କୁରୁମଟାଙ୍ଗର ଗ୍ରାମ ଅଷ୍ଟପ୍ରହର ନାମଯଜ୍ଞରେ ଯୋଗଦେଲେ ସାଂସଦ ମହେଶ ସାହୁ !

ଢେଙ୍କାନାଳ : ଢେଙ୍କାନାଳ ସଦର ବ୍ଲକ୍ ଅନ୍ତର୍ଗତ ବଳଦିଆବନ୍ଧ ଗ୍ରାମପଂଚାୟତର କୁରୁମଟାଙ୍ଗର ଗ୍ରାମରେ ପ୍ରତ୍ୟକବର୍ଷ ପରି ଚଳିତ ବର୍ଷ ଅଷ୍ଟପ୍ରହର ନାମଯଜ୍ଞ ମହାସମାରୋହରେ ପାଳିତ ହୋଇଯାଇଅଛି । ଗତ ୨୬ ତାରିଖରେ ଗ୍ରାମ୍ୟପୋଖରୀରୁ କଳସ ଧରି କୁଞ୍ଜକୁ ଆସି ସ୍ଥାପନ କରାଯାଇଥିଲା । ପରେ ସଂଧ୍ୟାରେ ଅଧିବାସ ଓ ଅଖଣ୍ଡଦୀପ ସ୍ଥାପନକରାଯାଇଥିଲା । ୨୭ ତାରିଖ ପ୍ରତ୍ୟୁଷରୁ ନାମସଂକୀର୍ତନ ଆରମ୍ଭ ହୋଇ ଅହୋରାତ୍ର ୧୦ଟି ସଂକୀର୍ତନ ମଣ୍ଡଳୀ ଦ୍ୱାରା ନାମସଂକୀର୍ତନ ହୋଇଥିଲା । ଏହି କାର୍ଯ୍ୟକ୍ରମରେ ଢେଙ୍କାନାଳ ସାଂସଦ ମହେଶ ସାହୁ ଯୋଗଦେଇ ଶ୍ରୀ ଗୌରଙ୍ଗ ମହାପ୍ରଭୁଙ୍କରଆଶୀର୍ବାଦ ଭିକ୍ଷା କରିବା ସହିତ ଗ୍ରାମବାସୀଙ୍କ ବିଭିନ୍ନ ସମସ୍ୟା ଆଲୋଚନା କରିଥିଲେ । ସାଂସଦଙ୍କ ସହିତ ପୁରୀ ଗୋବର୍ଦ୍ଧନପୀଠର ସଚିବ ତଥା ସାଂସଦଙ୍କ ପ୍ରତିନିଧି ମାତୃପ୍ରସାଦ ମିଶ୍ର, ବରିଷ୍ଠ ବିଜେଡି ନେତା ପ୍ରତାପ ଦାସ, ମହିଳା ନେତ୍ରୀତିଳୋତମା ଚୌଧୁରୀ, ଅନନ୍ଦିତା ମିଶ୍ର, ସଞ୍ଜୟ ରାଉତଙ୍କ ସହିତ ସାମ୍ବାଦିକ ସଦାଶିବ ମହାପାତ୍ର ଯୋଗଦେଇଥିଲେ ।ଗ୍ରାମ ସଭାପତି ବିଚିତ୍ରାନନ୍ଦ ରାଉତ, ପଦ୍ମନାଭ ମହାନ୍ତି, ପ୍ରମୋଦ ସାମଲ, ବଂଶୀଧର ସାମଲ, ବେଣୁଧର ପରିଡା, ଗିରିଶପ୍ରଧାନ, ବୁଦ୍ଧିମନ୍ତ ସାମଲ, ବାଙ୍କନିଧି ସାହୁଙ୍କ ସମେତ ସମସ୍ତ ଗ୍ରାମବାସୀ ଉପସ୍ଥିତ ରହି କାର୍ଯ୍ୟକ୍ରମକୁ ସାଫଲ୍ୟ ମଣ୍ଡିତକରିଥିଲେ ।

Leave A Reply

Your email address will not be published.

7 + fifteen =