ଢେଙ୍କାନାଳ : ଢେଙ୍କାନାଳ ଜିଲ୍ଲା କ୍ରୀଡା ସଂଘ ଆନୂକୂଲ୍ୟରେ ଏବଂ ଓଡିଶା ସରକାରଙ୍କର କ୍ରୀଡା ଓ ଯୁବ ବ୍ୟାପାରଓ ଢେଙ୍କାନାଳ ଜିଲ୍ଲା ପ୍ରଶାସନର ମିଳିତ ସହଯୋଗରେ ଷଷ୍ଠ ସର୍ବଭାରତୀୟ ଆମନ୍ତ୍ରଣ ଫୁଟ୍ବଲ୍ ଟୁର୍ଣ୍ଣାମେଂଟ୍ରେ ରାଜ୍ୟରୁ୪ଟି ଦଳ ଯୋଗଦେଇଥିବାବେଳେ ବିଭିନ୍ନ ରାଜ୍ୟରୁ ୮ଗୋଟି ଦଳ ଅଂଶଗ୍ରହଣ କରିଛନ୍ତି । ମୋଟ୍ ୧୨ଟି ଦଳ ମଧ୍ୟରେଚାରୋଟି ଗ୍ରୁପ୍ରେ ଏହି ମ୍ୟାଚ୍ ଅନୁଷ୍ଠିତ ହେଉଅଛି । ଦ୍ୱିତୀୟ ଦିନର ମ୍ୟାଚ୍ରେ ଆସାମ ପୋଲିସ୍ ଫୁଟ୍ବଲ୍ ଟିମ୍ ସହିତବାଦଲ୍ ପୁଟ୍ବଲ୍ ଏକାଡେମୀ, ଭଦ୍ରକ ମଧ୍ୟରେ ମ୍ୟାଚ୍ ଅନୁଷ୍ଠିତ ହୋଇଥିଲା । ଏହି ମ୍ୟାଚ୍ରେ ଆସାମ୍ ପୋଲିସ୍ ୭-୧ଗୋଲ୍ରେ ବିଜୟଲାଭ କରିଥିବାବେଳେ ବାଦଲ ଫୁଟ୍ବଲ୍ ଏକାଡେମୀ ଭଦ୍ରକ ୧ଟି ଗୋଲ ସ୍କୋର କରି ପରାସ୍ତ ହୋଇଥିଲାା ଆଜିର ମ୍ୟାଚ୍ରେ ମୁଖ୍ୟ ଅତିଥି ଭାବେ ଯୁବରାଜ ଅମରଜ୍ୟୋତି ସିଂହଦେଓ, ସମ୍ମାନିତ ଅତିଥି ଭାବେ ପୂର୍ବତନ ସାଂସଦତଥା ଷ୍ଟେଟ୍ ଭଲିବଲ୍ ଖେଳାଳୀ ମହେଶ ସାହୁ ଓ ପୂର୍ବତନ ମନ୍ତ୍ରୀ ନବୀନ ଚନ୍ଦ୍ର ନାରାୟଣ ଦସ ପ୍ରମୁଖ ଯୋଗଦେଇ ଖେଳାଳୀମାନଙ୍କୁ ଉତ୍ସାହିତ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ କ୍ରୀଡା ସଂଘ ସଂପାଦକ ନଳିନୀ କୁମାର ଦାସ, ଉପସଭାପତିସଞ୍ଜୟ କୁମାର ଭଞ୍ଜ, ପ୍ରେମାନନ୍ଦ ବିହାରୀ ଓ ସୌଭାଗ୍ୟ ସାହୁ , ଯୁଗ୍ମ ସଂପାଦକ ଅଭିଜିତ୍ ମିଶ୍ର ଓ ଗୌରାଙ୍ଗ ସେଠୀ, ମନୋଜପଟ୍ଟନାୟକ, ପ୍ରତାପ ମହାନ୍ତି, ବାବୁ ପାଢୀ, ସୁନିଲ୍ ପଣ୍ଡା, ବସନ୍ତ ବେହେରା, ସନ୍ତୋଷ କାନୁନ୍ଗୋ, ଶିବ ପ୍ରସାଦ ଦାଶ,ଶିବରାମ ଦେହୁରୀ, ସୁଶାନ୍ତ ଜେନା, ସରୋଜ ମହାନ୍ତି, ପର୍ଶୁରାମ ମିଶ୍ର, ସରୋଜ ପାଢୀ, ମନୋଜ ଦାସ, ଦେବୀ ପ୍ରସାଦମିଶ୍ର, ରାଜେନ୍ଦ୍ର ପାଣି, ଦୀପ୍ତିରଞ୍ଜନ ସେଠୀ, ଅଜୟ କୁମାର ପଟ୍ଟନାୟକ, ପ୍ରତୀକ୍ ଭଞ୍ଜ, ପ୍ରକାଶ ପତି, ଅଜୟ ବାରିକ,ପ୍ରଭାତ କୁମାର ଛୋଟରାୟ, ବେସାରତ୍ ଖାଁ, ବିରଜା ମିଶ୍ର, ଏମ୍.ଡି. ରସିଦ୍, ସନ୍ତୋଷ ରାଉତ, ସାଇପ୍ରସାଦ ଦଳେଇ,ବାବୁଲା ମହାନ୍ତି, ତନ୍ମୟ ପଟ୍ଟନାୟକ, ବିଭୁ ପଟ୍ଟନାୟକ ଓ ଆଶୀର୍ବାଦ କାନୁନ୍ଗୋ ପ୍ରମୁଖ ଏହି ଟୁର୍ଣ୍ଣାମେଂଟ ଆୟୋଜନରେଉପସ୍ଥିତ ରହି ସହଯୋଗ କରିଥିଲେ । ମ୍ୟାଚ୍ ରେଫରି ଭାବେ କିଶନ ଦାଶ, ଶଶିକାନ୍ତ ଦାସିଆ, ଦେବରାଜ ସ୍ୱାଇଁ,ବୋନ୍ସନ୍ ବରାଳ ପ୍ରମୁଖ ଖେଳ ପରିଚାଳନା କରିଥିବାବେଳେ ମ୍ୟାଚ୍ କମିଶନର ଭାବେ ମାୟାଧର ସାହୁ ମ୍ୟାଚ ପରିଚାଳନାକରିଥିଲେ । ଆଜିର ଏହି ମ୍ୟାଚ୍ରେ ଆସାମ୍ ପୋଲିସ୍ ପକ୍ଷରୁ ପୁଲକ୍ ବରୁଆ ୧ଟି, ନଭେମ୍ବର ବାବ୍ମା ୧ଟି, ନଭନିତ୍ବାରୋହିନ ୧ଟି, ମିଥିଙ୍ଗା ଡାଇମାର୍ଗ ୧ଟି ଗୋଲ୍ ଦେଇଥିବାବେଳେ ଉତ୍ସବ ମଦାଇ ୩ଟି ଗୋଲ୍ ଦେଇ ମ୍ୟାନ୍ ଅଫ୍ ଦି ମ୍ୟାଚ୍ରୂପେ ବିବେଚିତ ହୋଇ ଉପସଭାପତି ସଞ୍ଜୟ ଭଞ୍ଜଙ୍କ ଦ୍ୱାରା ୧ହଜାର ଟଙ୍କା ପୁରସ୍କାର ଗ୍ରହଣ କରିଥିଲେ । ଅନ୍ୟପକ୍ଷେବାଦଲ୍ ଫୁଟ୍ବଲ୍ ଏକାଡେମୀ ତରଫରୁ ଶୁକୁଳ ମୁର୍ମୁ ମାତ୍ର ୧ଟି ଗୋଲ୍ ସ୍କୋର୍ କରିଥିଲେ । ଏହି ମ୍ୟାଚ୍ରେ ଘୋଷକ ଭାବେପ୍ରେମାନନ୍ଦ ମାହନ୍ତ ଓ ଆଡଭୋକେଟ୍ ସରୋଜ ପାଢୀ ଉପସ୍ଥିତ ରହି ଖେଳ ସଂପର୍କରେ ଧାରାବିବରଣୀ ପ୍ରଦାନ କରି ଦର୍ଶକମାନଙ୍କୁଉତ୍ସାହିତ କରିଥିଲେ । ଆସନ୍ତା କାଲି ରାଧାରମଣ ଫୁଟ୍ବଲ୍ ଟିମ୍, କଟକ ସହିତ ୱାଇଡିସି ମଣିପୁର ମଧ୍ୟରେ ମ୍ୟାଚ୍ ଅନୁଷ୍ଠିତହେବ ବୋଲି କ୍ରୀଡା ସଂଘ ସଂପାଦକ ନଳିନୀ କୁମାର ଦାସ ସୂଚନା ଦେଇଛନ୍ତି।