ଭୁବନ ବାଜି ରାଉତ ସ୍ମୃତି ବିଦ୍ୟା ମନ୍ଦିର ର ୩୫ ତମ ବାର୍ଷିକ ଉତ୍ସବ ଅନୁଷ୍ଠିତ: “ଶୃଙ୍ଖଳା ଓ ସଂସ୍କାର ବିନା ଶିକ୍ଷା ମୂଲ୍ୟହୀନ” -ସାସଂଦ ମହେଶ ସାହୁ !

ଢ଼େଙ୍କାନାଳ :ଭୁବନ ର ସର୍ବ ପୁରାତନ ବାଜି ରାଉତ ସ୍ମୃତି ବିଦ୍ୟା ମନ୍ଦିର ର ୩୫ ତମ ବାର୍ଷିକ ଉତ୍ସବ ଓ ପୁରସ୍କାର ବିତରଣ ଅନୁଷ୍ଠିତ ହୋଇଯାଇଛି । ଅନୁଷ୍ଠାନର ସଭାପତି ଦୀପକ କୁମାର ବିହାରୀ ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଉତ୍ସବ ରେ ସାଂସଦ ମହେଶ ସାହୁ ମୁଖ୍ୟ ଅତିଥି ଭାବେ ଯୋଗଦେଇ କହିଥିଲେ ଯେ,ଶୃଙ୍ଖଳା ହିଁ ସଫଳତା ଆଣିଥାଏ । କେବଳ ସାର୍ଟି ଫିକେଟ ହାସଲ କିମ୍ବା ଚାକିରି ପାଇଁ ଶିକ୍ଷା ଗ୍ରହଣ କରିବା ଉଚିତ୍ ନୁହେଁ,ଶୃଙ୍ଖଳା ଓ ସଂସ୍କାର ବିନା ଶିକ୍ଷା ମୂଲ୍ୟହୀନ ବୋଲି ମତବ୍ୟକ୍ତ କରିଥିଲେ। ମୁଖ୍ୟ ବକ୍ତା ଭାବେ ନଗରପାଳ ଶୁଭେନ୍ଦୁ କୁମାର ସାହୁ ଏବଂ ସମ୍ମାନିତ ଅତିଥି ଭାବେ ଗୋଷ୍ଠୀ ଉପ ଶିକ୍ଷାଧିକାରୀ ଶ୍ରୀମତୀ ସୁମତି ପ୍ରଧାନ ଓ ବି ଆର ସି ରାଜଲକ୍ଷ୍ମୀ ଟୁଡୁ ଯୋଗଦେଇଥିଲେ । ଅଧ୍ୟକ୍ଷ ପୂର୍ଣାନନ୍ଦ ମିଶ୍ର ସ୍ୱାଗତ ଭାଷଣ ଦେଇ କାର୍ଯ୍ୟକ୍ରମ ପରିଚାଳନା କରିଥିବା ବେଳେ ଉପଦେଷ୍ଟା ମଳୟ କୁମାର ତ୍ରିପାଠୀ ଅତିଥି ପରିଚୟ ପ୍ରଦାନ କରିଥିଲେ । କୃତୀ ବିଦ୍ୟାର୍ଥୀ ମାନଙ୍କୁ ଅତିଥି ଙ୍କ ଦ୍ଵାରା ପୁରସ୍କୃତ କରାଯାଇଥିଲା। ଶେଷରେ କୁନିକୁନି ଛାତ୍ର ଛାତ୍ରୀ ମାନଙ୍କ ଦ୍ଵାରା ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ ହୋଇଥିଲା।

Leave A Reply

Your email address will not be published.

2 × three =