ଉତ୍କଳ ସମାଜର ପ୍ରଥମ ପର୍ଯ୍ୟାୟ ପ୍ରାର୍ଥୀ ଘୋଷଣା !

ଢେଙ୍କାନାଳ: ଢେଙ୍କାନାଳର ଆରାଧ୍ୟ ଦେବତା ସିଦ୍ଧ ବଳରାମଙ୍କ ମନ୍ଦିର ପ୍ରାଙ୍ଗଣରେ ଉତ୍କଳ ସମାଜର ପ୍ରଥମ ପର୍ଯ୍ୟାୟବିଧାୟକ ପ୍ରାର୍ଥୀ ଘୋଷଣା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ରାଜ୍ୟ ସମ୍ପାଦକ ଭାଷ୍କର ଚନ୍ଦ୍ର ଜେନାଙ୍କ ଅଧ୍ୟକ୍ଷତାରେ ଲୋକସଭାପ୍ରାର୍ଥୀ ସୁଶ୍ରୀ ସ୍ୱପ୍ନାରାଣୀ ଜେମ୍‌ସ (ମେଘା)ଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ ଢେଙ୍କାନାଳ ସଦର ବିଧାୟକ ଆସନ ନିମନ୍ତେପ୍ରାର୍ଥିନୀ ଆଇନ୍‌ଜୀବୀ ଲଗ୍ନାମୟୀ ସ୍ୱାଇଁ, କାମାକ୍ଷାନଗର ବିଧାୟକ ପ୍ରାର୍ଥୀ ଗୋବର୍ଦ୍ଧନ ସାମଲ ଓ ପରଜଙ୍ଗ ବିଧାୟକ ପ୍ରାର୍ଥୀନିମନ୍ତେ ଶ୍ରୀକାନ୍ତ ନାଏକଙ୍କ ପ୍ରାର୍ଥୀ ତାଲିକା ପ୍ରଥମ ପର୍ଯ୍ୟାୟରେ ଘୋଷଣା କରାଗଲା । ଅନ୍ୟ ୪ଟି ଆସନ ନିମନ୍ତେ ଖୁବ୍‌ଶୀଘ୍ରପ୍ରାର୍ଥୀମାନଙ୍କର ନାମ ୨ୟ ପର୍ଯ୍ୟାୟ ପ୍ରେସ୍ ଇସ୍ତାହାର ମାଧ୍ୟମରେ ଘୋଷଣା କରାଯିବ । ଆଜି ଏହି ସଭାରେ ଉତ୍କଳ ସମାଜପ୍ରମୁଖ ଢେଙ୍କାନାଳର ରାମେଶ୍ୱର ମାଇତି, ତାଳଚେରର ସୁଶାନ୍ତ ପାତ୍ର ପ୍ରମୁଖ ଉପସ୍ଥିତ ଥିଲେ । ସର୍ବ କନିଷ୍ଠ ନୂତନ ସଭ୍ୟାଭାବେ ସୁଶ୍ରୀ ଅକ୍ଷିତା ଆୟୁଷୀଙ୍କୁ ସ୍ୱାଗତ କରାଯିବା ସହିତ ନିର୍ବାଚନକୁ ଦୃଷ୍ଟିରେ ରଖି ତାଙ୍କୁ ମିଡିଆ ସେଲ୍ ଦାୟିତ୍ୱ ପ୍ରଦାନକରାଯାଇଥିଲା । ଅନେକ ସଭ୍ୟସଭ୍ୟାମାନେ ଉପସ୍ଥିତ ରହି ଉତ୍କଳ ସମାଜର ଏହି ପ୍ରଚେଷ୍ଟାକୁ ଭୂୟସୀ ପ୍ରଶଂସା କରିଥିଲେଏବଂ ଆଗାମୀ ନିର୍ବାଚନରେ ପ୍ରାର୍ଥୀ ଓ ପ୍ରାର୍ଥିନୀମାନଙ୍କର ସୁନିଶ୍ଚିତ ବିଜୟ କାମନା କରିଥିଲେ ।

Leave A Reply

Your email address will not be published.

five × 2 =