ଦଧିବାମନଜୀଉ ମନ୍ଦିର ପ୍ରାଙ୍ଗଣରେ ଭାଗବତ ପାରାୟଣ ଅନୁଷ୍ଠିତ !

ଢେଙ୍କାନାଳ : ସହର ଅନ୍ତର୍ଗତ ସ୍ଥାନୀୟ ରଥଗଡାସ୍ଥିତ ଦଧିବାମନ ଜୀଉ ମନ୍ଦିର ପରିସରସ୍ଥଭାଗବତ ପରିଷଦ ଆନୁକୂଲ୍ୟରେ ୩୯ତମ ଶ୍ରୀମଦ୍ ଭାଗବତ ପାରାୟଣ ଏବଂ ଶ୍ରୀ ଶ୍ରୀ ଚୈତନ୍ୟ ମହାପ୍ରଭୁଙ୍କ ଜନ୍ମୋତ୍ସବ ଗତ ୨୫ ତାରିଖ ପୂର୍ଣ୍ଣିମା ତିଥିରେ ମହାପ୍ରଭୁଙ୍କ ଅଭିଷେକ , ଭାଗବତ ପାରାୟଣ ଶୁଭାଧିବାସ, ସୂର୍ଯ୍ୟପୂଜା, ହୋମଯଜ୍ଞ, ଶ୍ରୀଶ୍ରୀ ଗୋପାଳ ସହସ୍ରନାମ ପାଠ ଆଦି ବ୍ୟାସ ଶଶାଙ୍କ ଶେଖର ମିଶ୍ରଙ୍କ ଦ୍ୱାରା ବିଧି ପୂର୍ବକ ଅନୁଷ୍ଠିତହୋଇଅଛି । ଉକ୍ତ କାର୍ଯ୍ୟକ୍ରମ ଆସନ୍ତା ଅପ୍ରେଲ୍ ୧ ତାରିଖରେ ପୂର୍ଣ୍ଣାହୁତି ପ୍ରଦାନ କରାଯାଇ ସମାହିତ ହେବ । ସଂଧ୍ୟାଆରତି ପରେ ହରିନାମ ସଂକୀର୍ତନ, ଭଜନ କୀର୍ତନାଦି ସହିତ ଭାଗବତ ମଣ୍ଡପରେ ବୈଷ୍ଣବ ଯଶୋଦାନନ୍ଦନ ଦାସବାବାଜୀ ଆତ୍ମ କଲ୍ୟାଣରେ ଶ୍ରୀମଦ୍ ଭାଗବତ, ଶ୍ରୀକୃଷ୍ଣ ଚୈତନ୍ୟ, ଜୀବ ମାତ୍ରକେ ଭଗବତ ଶରଣାଗତି ଓ ଭକ୍ତିସାଧନର ତାତ୍ୱିକ ମାର୍ଗ ଦର୍ଶନ ପ୍ରବଚନ ମାଧ୍ୟମରେ ଆଲୋକପାତ କରୁଛନ୍ତି । ବିଭିନ୍ନ ସଂଧ୍ୟାରେ ଯଶୋଦା ନନ୍ଦନଦାସ ବାବାଜୀ, ଶର୍ବାନନ୍ଦ ଷଡଙ୍ଗୀ, ଜୟଦେବ ଷଡଙ୍ଗୀ, ରାମ ନିରଞ୍ଜନ ଦାସ, ବିନୋଦ ବିହାରୀ ନାୟକ ପ୍ରମୁଖପ୍ରବଚନ ଦେବାର କାର୍ଯ୍ୟକ୍ରମ ରହିଛି । ସଂଚାଳକ ଡା. ଅନ୍ତର୍ଯ୍ୟାମୀ ସାମଲ, ଆର୍ଯ୍ୟରତ୍ନ ଚକ୍ରଧର, ବିରଂଚି ନାରାୟଣପଟ୍ଟନାୟକ, ନୃସିଂହ ଚରଣ ପାଣି, ଗିରିଶ ଚନ୍ଦ୍ର ରଥ, ନଟବର ସାହୁ, ଦେବାଶିଷ ଦାଶ୍ ସର୍ବୋପରି ବର୍ଷିଆନ୍‌ ସଦସ୍ୟ ଦାମୋଦର ସାହୁଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ କାର୍ଯ୍ୟାନ୍ୱୟନ କରାଯାଇଅଛି ।

Leave A Reply

Your email address will not be published.

seventeen − fourteen =