ମା’ ତାରିଣୀଙ୍କ ୫ମ ବାର୍ଷିକ ଉତ୍ସବ ଉପଲକ୍ଷେ ପୂର୍ଣ୍ଣାହୁତି !

ଢେଙ୍କାନାଳ : ଢେଙ୍କାନାଳ ଶାସନ ଛକରେ ଥିବା ମା’ ତାରିଣୀଙ୍କ ପୀଠରେ ମା’ଙ୍କ ୫ମ ବାର୍ଷିକ ଉତ୍ସବରଆଜି ପୂର୍ଣ୍ଣାହୁତି ହୋଇଯାଇଅଛି । ପ୍ରଥମ ଦିନରେ ସ୍ଥାନୀୟ ଜେଲପୋଖରୀ ଠାରେ ପୂଜାର୍ଚ୍ଚନା କରାଯାଇ ୧୦୮ରୁଉର୍ଦ୍ଧ୍ୱ ମହିଳା ବାଦ୍ୟ ଦ୍ୱାରା ସହର ପରିକ୍ରମା କରାଯାଇ ପୀଠରେ ପହଁଚିବା ସହ ମା’ଙ୍କର ପୂଜାର୍ଚ୍ଚନା ଓ ଅଧିବାସପୂଜା ଆରମ୍ଭ ହୋଇଥଲା । ୨୪, ୨୫ ଓ ୨୬ ତିନିଦିନ ଧରି ମା’ଙ୍କ ସୂର୍ଯ୍ୟପୂଜା, ମଣ୍ଡଳପୂଜା, ଷୋଡଶ ଉପଚାରପୂଜା, ଚଣ୍ଡିପାଠ, ସପ୍ତଚଣ୍ଡୀ ଆହୁତି ପ୍ରଭୃତି ପୂଜାର୍ଚ୍ଚନା କରାଯାଇ ବିଭିନ୍ନ ଭୋଗ ଲାଗି କରାଯାଇଥିଲା । ଅଦ୍ୟପୂର୍ଣ୍ଣାହୁତି ଅବସରରେ ପ୍ରସାଦ ସେବନର ବ୍ୟବସ୍ଥା କରାଯାଇଥିଲା । ପ୍ରତ୍ୟେକ ଦିନ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ ହୋଇଥିଲା । ପୂଜକ ଲିଙ୍ଗରାଜ ପତି, କର୍ତା ଶ୍ରୀକାନ୍ତ ସାମଲ ଓ କର୍ତୀ ବେବିନା ସାମଲ, ସଭାପତିଶରତ କୁମାର ବେହେରା, ସମ୍ପାଦକ ନକୁଳ ବେହେରା, ସହ-ସମ୍ପାଦକ ଲକି ବେହେରା, କୋଷାଧ୍ୟକ୍ଷ ଦିଲିପ୍‌ବେହେରା ଓ ସମୀର ବେହେରା, ଫଂଟୁ ମେହେର, ଟିକି ସାହୁ, ଚିଂଚ ବେହେରା, ସମ୍ରାଟ, ଚିକୁ, ଚନ୍ଦୁ, ସାଇ,ଓମ୍‌, କ୍ରିଷ୍ଣା, କାହ୍ନା, ଲକି, ଛୋଟୁ, ସାନୁ ଓ ସମସ୍ତ କର୍ମକର୍ତା ଙ୍କ ଉପସ୍ଥିତିରେ ସମସ୍ତ କାର୍ଯ୍ୟକ୍ରମ ଶାନ୍ତି ଶୃଙ୍ଖଳା ସହଅନୁଷ୍ଠିତ ହୋଇଥିଲା ।

Leave A Reply

Your email address will not be published.

five × 4 =