ସପ୍ତଶଯ୍ୟା ସମ୍ମାନରେ ସମ୍ମାନିତ ହେବେପଦ୍ମଶ୍ରୀ ରାମଲି ଇବ୍ରାହିମ୍‌ !

ଢେଙ୍କାନାଳ : ଚଳିତ ବର୍ଷ ଦେବଂଶୀ ଡ୍ୟାନ୍ସ ଏକାଡେମୀ ଦ୍ୱାରା ପରିଚାଳିତ ସପ୍ତଶଯ୍ୟା ମହୋତ୍ସବ ଡିସେମ୍ବର ୨୮ ଓ୨୯ ତାରିଖରେ ଢେଙ୍କାନାଳ ମିନିଷ୍ଟାଡିୟମ ଠାରେ ଅନୁଷ୍ଠିତ ହେବାକୁ ଯାଉଅଛି । ଏହି ସମାରୋହରେ ମାଲେସିଆସ୍ଥିତ ପଦ୍ମଶ୍ରୀରାମ୍‌ଲି ଇବ୍ରାହିମ୍‌ଙ୍କୁ ଓଡିଶୀ ନୃତ୍ୟ ପାଇଁ ସପ୍ତଶଯ୍ୟା ସମ୍ମାନରେ ସମ୍ମାନିତ କରାଯିବ । ଜୀବନବ୍ୟାପି ସାଧନା ପାଇଁ ଚଳଚ୍ଚିତ୍ରଅଭିନେତା ଅସିତ୍ ପତି, ଦୀପା ସାହୁ, କଣ୍ଠଶିଳ୍ପୀ ସୁବାଷ ଦାସ, ଓଡିଶୀ ନୃତ୍ୟଗୁରୁ ଡଃ. ସ୍ନେହପ୍ରଭା ସାମନ୍ତରାୟ ଏବଂ ଗୁରୁରତିକାନ୍ତ ମହାପାତ୍ରଙ୍କୁ ସମ୍ମାନିତ କରାଯିବ । ଯୁବ ପ୍ରତିଭା ସମ୍ମାନରେ ଅଭିନେତ୍ରୀ ବିଦ୍ୟୁସ୍ମିତା ମନ୍ତ୍ରୀ, ଅଭିନେତା ଜ୍ୟୋତି ରଞ୍ଜନନାୟକ, କୁଲ୍‌ଦୀପ ପଟ୍ଟନାୟକ ଏବଂ ବର୍ଣ୍ଣାଳୀ ହୋତା, ଅଭିନେତ୍ରୀ ଜାଗୃତୀ ରଥ ଓ ଓଡିଶୀ ନୃତ୍ୟଶିଳ୍ପୀ ପଙ୍କଜ ପ୍ରଧାନଙ୍କୁସମ୍ମାନିତ କରାଯିବ । ସମାଜସେବା ପାଇଁ ପ୍ରିୟାଂଶୀ ଦାସ, ନାରାୟଣ ଓଝା, ଜୟା ତ୍ରିପାଠୀଙ୍କୁ ସମ୍ବର୍ଦ୍ଧିତ କରାଯିବ । ଏହାଛଡାସ୍ଥାନୀୟ କଳାକାରଙ୍କୁ ସମ୍ମାନ ଜଣାଇ ସଙ୍ଗୀତ କ୍ଷେତ୍ରରେ ସ୍ନିଗ୍‌ଧା ନନ୍ଦ, ନାଟକ କ୍ଷେତ୍ରରେ ଅରବିନ୍ଦ ସାହୁ, ନୃତ୍ୟ ପାଇଁ ଯାଜ୍ଞସେନୀଜେନା ଓ ସମାଜସେବା ପାଇଁ କବିତା ବେହେରାଙ୍କୁ ସମ୍ବର୍ଦ୍ଧିତ କରାଯିବ ବୋଲି ଅନୁଷ୍ଠାନ ତରଫରୁ ଘୋଷଣା କରାଯାଇଛି ।ଦୁଇଦିନ ଧରି ଚାଲିବାକୁ ଥିବା ଏହି ସମାରୋହରେ ଲୋକପ୍ରିୟ କଣ୍ଠଶିଳ୍ପୀ ସୁବାଷ ଦାସ, ଆଦ୍ୟାଶା ଦାସ, କୁଲ୍‌ଦୀପ୍ ପଟ୍ଟନାୟକ,ବର୍ଣ୍ଣାଳୀ ହୋତା, ଶାଶ୍ୱତ ତ୍ରିପାଠୀଙ୍କ ସଙ୍ଗୀତ ପରିବେଷଣ ସହ ପୁରୀର ଶିଳ୍ପୀ ଏଂଟରଟୈନମେଂଟ୍‌ଙ୍କ ଦ୍ୱାରା ମୟୁର ନୃତ୍ୟ,କଟକର ବିଶ୍ୱନାଥ ସଙ୍ଗୀତାଳୟ ତରଫରୁ ଦଳଗତ ଓଡିଶୀ ନୃତ୍ୟ, ମାଲକାନାଗିରିର ବୀଣାପାଣି କଳାନିକେତନ ଦ୍ୱାରା ଆଦିବାସୀନୃତ୍ୟ, ପୁରୀ ଜିଲ୍ଲା କିନ୍ନର ସଂଘ ଦ୍ୱାରା ର‌୍ୟାମ୍ପ-ସୋ ସହ ଦେବାଂଶୀ ଡ୍ୟାନ୍ସ ଏକାଡେମୀର ନୃତ୍ୟଶିଳ୍ପୀ ମାନଙ୍କ ଦ୍ୱାରା ରଙ୍ଗାରଙ୍ଗକାର୍ଯ୍ୟକ୍ରମ ପରିବେଷଣର ଆୟୋଜନ କରାଯାଇଛି ବୋଲି ଅନୁଷ୍ଠାନର ପ୍ରତିଷ୍ଠତା ନୃତ୍ୟ ଗୁରୁ ଗୌରୀ ଶଙ୍କର ଦାଶ ପ୍ରକାଶକରିଛନ୍ତି । ଏହି କାର୍ଯ୍ୟକ୍ରମକୁ ଓଡିଶାର ସୁନାମଧନ୍ୟ ଉପସ୍ଥାପକ ଡଃ ମୃତ୍ୟୁଞ୍ଜୟ ରଥ ପରିଚାଳନା କରିବେ ।

Leave A Reply

Your email address will not be published.

fifteen + 10 =