କ୍ଷେତ ଅଧିକାରୀଙ୍କ କାର୍ଯ୍ୟବନ୍ଦ ଆନ୍ଦୋଳନ ପ୍ରତ୍ୟାହୃତ !

ଢ଼େଙ୍କାନାଳ : ରାଜ୍ୟ ସଂଘର ଆହ୍ବାନକ୍ରମେ ରାଜ୍ୟର ସମସ୍ତ କ୍ଷେତ ଅଧିକାରୀ ମାନେ ଅନିର୍ଦ୍ଦିଷ୍ଟ କାଳ ପର୍ଯ୍ୟନ୍ତ କାର୍ଯ୍ୟବନ୍ଦ ଆନ୍ଦୋଳନର ଡାକରା ଦେଇଥିବା ବେଳେ ଢେଙ୍କାନାଳ ଜିଲ୍ଲା ହିନ୍ଦୋଳ ତହସିଲ ମଧ୍ୟରେ ଥିବା କ୍ଷେତ ଅଧିକାରୀ ମାନେ ମଧ୍ୟ ହିନ୍ଦୋଳ ତହସିଲ କାର୍ଯ୍ୟାଳୟ ସମ୍ମୁଖରେ ଅନିର୍ଦ୍ଦିଷ୍ଟ କାଳ ପର୍ଯ୍ୟନ୍ତ କାର୍ଯ୍ୟବନ୍ଦ ଆନ୍ଦୋଳନରେ ବସିଥିଲେ । ସଂଘ ପକ୍ଷରୁ ୬ ଦଫା ଦାବି ସରକାରଙ୍କ ନିକଟରେ ଉପସ୍ଥାପନା କରାଯାଇଛି। ସରକାରଙ୍କ ସହ ରାଜ୍ୟ ସଂଘ ଦାବିଗୁଡିକ ସଂପର୍କରେ ବିଚାରବିମର୍ଶ କରି ସମାଧାନ କରିବା ପାଇଁ ପ୍ରସ୍ତାବ ରଖିଥିବା ବେଳେ ରାଜ୍ୟ ସଂଘର ନିର୍ଦ୍ଦେଶକ୍ରମେ ୨୨ ଗୁରୁବାର ଦିନ ଆନ୍ଦୋଳନ ପ୍ରତ୍ୟାହୃତ କରାଗଲା । ଯଦି ଦାବି ଗୁଡ଼ିକ ସମାଧାନ ନହୁଏ ତେବେ ପୁନର୍ବାର ଫେବୃଆରୀ ୨୯ ତାରିଖ ପର ଠାରୁ ପୁନର୍ବାର ଆନ୍ଦୋଳନ ଚାଲୁରହିବ। ପ୍ରମୁଖ ଦାବି ଗୁଡ଼ିକ ମଧ୍ୟରେ କ୍ୟାଡ଼ର ପୁନରଗଠନ, ବର୍ଦ୍ଧିତ ହାରରେ ଦରମା ପ୍ରଦାନ ଓ ରାଜସ୍ୱ ସୁପରଭାଇଜର ପୋଷ୍ଟକୁ ଅତିରିକ୍ତ ତହସିଲଦାର ପଦବୀକୁ ପରିବର୍ତ୍ତନ କରିବା ଆଦି ରହିଅଛି। ଏହି କାର୍ଯ୍ୟବନ୍ଦ ଆନ୍ଦୋଳନରେ ରାକେଶ କୁମାର ଗଡ଼ନାୟକ (ଆର୍. ଆଇ. ସୁପରଭାଇଜର) ଓ ଶଶିଭୂଷଣ ବେହେରା ରାଜସ୍ବ ନିରୀକ୍ଷକ ଗଣ୍ଡାନାଳୀ ଙ୍କ ସମେତ ହିନ୍ଦୋଳ ତହସିଲର ସମସ୍ତ ରାଜସ୍ୱ ନିରୀକ୍ଷକ ଅଧିକାରୀ ମାନେ ଯୋଗଦେଇଥିଲେ।

Leave A Reply

Your email address will not be published.

19 + thirteen =