ନିର୍ମାଣ ଶ୍ରମିକ ସହାୟତା ବଣ୍ଟନ ଶିବିର ଅନୁଷ୍ଠିତ !

ଢ଼େଙ୍କାନାଳ  : ଢେଙ୍କାନାଳ ଜିଲ୍ଲା ଗଁନ୍ଦିଆ ପଞ୍ଚାୟତ ସମିତି ମଧ୍ୟରେ ନିର୍ମାଣ ଶ୍ରମିକ ସହାୟତା ବଣ୍ଟନ ଶିବିର ଅନୁଷ୍ଠିତ ହୋଇଯାଇଅଛି । ଉକ୍ତ ଶିବିରରେ ମୁଖ୍ୟ ଅତିଥି ଭାବେ  ଢେଙ୍କାନାଳ ସାଂସଦ ମହେଶ ସାହୁ ଯୋଗଦାନ କରିଥିଲେ । ତତସହିତ  ଢେଙ୍କାନାଳ ବିଧାୟକ ସୁଧୀର କୁମାର ସାମଲ,  ଜିଲ୍ଲା ପରିଷଦ ଅଧକ୍ଷା ଅର୍ଚ୍ଚନା ପୁହାଣ 

, ପଞ୍ଚାୟତ ସମିତି ଅଧକ୍ଷା ଗଁନ୍ଦିଆ  ରିନାରାଣୀ ଖଟୁଆ,  ପଞ୍ଚାୟତ ସମିତି ଅଧକ୍ଷା ସଦର ରାଜଶ୍ରୀ ନାୟକ, ଜିଲ୍ଲା ଶ୍ରମ ଅଧିକାରୀ  ରଶ୍ମିତା ନାୟକ ଏବଂ ତପନ କୁମାର ସୁତାର ଉପସ୍ଥିତ ଥିଲେ । ସହକାରୀ ଶ୍ରମ ଅଧିକାରୀ ସଂଗ୍ରାମ ଦଳାଇ ଉକ୍ତ ଶିବିରରେ ସ୍ଵାଗତ ଭାଷଣ କରିଥିଲେ ।   ଜିଲ୍ଲା ଶ୍ରମ ଅଧିକାରୀ ରଶ୍ମିତା ନାୟକ ଉକ୍ତ କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ।   ସହକାରୀ ଶ୍ରମ ଅଧିକାରୀ ହଳଧର ବରାଳ ଧନ୍ୟବାଦ ପ୍ରସ୍ତାବ ରଖିଥିଲେ । ଉକ୍ତ କାର୍ଯ୍ୟକ୍ରମରେ ୧୭୯ ଜଣ ହିତାଧିକାରୀ ଙ୍କୁ ବିବାହ ସହାୟତା ରାଶି ୮୯,୦୦,୦୦୦/- (ଅଣାନବେ ଲକ୍ଷ) ଟଙ୍କ।, ୩୨ ଜଣ ହିତାଧିକାରୀ ଙ୍କୁ  ମୃତ୍ୟୁ କାଳୀନ ସହାୟତା ରାଶି ୬୫,୦୦,୦୦୦/- (ପଞ୍ଚଷଠି ଲକ୍ଷ) ଟଙ୍କ।, ୨୨  ଜଣ ହିତାଧିକାରୀ ଙ୍କୁ  ଅନ୍ତ୍ୟେଷ୍ଟି କ୍ରିୟା ଜନିତ ସହାୟତା ରାଶି ୧,୧୦,୦୦୦/- (ଏକ ଲକ୍ଷ ଦଶ ହଜାର) ଟଙ୍କ। ଏବଂ ୧୩ ଜଣ ହିତାଧିକାରୀ ଙ୍କୁ ଶିକ୍ଷା ସହାୟତା ରାଶି ୧,୮୯,୨୦୦/- (ଏକ ଲକ୍ଷ ଅଣାନବେ ହଜାର ଦୁଇଶହ) ଟଙ୍କ। ଏହିପରି ୨୪୮ ଜଣ ହିତାଧିକାରୀଙ୍କୁ ମୋଟ ୧,୫୬,୯୯,୨୦୦/- (ଏକ କୋଟି ଛପନ ଲକ୍ଷ ଅନେସୁତ ହଜାର ଦୁଇ ଶହ) ଟଙ୍କା, ସେମାନଙ୍କ ଆକାଉଣ୍ଟ କୁ ଏନଏଫଟି ମାଧ୍ୟମରେ ପ୍ରଦାନ କରାଯିବ ଏବଂ ୬୨୦ ଜଣ ହିତାଧିକାରୀ ନିର୍ମାଣ ଶ୍ରମିକ ପରିଚୟ ପତ୍ର  ଏବଂ ୬୨ ଜଣ ହିତାଧିକାରୀ ଙ୍କୁ ଓଡିଶା ଅଣ ସଂଗଠିତ ଶ୍ରମିକ ସାମାଜିକ ସୁରକ୍ଷା ଅଧୀନରେ ପରିଚୟ ପତ୍ର ପ୍ରଦାନ କରାଯାଇଅଛି  ।

Leave A Reply

Your email address will not be published.

3 + fourteen =