶ୍ରୀ ଜୀଉ ଙ୍କ ର ୨୦୬ ଏକର ଜମି ନେଇ ସେଥିରେ କାରଖାନା ବସାଇବାକୁ ଯାଉଥିବାରୁ ସେହି ଯାଗା ବାବଦ ବର୍ଦ୍ଧିତ କ୍ଷତି ପୂରଣ ଅର୍ଥ ରାଶି ଜମା ଟ୍ରଷ୍ଟ କୁ ଦେବା, ଶ୍ରୀ ଜିଉ ଙ୍କ ର ଅନେକ ଭୂସମ୍ପତ୍ତି ଥାଇ ମଧ୍ୟ ମନ୍ଦିର ପରିଚାଳନା ର ଅବ୍ୟବସ୍ତା, କପିଳାସ ମୁଖ୍ୟମନ୍ଦିର ଓ ବେଢା ରେ ଦେଖାଦେଇଥିବା” ଫାଟ” ର ତୁରନ୍ତ ମରାମତି , ମା’ ପାର୍ବତୀ ଙ୍କ ମନ୍ଦିର ର ପୁନର୍ବାର ମରାମତି ଓ ନିର୍ମାଣ , କପିଳାସ ପୀଠ ରେ ପର୍ଯ୍ୟଟକ ମାନଙ୍କ ଭିଡ ଦୃଷ୍ଟିରୁ “ଯାତ୍ରୀ ବିଶ୍ରାମ ଗାର ” ନିର୍ମାଣ , କପିଳାସ ପୀଠ ରୁ ନିର୍ଗତ ଝରଣା ଜଳ କୁ ସଂରକ୍ଷିତ କରିବା ପାଇଁ ଏକ ଉଚ୍ଚ କ୍ଷମତା ସମ୍ପନ୍ନ ପାଣି ଟାଙ୍କି ନିର୍ମାଣ, ଶ୍ରୀ ଜିଉ ଙ୍କ ର ଉଜୁଡ଼ା କାଜୁ ବଗିଚା କୁ ପୁନରୁଦ୍ଧାର କରିବା , ଦୀର୍ଘ ଦିନରୁ ପ୍ରସ୍ତାବିତ “ରୋପ ୱେ ” ପ୍ରକଳ୍ପ ର ଅଗ୍ରଗତି , କପିଳାସ ରେ ଥିବା “ବିଟ ହାଉସ” କୁ “ଫାଣ୍ଡି” ରେ ପରିଣତ ପାଇଁ ସରକାର ଙ୍କୁ ପ୍ରସ୍ତାବ ଦେବା, କପିଳାସ ରେ ବିଭିନ୍ନ ସ ଇ ରା ତ ଧାରି ଙ୍କ ପାଇଁ ସ୍ଥାୟୀ ମାର୍କେଟ କମ୍ପ୍ଲେକ୍ସ ନିର୍ମାଣ , ଶ୍ରୀ ଜିଉ ଙ୍କ ର ବେଦଖଲ ହୋଇଥିବା ଜମି ର ପୁନରୁଦ୍ଧାର , କପିଳାସ ପୀଠ ର ସୋନ୍ଦର୍ଯ୍ୟ କରଣ ପାଇଁ ପଦକ୍ଷେପ ନେବା, କପିଳାସ ପୀଠ ରୁ ଏକ ସରକାରୀ ବସ ମହିମା ଗାଦି ଦେଇ ପୁରୀ କୁ ଚଳାଚଳ ନିମନ୍ତେ ପଦକ୍ଷେପ ନେବା , ଦେବୋତ୍ତର ବିଭାଗ ର ଅନେକ ବର୍ଷ ଧରି ପୁନର୍ଗଠିତ ହୋଇ ପାରିନଥିବା ” ପରାମର୍ଶ ଦାତା କମିଟି” ଗଠନ ପାଇଁ ପଦକ୍ଷେପ ନେବା, କେନ୍ଦ୍ର ସରକାର ଙ୍କ ଦ୍ଵାରା କପିଳାସ ଠାରେ ଖୋଲାଯାଇଥିବା ” ବେଦ ଓ କର୍ମକାଣ୍ଡ ମହାବିଦ୍ୟାଳୟ ” ସ୍ଥାୟୀ କ୍ୟାମ୍ପସ ପାଇଁ ଜମି ଯୋଗାଇଦେବା , କପିଳାସ ମନ୍ଦିର ପରିଚାଳନା ପାଇଁ ଏକ ସ୍ଥାୟୀ ଅଧିକାରୀ ନିଯୁକ୍ତି ଦେବା , କପିଳାସ ପୀଠ ର ଆଧ୍ୟାତ୍ମିକ ପରିବେଶ ର ସୁରକ୍ଷା ପାଇଁ କପିଳାସ ଛକ ଠାରୁ ପୀଠ ପର୍ଯ୍ୟନ୍ତ ଜାଗାରେ “ସମ୍ପୂର୍ଣ ଆମିଷ ନିଷେଧ ” କରିବା ସହ ଏହି ସବୁ ପ୍ରସ୍ତାବ ଗୁଡ଼ିକୁ ସ୍ରାବ ସମ୍ମତ ଭାବେ ଗ୍ରହଣ କରାଯାଇ ଜିଲ୍ଲାପାଳ ଙ୍କୁ ଅବଗତ କରିବା ଓ ତୁରନ୍ତ ବିହୀତ ପଦକ୍ଷେପ ନେବା ପାଇଁ “କପିଳାସ ସୁରକ୍ଷା ପରିଷଦ ” ର ଏକ କମିଟି ଗଠନ କରାଗଲା । ଏହି କମିଟି ପରବର୍ତ୍ତୀ ନିଷ୍ପତି ପର୍ଯ୍ୟନ୍ତ ବିଜୟ କୁମାର ଦେହୁରୀ,ସରପଞ୍ଚ ,ଦେଓଗାଁ ଗ୍ରାମ ପଞ୍ଚାୟତ ଙ୍କୁ ଦାୟିତ୍ଵ ଅର୍ପଣ କଲା। ଏହି କମିଟି ରେ ଉପଦେଷ୍ଟା ଭାବେ ପୂର୍ବତନ ବିଧାୟକ ନବିନ ନନ୍ଦ, ପୂର୍ବତନ ସରପଂଚ ମଙ୍ଗରାଜ ବାରିକ ,ପୂର୍ବତନ ପଞ୍ଚାୟତ ସମିତି ଅଧ୍ୟକ୍ଷ ମଳୟ ସିଂହ,ପୂର୍ବତନ ପଞ୍ଚାୟତ ସମିତି ଅଧ୍ୟକ୍ଷ ସନାତନ ସାହୁ,ପୂର୍ବତନ ସରପଂଚ ଗୋବର୍ଦ୍ଧନ ନାୟକ, ମନରେଗା ର ପୂର୍ବତନ ଲୋକପାଳ ଅମରେନ୍ଦ୍ର ମଲ୍ଲ , ସୂଚନା ଅଧିକାର କର୍ମୀ ପ୍ରିୟବ୍ରତ ଗଡ ନାୟକ ଓ ବରିଷ୍ଟ ସେବାୟତ ବିଶ୍ୱଜିତ୍ ପତି ରହିଥିବା ବେଳେ କମିଟି ର ସଭ୍ୟ ଭାବେ ଚନ୍ଦ୍ରଶେଖର ଜିଉ ସେବାୟତ ସଂଘର ସଭାପତି ସୁରେଶ ମହାପାତ୍ର , ସମ୍ପାଦକ ଗୁରୁ ଚରଣ ମହାପାତ୍ର , ବେଲ୍ଟିକିରୀ ସରପଂଚ ବଳଭଦ୍ର ସାମଲ, କାଇମାଟି ପଞ୍ଚାୟତ ସରପଞ୍ଚ ଅମିତ୍ ମହାନ୍ତି, ଗ ନ୍ଦି ଆ ବ୍ଲକ ର ଉପାଧ୍ୟକ୍ଷ ଙ୍କ ପ୍ରତିନିଧି ନବ ସାମଲ, ବିଦ୍ୟାଧର ସାହୁ,ବିଜୟ ଷଡ଼ଙ୍ଗୀ ,ପ୍ରକାଶ ପତି, ଅକ୍ଷୟ ପାଣିଗ୍ରାହୀ, ମଳୟ ଦାସ,ଶେଷ ଚନ୍ଦ୍ର ପତି,ଦୁଷ୍ମନ୍ତ ମହାନ୍ତି ଓ ହିମାଂଶୁ ମହାପାତ୍ର ପ୍ରମୁଖ କାମଟି ର ସଭ୍ୟ ରୂପେ ମନୋନୀତ ହୋଇ ଛନ୍ତି । ଏହି ସଂଗଠନ ରେ ଆଗାମୀ ଦିନରେ ଗନ୍ଦୀଆ ବ୍ଲକ ର ୩୦ ପଞ୍ଚାୟତ ଓ ଢେ଼ଙ୍କାନାଳ ସଦର ବ୍ଲକ ର ବିଭିନ୍ନ ପଞ୍ଚାୟତ ର ପ୍ରତିନିଧି ମାନଙ୍କୁ ସାମିଲ କରି ଆଗାମୀ ଦିନରେ କପିଳାସ ର ସୁରକ୍ଷା ପାଇଁ ଲଢେଇ କରିବ ବୋଲି ପୂର୍ବତନ ବିଧାୟକ ନବୀନ ନନ୍ଦ ପ୍ରକାଶ କରିଛନ୍ତି ।