ବିଜେପି ଢେଙ୍କାନାଳ ଲୋକସଭା ନିର୍ବାଚନ ପରିଚାଳନା କମିଟି ବୈଠକ ଅନୁଷ୍ଠିତ !

ଢେଙ୍କାନାଳ : ଢେଙ୍କାନାଳ ଲୋକସଭା କ୍ଷେତ୍ରର ବିଜେପିର ନିର୍ବାଚନ ପରିଚାଳନା କମିଟି ବୈଠକ ଜିଲ୍ଲାକାର୍ଯ୍ୟାଳୟରେ ଶନିବାର ଅନୁଷ୍ଠିତ ହୋଇଯାଇଛି ।ଉକ୍ତ ବୈଠକରେ ବିଜେପି ଜାତୀୟ ଉପ ସଭାନେତ୍ରୀ ,ରାଜ୍ୟ ସହ ପ୍ରଭାରୀ ଛତିଶଗଡ଼ ରପ୍ରାକ୍ତନ ମନ୍ତ୍ରୀ ତଥା ବର୍ତ୍ତମାନ ର ବିଧାୟିକା ଲତା ଉସେଣ୍ଡି ଯୋଗଦେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଙ୍କ ଶାସନରେ ଓଡିଶା ସବୁଠୁ ବେଶୀଲାଭର୍ଣ୍ଣିତ , ସେଥିପାଇଁ ଓଡ଼ିଆ ମାନେ ସବୁଠୁ ବେଶି ମୋଦିଙ୍କୁ ପସନ୍ଦ କରୁଛନ୍ତି ଭଲ ପାଉଛନ୍ତି ବୋଲି ସେ କହିଛନ୍ତି । ଅଭିବକ୍ତ ଢେଙ୍କାନାଳ ଜିଲ୍ଲାତଥା ଲୋକସଭା କ୍ଷେତ୍ରରେ ମୋଦି ସରକାର ଓ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ପ୍ରୟାସ ରେ ବହୁ ବିକାଶ ମୂଳକ କାର୍ଯ୍ୟ ହୋଇ ପାରିଛି । ଆସନ୍ତାନିର୍ବାଚନ ରେ ବିଜେପି କୁ ଢେଙ୍କାନାଳ ଲୋକସଭା ସମେତ ସମସ୍ତ ୭ଟି ବିଧାନସଭା ରେ ଜନ ସାଧାରଣ ଆଶୀର୍ବାଦ କରିବେ ବୋଲି ସେକହିଛନ୍ତି । ବୈଠକରେ ନିର୍ବାଚନ ପରିଚାଳନା ରଣନୀତି ଉପରେ ବିସ୍ତୁତ ଭାବେ ଆଲୋଚନା ହୋଇଥିଲା ।ରାଜ୍ୟ ଉପ ସଭାପତି ତଥା ଲୋକସଭାପ୍ରଭାରୀ ଗୋଲଖ ମହାପାତ୍ର ଯୋଗଦେଇ ବିଜେପି କାର୍ଯ୍ୟକର୍ତା ମାନେ ଘର ଘର ବୁଲି ମୋଦି ସରକାର ଙ୍କର ସମସ୍ତ ଯୋଜନା ଉପରେ ଲୋକଙ୍କୁସଚେତନ କରାଇବା ସହ ଲାଭର୍ଥୀ ଙ୍କୁ ଭେଟି ବା ଉପରେ ଗୁରୁତ୍ୱାରୋପ କରିଥିଲେ ।ନିର୍ବାଚନ ପରିଚାଳନା ର ସମସ୍ତ ବିନ୍ଦୁ ଉପରେ ବିସ୍ତୃତ ଭାବେଆଲୋଚନା କରିବା ସହ ସମସ୍ତ ନିର୍ବାଚନ ମଣ୍ଡଳୀ ର ପ୍ରମୁଖ କାର୍ଯ୍ୟକର୍ତା ଙ୍କୁ ଦାୟିତ୍ୱ ବଂଟନ କରିଥିଲେ । ଢେଙ୍କାନାଳ ଜିଲ୍ଲା ସଭାପତି ନରେଶଚନ୍ଦ୍ର ମହାପାତ୍ର ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଉକ୍ତ ବୈଠକରେ ରାଜ୍ୟ ଉପ ସଭାନେତ୍ରୀ ସୁକେସୀ ଓରାମ,ବରିଷ୍ଠ ନେତା ପ୍ରାକ୍ତନ ସାଂସଦ ରୁଦ୍ରନାରାୟଣ ପାଣି, ଲୋକସଭା ସଂଯୋଜକ ପ୍ରେମାନନ୍ଦ ଜେନା, ବିସ୍ତାରକ ପ୍ରଦୀପ ବିଶ୍ୱାଳ ପ୍ରମୁଖ ସାଙ୍ଗଠନିକ ଆଲୋଚନା କରିଥିଲେ ।ସମସ୍ତବିଧାନସଭା ର ବିଜେପି ନେତା କାଳନ୍ଦି ସାମଲ, କୃଷ୍ଣଚନ୍ଦ୍ର ପାତ୍ର, ଅଞ୍ଜଳି ବେହେରା, ଅଶୋକ ମହାନ୍ତି, ପ୍ରତାପ ଚନ୍ଦ୍ର ପ୍ରଧାନ,ଶତ୍ରୁଘନ ଜେନା,ରାଜ୍ୟକାର୍ଯ୍ୟକାରିଣୀ ସଦସ୍ୟ ପ୍ରତିମା ମିଶ୍ର, ନିରଜ ନଳିନୀ ମହାଳିକ ପ୍ରମୁଖ ଉପସ୍ଥିତ ରହି ଆଲୋଚନା ରେ ଭାଗ ନେଇଥିଲେ । ଅନ୍ୟ ମାନଙ୍କ ମଧ୍ୟରେଢେଙ୍କାନାଳ ନଗରପାଳ ଜୟନ୍ତୀ ପାତ୍ର, ପରଜଙ୍ଗ ଚେୟାରମ୍ୟାନ ସର୍ମିଷ୍ଠା ଦଳବେହେରାଙ୍କ ସମେତ ମିଡ଼ିଆ ସେଲ ର ନବ କିଶୋର ଗୁରୁ,ପର୍ଶୁରାମ ବାରିକ ଙ୍କ ସମେତ ସମସ୍ତ ନିର୍ବାଚନ ମଣ୍ଡଳୀ ର ସଂଯୋଜକ, ପ୍ରଭାରୀ, ବିଭିନ୍ନ ଦାୟିତ୍ୱ ରେ ପ୍ରମୁଖ କାର୍ଯ୍ୟକର୍ତା ଯୋଗଦେଇଥିଲେ ।ଶେଷରେ ବିଜେପିର ବରିଷ୍ଠ ନେତା ରାମଚନ୍ଦ୍ର ପାତ୍ର ଧନ୍ୟବାଦ ପ୍ରଦାନ କରିଥିଲେ ।ଢେଙ୍କାନାଳ ଲୋକସଭା ଲାଭର୍ଥୀ ସମ୍ପର୍କ ଅଭିଯାନ କର୍ମଶାଳାଢେଙ୍କାନାଳ, ତା.୦୨.୦୩.୨୦୨୪ରିଖ – ଢେଙ୍କାନାଳ ବିଜେପି କାର୍ଯ୍ୟାଳୟରେ ଲୋକସଭା କ୍ଷେତ୍ରର ଲାଭର୍ଥୀ ସମ୍ପର୍କ ଅଭିଯାନ କର୍ମଶାଳାଅନୁଷ୍ଠିତ ହୋଇଯାଇଛି ।ବିଜେପି ରାଜ୍ୟ ସହ ପ୍ରଭାରୀ ଲତା ଉସେଣ୍ଡି ଉକ୍ତ କର୍ମଶାଳା କୁ ଉଦଘାଟନ ମୋଦିସରକାର ରେ ଲାଭର୍ଥୀ ମାନଙ୍କୁ ଘରେଘରେ ଯାଇ ଭେଟିବା ଉପରେ ଆଲୋକପାତ କରିଥିଲେ । ସମସ୍ତ ମଣ୍ଡଳ ସ୍ତରରେ ଲାଭର୍ଥୀ ସମାବେଶ କରିବା ସହ ମୋଦି ଗ୍ୟାରେଂଟି ତଥ୍ୟପ୍ରଦାନ କରାଯିବ ବୋଲି କହିଥିଲେ ।ରାଜ୍ୟ ଉପ ସଭାପତି ତଥା ଲୋକସଭା ପ୍ରଭାରୀ ଗୋଲଖ ମହାପାତ୍ର ଉକ୍ତ କର୍ମଶାଳା ରେ ଯୋଗଦେଇଲାଭର୍ଥୀ ସମ୍ପର୍କ ଅଭିଯାନ ସମ୍ବନ୍ଧରେ ବିସ୍ତୃତ ଭାବେ କାର୍ଯ୍ୟକର୍ତା ଙ୍କୁ ବୁଝାଇ ଥିଲେ ।ଓଡ଼ିଶା ରେ ସର୍ବାଦ୍ରୁତ ନେତା ମୋଦି, ଏବଂ ସବୁ କ୍ଷେତ୍ରରେଓଡ଼ିଶାର ବିକାଶ ପାଇଁ ମୋଦି ୧୮ଲକ୍ଷ କୋଟି ଅର୍ଥ ଦେଇଛନ୍ତି, ରାଜ୍ୟରେ ଶାସନ କରୁଥିବା ସରକାର ମୋଦି ଙ୍କ ଅର୍ଥ ଖର୍ଚ୍ଚ କରି ବାହାଦୁରୀମାରୁଛି, ସାଧାରଣ ଲୋକ ସବୁ ଜାଣି ସାରିଲେଣି ଏବେ ସମଗ୍ର ରାଜ୍ୟ ମୋଦି ମୟ ହେବାକୁ ବସିଲାଣି ବୋଲି ସେ କହିଛନ୍ତି ।ଢେଙ୍କାନାଳ ଲୋକସଭାକ୍ଷେତ୍ରରେ ବୁଲିବା ସମୟରେ ମୋଦି ସରକାର ଏବଂ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ବିକାଶ ମୂଳକ କାର୍ଯ୍ୟ ପାଇଁ ବିଜେପି ପ୍ରତି ସାଧାରଣ ଲୋକଙ୍କରଅଦ୍ଭୂତପୂର୍ବ ଉତ୍ସାହ ଦେଖିବାକୁ ମିଳୁଛି ବୋଲି ଶ୍ରୀ ମହାପାତ୍ର ପ୍ରକାଶ କରିଛନ୍ତି । ଉକ୍ତ କର୍ମଶାଳା ରେ ରାଜ୍ୟ ଉପ ସଭାନେତ୍ରୀ ସୁକେସୀ ଓରାମ,ପ୍ରାକ୍ତନ ସାଂସଦ ରୁଦ୍ର ନାରାୟଣ ପାଣି, ସଂଯୋଜକ ପ୍ରେମାନନ୍ଦ ଜେନା, ବିସ୍ତାରକ ପ୍ରଦୀପ ବିଶ୍ୱାଳ, ଉକ୍ତ କାର୍ଯ୍ୟକ୍ରମ ର ସଂଯୋଜକ ଯଯାତିପଟ୍ଟନାୟକ, ସହ ସଂଯୋଜକ ପବିତ୍ର କୁମାର ବିଶ୍ୱାଳ ପ୍ରମୁଖ ଯୋଜନା ସମ୍ପର୍କରେ ମତ ପ୍ରକାଶ କରିଥିଲେ ।ସମସ୍ତ ୭ଟି ବିଧାନସଭା କ୍ଷେତ୍ରର ଉକ୍ତକାର୍ଯ୍ୟକ୍ରମ ର ସଂଯୋଜକ ସହ ସଂଯୋଜକ ଯୋଗ ଦେଇଥିଲେ ।

Leave A Reply

Your email address will not be published.

one × five =