ଢେଙ୍କାନାଳ: ଢେଙ୍କାନାଳ ମହିଳା ମହାବିଦ୍ୟାଳୟ ଛାତ୍ରୀ ଜସ୍ମୀନ୍ ସାହୁ ଙ୍କର ବ୍ୱର୍ରୋଚିତ ହତ୍ୟାକାଣ୍ଡ ରେ ଜିଲ୍ଲାକଂଗ୍ରେସ ତରଫରୁ ଗଭୀର ଉଦବେଗ ପ୍ରକାଶ କରାଯି୍ୱା ସହିତ ଜିଲ୍ଲାର ଆଇନ୍ ଶୃଙ୍ଖଳା ପରିସ୍ଥିତି ତଥା ମହିଳା ମାନଙ୍କରସୁରକ୍ଷାକୁ ନେଇ ରାଜ୍ୟ ସରକାର ତଥା ଜିଲ୍ଲା ପ୍ରଶାସନର ବିଫଳତାକୁ ଦାୟି କରାଯାଇଛି । ଏହି ପ୍ରସଙ୍ଗରେ ଆଜି ଜିଲ୍ଲାସଭାପତି ସୁନିଲ୍ ଦାଶଙ୍କ ନେତୃତ୍ୱରେ ଏକ ପ୍ରତନିଧି ଦଳ ମୃତ ଜସ୍ମୀନ୍ ଙ୍କ ଶୋକସନ୍ତପ୍ତ ପରିବାରକୁ ତାଙ୍କ ଗ୍ରାମମଙ୍ଗଳପୁର ରେ ଭେଟି ସାନ୍ତ୍ୱନା ଦେବା ସହିତ ସେମାନଙ୍କୁ ନ୍ୟାୟ ପ୍ରଦାନ ସହିତ ପରିବାରକୁ ସରକାରୀ କ୍ଷତିପୂରଣନିମନ୍ତେ କଂଗ୍ରେସ ପକ୍ଷରୁ ଦାବି କରାଯିବାର ପ୍ରତିଶ୍ରୁତି ପ୍ରଦାନ କରିଥିଲେ । ଗ୍ରାମବାସୀ ସଡକର ଆଲୋକି କରଣନିମନ୍ତେ କଂଗ୍ରେସ ଦାବି କରିବା ନିମନ୍ତେ ଅନୁରୋଧ କରିଥିଲେ । ଏହାପରେ ସଦସ୍ୟମାନେ ଢେଙ୍କାନାଳ ଆରକ୍ଷୀଅଧିକ୍ଷକ ଶ୍ରୀ ମଡକର ସମ୍ବିତ ସମ୍ପତଙ୍କୁ ଭେଟି ୪ ଦଫା ଦାବି ପତ୍ର ପ୍ରଦାନ କରିଛନ୍ତି ଯାହାର ଏକ କପି ଉପଜିଲ୍ଲାପାଳଲଳିତ ବେହେରାଙ୍କ ମାଧ୍ୟମରେ ଜିଲ୍ଲାପାଳଙ୍କୁ ପ୍ରଦାନ କରାଯାଇଛି । ଦାବି ମଧ୍ୟରେ , ମୃତ ଛାତ୍ରୀଙ୍କର ମୃତ୍ୟୁର କାରଣସମ୍ପର୍କରେ ଉପଯୁକ୍ତ ଫରେନସିକ୍ ଜାଂଚ୍ କରାଯାଇ ଦୋଷୀ ମାନଙ୍କୁ ତୁରନ୍ତ ଗିରଫ କରି ସେମାନଙ୍କ ବିରୁଦ୍ଧରେ ଦୃଢ଼କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବା, ମୃତ ଛାତ୍ରୀଙ୍କର ପରିବାରକୁ ଅନ୍ୟୁନ ୧୦ଲକ୍ଷ ଟଙ୍କା କ୍ଷତିପୂରଣ ଦିଆଯିବା, ଢେଙ୍କାନାଳସହରରେ ତୁରନ୍ତ ବିଭିନ୍ନ ସ୍ଥାନରେ ସିସିଟିଭି କ୍ୟାମେରା ଲଗାଯିବା, ପ୍ରାଇଭେଟ୍ ଟିଉଟୋରିଆଲ୍ ଓ କୋଚିଙ୍ଗ ସେଂଟରରେ ଛାତ୍ରଛାତ୍ରୀ ମାନଙ୍କର ଯିବା ଆସିବା ସମୟର ରେଜିଷ୍ଟର ରଖିବାକୁ ପ୍ରଶାସନିକ ନିର୍ଦ୍ଦେଶ ଜାରୀ କରିବା ଆଦି ଅନ୍ତର୍ଭୁକ୍ତ । ଗତକାଲି ଜସ୍ମୀନ୍ ଙ୍କ ରକ୍ତାକ୍ତ ବିଭତ୍ସ ମୃତଦେହ ସହରଠାରୁ କିଛି ଦୂରରେ ପୋଲିସ ଜବତ କରିଥିଲା । ଏହା ବଳାତ୍କାରପରେ ହତ୍ୟା କରାଯାଇଥିବା ସନ୍ଦେହ କରାଯାଉଛି । ଏହି ଘଟଣା ସାରା ସହର ଏବଂ ଜିଲ୍ଲାବାସୀଙ୍କୁ ସ୍ତବ୍ଧ କରିଦେଇଛିଏବଂ ଛାତ୍ରୀ, ଯୁବତୀ , ମହିଳା ଏବଂ ଅଭିଭାବକ ମାନଙ୍କ ମଧ୍ୟରେ ଆତଙ୍କ ଖେଳାଇ ଦେଇଛି । ଜସ୍ମୀନ୍ ଙ୍କ ପରିବାରକୁଭେଟିବା ଏବଂ ଆରକ୍ଷୀ ଅଧିକ୍ଷକଙ୍କୁ ଦାବି ପତ୍ର ଦେବା ନିମନ୍ତେ ଜିଲ୍ଲା ମହିଳା କଂଗ୍ରେସ ସଭାନେତ୍ରୀ ସ୍ମୀତାରାଣୀ ସାମଲ,ଗଣମାଧ୍ୟମ ଅଧ୍ୟକ୍ଷ ଡାକ୍ତର ତୁଷାର କାନ୍ତି ନାୟକ , ପ୍ରିଂଟ୍ ମିଡିଆ ପ୍ରଭାରୀ ରୁଦ୍ର ପ୍ରକାଶ ଶରଣ , ବିଜୟ କୁମାର ସ୍ୱାଇଁ,ବରିଷ୍ଠ ନେତା ଅଜିତାନନ୍ଦ ବିହାରୀ , ବାସନ୍ତୀ ସ୍ୱାଇଁ, ରୁମେନା ବେଗମ୍ , ସ୍ୱପ୍ନାରାଣୀ ଜେମ୍ସ , ସମାଜସେବୀ ସରୋଜସତପଥି ପ୍ରମୁଖ ଉପସ୍ଥିତ ଥିଲେ । ଏହି ବିଷୟରେ ଅପରାହ୍ନ ରେ ଏକ ସାମ୍ବାଦିକ ସମ୍ମିଳନୀ କରାଯାଇଥିଲା ।