ଢେଙ୍କାନାଳ : ଢେଙ୍କାନାଳ ସହର ଉପକଣ୍ଠ ବୋରାପଦା ଠାରେ ଜିଲ୍ଲା ଛାତ୍ର ଓ ଯୁବ କଂଗ୍ରେସ ପକ୍ଷରୁ ମିଳିତ ବୈଠକ ପୂର୍ବତନ ଜିଲ୍ଲା
ଛାତ୍ର ଓ ଯୁବ କଂଗ୍ରେସ ସଭାପତି ଜ୍ୟୋତିର୍ମୟ ପାଲ୍ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଅଛି । ଏହି ବୈଠକରେ ଉର୍ଦ୍ଧ୍ୱ ସତାଧିକା ଛାତ୍ର ଓ ଯୁବ କଂଗ୍ରେସ କର୍ମୀ ଏକତ୍ର ହୋଇଥିଲେ । ଏହି ବୈଠକରେ କଂଗ୍ରେସ୍ ଉତ୍ଥାନ ପାଇଁ ମାନସମନ୍ଥନ ହୋଇଥିଲା । ସଭାରେ ଢେଙ୍କାନାଳ କୁମାର ସାହେବ୍ ରାଜୀବ ଲୋଚନ ସିଂହଦେଓ ଓ ରାଜବଧୂ ସମାଜସେବିକା ସୁସ୍ମିତା ସିଂହଦେଓ ମୁଖ୍ୟ ଅତିଥି ଭାବେ ଯୋଗଦେଇଥିଲେ । ସେମାନେ ସେଠାରେ କିପରି କଂଗ୍ରେସ ଢେଙ୍କାନାଳରେ ୨୦୨୪ ନିର୍ବାଚନରେ ବିଜୟୀ ହେବ ସେଥିପାଇଁ ପ୍ରସସ୍ତ ଆଲୋଚନା ହୋଇଥିଲା । ଉଭୟ ପହଁଚିବାରେ ଯୁବ ଓ ଛାତ୍ର ନେତାମାନଙ୍କ ମଧ୍ୟରେ ଆନନ୍ଦ ଉଲ୍ଲାକ ଦେଖାଦେଇଥିଲା । ଏହି ବୈଠକରେ ଜିଲ୍ଲା ଓକିଲ ସଂଘ ପୂର୍ବତନ
ସଂପାଦକ ଟଙ୍କଧର ବେହେରା, ପୂର୍ବତନ ଯୁବ ଓ ଛାତ୍ର କଂଗ୍ରେସ ସଭାପତି ସୀତାଂଶୁ ପଣ୍ଡା, ପୂର୍ବତନ ଛାତ୍ର କଂଗ୍ରେସ ସଭାପତି ଅମର
ସେନାପତି, କଂଗ୍ରେସ ଉପସଭାପତି ସୌମ୍ୟ ରଞ୍ଜନ ପ୍ରଧାନ, ଛାତ୍ର କଂଗ୍ରେସ ସଭାପତି ହିତେଶ ହୋତା, ଯୁବନେତା ସଚିଦାନନ୍ଦ ନନ୍ଦ, ପ୍ରିୟବ୍ରତସାସମଲ, ବିଶ୍ୱଭୂଷଣ ନାୟକ, ପ୍ରଦ୍ୟୁମ୍ନ ସାହୁ, ଆଶୁତୋଷ ବେହେରା, ଶାରଦା ବେହେରା, ଟିଲୁ ମହାପାତ୍ର, କୈବଲ୍ୟ ରାଉତ, ଅଜୟବେହେରା, ବିଶ୍ୱଜିତ୍ ବିଶ୍ୱାଳ, ଦେବୀ ପ୍ରସାଦ ସାହୁ, ସିଦ୍ଧାନ୍ତ ମିଶ୍ର, ମିତେସ୍ ମୁଦୁଲି, ଅବିନାଶ ଦାସ, ସୌମ୍ୟରଞ୍ଜନ ମହାନ୍ତି, ପ୍ରକାଶ ନାୟକ,ସୟଦ ସର୍ଫରାଜ ଅଲ୍ଲି, ମହମ୍ମଦ ଆରିଫ୍, ମହମ୍ମଦ ସମୀର, ସଙ୍କେତ୍ କୁମାର ରାଉ, ସତ୍ୟଜିତ୍ ଖଟୁଆ, ଅଶ୍ୱିନୀ କର, ନୀଳମାଧବ ସାହୁ, ଜୁଲୁ ସାହୁ, କୁମାର ଅଭିଜିତ୍ ପ୍ରମୁଖ ଯୋଗଦେଇଥିଲେ ।