ହିନ୍ଦୋଳ ଏନଏସି ପରିଦର୍ଶନ କଲେ ରାଜ୍ୟ ସରକାରଙ୍କ ମୁକ୍ତା ଉପଦେଷ୍ଟା ରାଜଶ୍ରୀ ମହାନ୍ତି !

ଢ଼େଙ୍କାନାଳ : ସରକାରଙ୍କ ରାଜ୍ୟ ମୁକ୍ତା ଉପଦେଷ୍ଟା ରାଜଶ୍ରୀ ମହାନ୍ତି ଢେଙ୍କାନାଳ ଜିଲ୍ଲାର ହିନ୍ଦୋଳ ଏନଏସିକୁ ପରିଦର୍ଶନ କରିଛନ୍ତି । ଶ୍ରୀମତୀ ମହାନ୍ତି ହିନ୍ଦୋଳ ଏନଏସି କାର୍ଯ୍ୟାଳୟରେ ପହଂଚିବା କ୍ଷଣି ହିନ୍ଦୋଳ ଏନଏସି ଅଧ୍ୟକ୍ଷ କେଶବ ପ୍ରଧାନ, ଉପାଧ୍ୟାକ୍ଷା ପ୍ରତିମା ରାଉତ କାର୍ଯ୍ୟାଳୟ କର୍ମଚାରୀ ଓ ମିଶନଶକ୍ତି ମହିଳାମାନେ ପୁଷ୍ପଗୁଚ୍ଛ ଓ ଉପଢୌକନ ଦେଇ ସ୍ୱାଗତ କରିଥିଲେ!ପରେ ଅଧ୍ୟକ୍ଷଙ୍କ ଦ୍ୱାରା ଆୟୋଜିତ ଏକ ସଭାରେ ମିଶନ ଶକ୍ତି ଗୋଷ୍ଠୀର ସଦସ୍ୟାମାନଙ୍କୁ ଉଦବୋଧନ ଦେବା ସହ ଗୋଷ୍ଠୀ ମାନଙ୍କ ଦ୍ୱାରା ପରିଚାଳିତ ହେଉଥିବା ବିଭିନ୍ନ କାର୍ଯ୍ୟ ସମ୍ପର୍କରେ ଆଲୋଚନା କରିଥିଲେ ଓ ସେମାନଙ୍କ ବିଭିନ୍ନ ସମସ୍ୟା ସମ୍ବନ୍ଧରେ ଆଲୋଚନା କରିଥିଲେ । ଏଥିସହ କିଭଳି ଓ କେଉଁ ଉପାୟ ଅବଲମ୍ବନ କରିଲେ ସ୍ୱୟଂସହାୟିକାଗୋଷ୍ଠୀ ମାନଙ୍କ ଦ୍ୱାରା ସ୍ୱାବଲମ୍ବୀ ହେବାପାଇଁ ବିଭିନ୍ନ କାର୍ଯ୍ୟ ଯେମିତି କି ବିଭିନ୍ନ ଦ୍ରବ୍ୟ ଉତ୍ପାଦନ ହୋଇ ମହିଳାମାନଙ୍କ ରୋଜଗାରରେ ସହାୟତା ହୋଇପାରିବ ଏବଂ ଏଥିନିମନ୍ତେ କଣକଣ ସୁଯୋଗ ରହିଛି,ନବୀନ ପଟ୍ଟନାୟକ ସରକାରଙ୍କର କଣକଣ ପ୍ରୋହାତ୍ସନ ରହିଛି ସେସମ୍ପର୍କରେ ବହୁ ଉପାଦେୟ ଆଲୋଚନା କରିଥିଲେ । ସଭାପରେ ରାଜ୍ୟ ଉପଦେଷ୍ଟା, ଏନଏସି ଅଧ୍ୟକ୍ଷ ଓ ଉପାଧ୍ୟାକ୍ଷା,ଏନଏସି ମୁକ୍ତା କର୍ମଚାରୀଙ୍କ ସହ ମିଶି ମିଶନ ଶକ୍ତି ଦ୍ୱାରା ୱାର୍ଡମାନଙ୍କରେ ହୋଇଥିବା ବିଭିନ୍ନ ଜନହିତକର ଉର୍ଣ୍ଣୟନମୂଳକ କାର୍ଯ୍ୟ ବୁଲିଦେଖିବା ସହ ହିନ୍ଦୋଳ ଏନଏସି କାର୍ଯ୍ୟରେ ସନ୍ତୋଷପ୍ରକାଶ କରି କହିଥିଲେ ଅଧ୍ୟକ୍ଷ, ଉପାଧ୍ୟାକ୍ଷା ,ସମସ୍ତ କାଉନସିଲର ଓ ସ୍ୱୟଂସହାୟିକା ମହିଳାମାନଙ୍କ ସହଯୋଗରେ ହିନ୍ଦୋଳ ଏନଏସି ର ଅଦ୍ଭୁତପୂର୍ଵ ବିକାଶ ହୋଇପାରିଛି । ମୁକ୍ତା ରାଜ୍ୟଉପଦେଷ୍ଟା ଶ୍ରୀମତୀ ରାଜଶ୍ରୀ ମହାନ୍ତି ଙ୍କ ଏହି ଗ୍ରସ୍ତ କାର୍ଯ୍ୟକ୍ରମରେ ଅଧ୍ୟକ୍ଷ କେଶବ ପ୍ରଧାନ, ଉପାଧ୍ୟକ୍ଷ ପ୍ରତିମା ରାଉତ, ମିଶନଶକ୍ତି ଗୋଷ୍ଠୀର ଶତାଧିକ ମହିଳା, ଏନଏସି କର୍ମଚାରୀ କୌଶଲ୍ୟା ନାୟକ, ସମସ୍ତ ବିଭାଗୀୟ କର୍ମଚାରୀ ଉପସ୍ଥିତ ରହିଥିଲେ ।

Leave A Reply

Your email address will not be published.

seventeen + 17 =