ଅବସର ପ୍ରାପ୍ତ ପ୍ରଧାନ ଶିକ୍ଷକ ଅନନ୍ତ ଚରଣ ସ୍ୱାଇଁଙ୍କ ପରଲୋକ !

ଢ଼େଙ୍କାନାଳ ଜିଲ୍ଲା ଗଁଦିଆ ବ୍ଲକ ବାଲିଯୋରନ୍ଦା ଗ୍ରାମର ପୂର୍ବତନ ସଭାପତି ତଥା ଅବସର ପ୍ରାପ୍ତ ପ୍ରଧାନ ଶିକ୍ଷକ ଅନନ୍ତ ଚରଣ ସ୍ୱାଇଁ ଙ୍କର ପରଲୋକ ହୋଇଯାଇଛି । ସେ ପ୍ରାୟ ଚାଳିଶ ବର୍ଷରୁ ଅଧିକ ସମୟ ଶିକ୍ଷକତାରେ ବିତାଇଥିଲେ । ଗଁଦିଆ ବ୍ଲକର ନିହାଲପ୍ରସାଦ ଠାରୁ ଯୋରନ୍ଦା ପର୍ଯ୍ୟନ୍ତ ସହସ୍ରାଧିକ ପିଲା ସ୍ବର୍ଗତ ସ୍ୱାଇଁଙ୍କ ଶିକ୍ଷା ଗ୍ରହଣ କରି ରାଜ୍ୟ ଏବଂ ଦେଶର ବିଭିନ୍ନ ସଂସ୍ଥାରେ ରୋଜଗାରକ୍ଷମ ହୋଇଛନ୍ତି । ତାଛଡା ସ୍ବର୍ଗତ ସ୍ୱାଇଁ ଅବସର ନେବା ପରେ ପ୍ରାୟ ଏକ ଦଶନ୍ଧି ଗ୍ରାମର ସଭାପତି ଦାୟୀତ୍ୱ ନେଇଥିଲେ । ତାଙ୍କର ନ୍ୟାୟିକ ବିଚାର ଯୋଗୁଁ ଗ୍ରାମର କୌଣସି ବ୍ୟକ୍ତି ନ୍ୟାୟ ପାଇଁ ଥାନା କିମ୍ବା ନ୍ୟାୟାଳୟ ଯାଇନଥିଲେ । ଶିକ୍ଷାର ମହତ୍ୱ ନିଜେ ବୁଝିପାରି ନିଜର ପୁତ୍ର ଏବଂ ଜଣେ ପୁତ୍ରୀଙ୍କୁ ଶିକ୍ଷକତା ପ୍ରତି ଆକୃଷ୍ଟ କରାଇଥିଲେ ଏବଂ ସେମାନେ ଶିକ୍ଷକତା ମଧ୍ୟ କରୁଥିଲେ । ସ୍ବର୍ଗତ ସ୍ୱାଇଁ ଜଣେ କୃଷକ ମାୟାଧର ସ୍ୱାଇଁଙ୍କର ଜ୍ୟେଷ୍ଠ ପୁତ୍ର, ଇଂ.ସୁଦର୍ଶନ ସ୍ୱାଇଁ, ଜଣେ ଜଣାଶୁଣା ସିଭିଲ କଂଟ୍ରାକଟର ପଞ୍ଚାନନ ସ୍ୱାଇଁ, ସନ୍ତୋଷ ସ୍ୱାଇଁ ଓ ଚାଷୀ ଯୁଧିଷ୍ଠିର ସ୍ୱାଇଁଙ୍କର ଜ୍ୟେଷ୍ଠ ଭ୍ରାତା ଥିଲେ । ସେ ଜଣେ ଧାର୍ମିକ, ବିଦ୍ୱାନ ଏବଂ ନ୍ୟାୟ ପରାୟଣ ବ୍ୟକ୍ତ ଥିଲେ l ତାଙ୍କ ଦେହାନ୍ତ ପରେ ଗ୍ରାମ ତଥା ସ୍ଥାନୀୟ ଅଂଚଳରେ ଶୋକର ଛାୟା ଖେଳିଯାଇଥିଲା ।

Leave A Reply

Your email address will not be published.

three + sixteen =