ଯବାବ ମାଗୁଛି ଢ଼େଙ୍କାନାଳ !ବିଗତ ୧୦ ବର୍ଷ ରେ ଢ଼େଙ୍କାନାଳ ରାଜନୈତିକ ନେତୃତ୍ଵ ର ଅପାରଗତା ପାଇଁ ………

– ହରେଇବାକୁ ପଡ଼ିଲା ମହିଷପାଟ “ମଡେଲ ବସ ଷ୍ଟାଣ୍ଡ ” ।

– ଶାଗ ମାଛ ଦର୍ ରେ ବିକ୍ରି ହେଲା ମାହିସା ପାଟ ର ଇଡକୋ ର ଜମି ।

– ୯୦ ଭାଗ ଉଠା ଜଳ ସେଚନ ପ୍ରକଳ୍ପ ଅଚଳ ।

– ଗଜମରା ଏନ୍ ଟି ପି ସି ର ପାୱାର ପ୍ଲାଣ୍ଟ ଓ ନେଉଳ ପୋଇ ପାୱାର ପ୍ଲାଣ୍ଟ ପ୍ରସ୍ତାବ ବାତିଲ ।

– ଢେ଼ଙ୍କାନାଳ ବଡ ମେଡିକାଲ ସମେତ ଗ୍ରାମାଞ୍ଚଳ ର ଡାକ୍ତର ଖାନା ଗୁଡ଼ିକରେ ଡ଼ାକ୍ତର ପଦବୀ ଖାଲି ।

– ଗୋବିନ୍ଦ ପୁର ସୂତାକଳ ନିର୍ବାଚନ ପ୍ରତିଶ୍ରୁତି ପାଣି ର ଗାର।

– ଗୋବିନ୍ଦ ପୁର ମ୍ୟଙ୍ଗୋ ହବ୍ ଖତ ଖାଉଛି ।

– ଶଙ୍କର ପୁର ରେ ଆର୍ ଏମ ସି ର ପ୍ରସ୍ତାବିତ “ଶୀତଳ ଭଣ୍ଡାର ” ପ୍ରସ୍ତାବ ବାତିଲ ।

– ଜାଗା ମିଶନ ରେ ବ୍ୟାପକ ଜାଲିଆତି ।

– ଢେ଼ଙ୍କାନାଳ ମ୍ୟୁନିସପାଲିଟି ରେ ଲାଇଟ୍ ଟେଣ୍ଡର ରେ ବ୍ୟାପକ ଦୁର୍ନୀତି ।

– ଢେ଼ଙ୍କାନାଳ ର ପ୍ରସିଦ୍ଧ ତୀର୍ଥସ୍ଥଳୀ କପିଳାସ ,ତପୋବନ ଓ ସପ୍ତଶଯ୍ୟା କୁ ଅଣଦେଖା ।

– ବ୍ଲକ ସ୍ତର ରେ ସରକାରୀ ଯୋଜନା ଓ ମିଶନ ଶକ୍ତି ନାଁ ରେ ବ୍ୟାପକ ଦୁର୍ନୀତି ।

– ସରକାରୀ ପ୍ରୋତ୍ସାହନ ରେ ଜିଲ୍ଲାର ଖଣି ଖାଦାନ ରେ ବ୍ୟାପକ ଲୁଟ ।

– ଢେ଼ଙ୍କାନାଳ ପୁରୁଣା ମେଡିକାଲ କୁ “ସିଟି ହସ୍ପିଟାଲ ” ରେ ପରିବର୍ତନ ର ପ୍ରସ୍ତାବ କୁ ଅଣଦେଖା ।

– ଢେ଼ଙ୍କାନାଳ” ନୂଆ ମେଡିକାଲ ରାସ୍ତା” ଓ ସିମିଳିଆ ଓଭର ବ୍ରିଜ ” ରାସ୍ତା ର ପ୍ରଶସ୍ତି କରଣ ପାଇଁ ଜମି ଅଧିଗ୍ରହଣ ପ୍ରସ୍ତାବ କୁ ରାଜନୈତିକ ଦୃଷ୍ଟି କୋଣ ରୁ ଅଣଦେଖା ।

– ବିଗତ ଦଶ ବର୍ଷ ରେ ନୂତନ ଶିଳ୍ପ ସ୍ଥାପନ ପାଇଁ ଅଣଦେଖା ।

– ନିର୍ବାଚନ ମଣ୍ଡଳୀ ର ୫୦ ହଜାର ରୁ ଅଧିକ ଶିକ୍ଷିତ ବେକାର ଯୁବକ କାମ ଧନ୍ଦା ନପାଇ ବାହାର ରାଜ୍ୟରେ ଦାଦନ ।

– ରାଜନୈତିକ କ୍ଷମତା ର ଅପବ୍ୟବହାର କରି ନେତା ଙ୍କ ର ବ୍ୟବସାୟିକ ସାମ୍ରାଜ୍ୟ ବୃଦ୍ଧି ।

– ସବୁ ପ୍ରକାର ଯୋଗ୍ୟତା ଥାଇ ଗନ୍ଦିଆ ଏନ୍ ଏ ସି ତାଲିକା ରୁ ଉପେକ୍ଷିତ ।

– ପୋଷ୍ଟ ମର୍ତମ ଘର ସରକାର ନିର୍ମାଣ କରିଥିଲେ ବି ଗନ୍ଦିଆ ବାସୀ ସେ ସୁବିଧାରୁ ବଂଚିତ ।

– ଢେ଼ଙ୍କାନାଳ ଜିଲ୍ଲାର ବ୍ୟବସାୟିକ ପେଣ୍ଠ ସ୍ଥଳ ପିଙ୍ଗୁଆ ଠାରୁ ଦଶ ମାଣ ରାସ୍ତା ନିର୍ମାଣ ରେ ଅବହେଳା ।

– ପର୍ଯ୍ୟଟନ କ୍ଷେତ୍ର ରେ ସ୍ଵର୍ଣ୍ଣ ତ୍ରିଭୁଜ କୁହା ଯାଉଥିବା ସପ୍ତଶଯ୍ୟା କପିଳାସ ଓ ମହିମା ଗାଦି ଉପେକ୍ଷିତ ।

– ଢେ଼ଙ୍କାନାଳ ରେ ଶୀତଳ ଭଣ୍ଡାର ନିର୍ମାଣ ପାଇଁ ଆସିଥିବା ଅନୁଦାନ ବାଟବଣା ।

– ବ୍ଲକ ଓ ମ୍ୟୁନିସପାଲିଟି ଗୁଡିକ ଦୁର୍ନୀତି ର ପେଣ୍ଠ ସ୍ଥଳ ।

Leave A Reply

Your email address will not be published.

20 + 4 =