ବନ୍ୟଜନ୍ତୁ ଶିକାର : ୨ ଶିକାରୀ ଗିରଫ !

ଢ଼େଙ୍କାନାଳ : ସଦର ରେଞ୍ଜ୍‌ କାଣ୍ଡବିନ୍ଧା ଗ୍ରାମ ନିକଟ ଇନ୍ଦିପୁର ବିଟ୍‌ ଅଧୀନ ତାମଣ୍ଡା ସଂରକ୍ଷିତ ଜଙ୍ଗଲରୁ କୁଟୁରା ଶିକାର ଅଭିଯୋଗରେ ବନ ବିଭାଗ ୨ ଶିକାରୀଙ୍କୁ ଗିରଫ କରିଛି।

ସେମାନେ ହେଲେ କାଣ୍ଡବିନ୍ଧା ଗ୍ରାମର ପ୍ରଶାନ୍ତ ବାରିକ (୩୨) ଏବଂ ଅନୁଜ ରାଉତ (୩୭)। ଉଭୟଙ୍କ ନିକଟରୁ ଏକ ମୃତ କୁଟୁରା, ଫାଶ, ୨ଟିହେଡଲାଇଟ, ବାଇକ ନଂ .ଓଡି-୦୬ ସି-୫୬୯୨ ଜବତ କରାଯାଇଛି।

ଉଭୟେ ଜଙ୍ଗଲରୁ କୁଟୁରା ଶିକାର କରି ବାଇକରେ୍‌ ନେଉଥିବା ବେଳେ ବନ କର୍ମଚାରୀ ଅଟକ ରଖିଥିଲେ।

Leave A Reply

Your email address will not be published.

two × 3 =