ହିନ୍ଦୋଳ ଖଣ୍ଡତିରୀ ସରକାରୀ ବିଦ୍ୟାଳୟ ଶିକ୍ଷକ ପ୍ରସନ୍ନ କୁମାର ନାୟକଙ୍କୁ ବିଦାୟ କାଳୀନ ସମ୍ବର୍ଦ୍ଧନା !

ଢେଙ୍କାନାଳ ଜିଲ୍ଲା ହିନ୍ଦୋଳ ବ୍ଲକ୍ ଅନ୍ତର୍ଗତ ଖଣ୍ଡତିରୀ ସରକାରୀ ବିଦ୍ୟାଳୟରେ ସରକାରୀ ଶିକ୍ଷକ ପ୍ରସନ୍ନ କୁମାର ନାୟକଙ୍କର ବିଦାୟ କାଳୀନ ସମ୍ବର୍ଦ୍ଧନା ସଭା ବଡ ଆଡମ୍ବର ସହକାରେ ଅନୁଷ୍ଠିତ ହୋଇଥିଲା । ଏହି ବିଦ୍ୟାଳୟରେ ଦୀର୍ଘ ଦିନ ହେବ ସେ କାର୍ଯ୍ୟକରି ଆସୁଥିଲେ । ସେ ଜଣେ ସରଳ ଓ ମିଷ୍ଟଭାଷୀ ବ୍ୟକତ୍ୱ , ସେ ଜଣେ କବି ଓ ଲେଖକ ମଧ୍ୟ। ତାଙ୍କ ଲିଖିତ ପୁସ୍ତକ ଯୋଗ ଜୀବନ ନାମକ ଏକ ପୁସ୍ତକ ମଧ୍ୟ ପ୍ରକାଶିତ ହୋଇଥିଲା । ଇତି ମଧ୍ୟରେ ତାଙ୍କର ବଦଳି ନିଜ ଜିଲ୍ଲା କେନ୍ଦ୍ରାପଡା କୁ ହୋଇଯାଇଛି । ସେ ବଦଳି ହେବାରେ ଛାତ୍ରଛାତ୍ରୀ ଓ ଶିକ୍ଷକଙ୍କ ମନରେ ଦୁଃଖଦ ପରିସ୍ଥିତି ଆଣିଦେଇଛି । ଭାବବିହ୍ୱଳ ଓ ଶୋକାକୁଳ ପରିବେଶ ମଧ୍ୟରେ ଶିକ୍ଷକ ପ୍ରସନ୍ନଙ୍କୁ ବିଦାୟୀ ସମ୍ବର୍ଦ୍ଧନା ଦିଆଯାଇଛି ।

Leave A Reply

Your email address will not be published.

7 − four =