ଭୁବନ ରେ ପ୍ରସିଦ୍ଧ ଗଜଲକ୍ଷ୍ମୀ ପୂଜା : ୨୦ ରୁ ଉର୍ଦ୍ଧ୍ବ ମଣ୍ଡପରେ ଚାଲିଛି ମା’ଙ୍କ ପୂଜା !

ଢ଼େଙ୍କାନାଳ : ଜଗଜ୍ଜନନୀ , ଧନଦାତ୍ରି,ଅନ୍ନପୂର୍ଣ୍ଣା ମା’ ଲକ୍ଷ୍ମୀଙ୍କ ଆବାହନ ପାଇଁ ସମଗ୍ର ଭୁବନ ଉତ୍ସବ ମୁଖର ହୋଇ ପଡ଼ିଛି । ଚନ୍ଦ୍ର ଗ୍ରହଣ ସକାଶେ ସନ୍ଧ୍ୟା ୬ ଘଟିକା ସୁଦ୍ଧା ସମସ୍ତ ପୂଜା ପ୍ରତିଷ୍ଠାନରେ ମା’ ଙ୍କ ପୂଜା ଶେଷ କରାଯାଇ ପହଡ଼ ପଡ଼ିଥିଲା । ଚଳିତ ବର୍ଷ ମଉଡମଣି ପୂଜା ପ୍ରତିଷ୍ଠାନ ବଡ଼ହାଟ ସମେତ ଅରାସାହି,ଶ୍ରୀ ଶ୍ରୀ ମହାଲକ୍ଷ୍ମୀ ବଣିକ ସଂଘ,ନୂଆ ବଜାର,ବଉଳ ଛକ ,ଲତାବିଲ ( ଟୋଲଙ୍କ ବେରେଣି),ଗୋପାଳ ମଣ୍ଡପ,ଲକ୍ଷ୍ମୀ ଛକ,ବଣିଆ ସାହି,ବାଜି ଛକ,ନୂଆ ଭୁବନ ପ୍ରଭୃତି ଅଞ୍ଚଳରେ ୨୦ ରୁ ଉର୍ଦ୍ଧ୍ବ ମଣ୍ଡପରେ ପୌରାଣିକ କଥାବସ୍ତୁ ଆଧାରରେ ମୂର୍ତ୍ତି ନିର୍ମାଣ କରାଯାଇ ପୂଜା ହେଉଛି । ସୁଉଚ୍ଚ ତୋରଣ ସାଂଗକୁ ରଙ୍ଗୀନ ଆଲୋକମାଳା ରେ ଝଲସୁଛି ଭୁବନ । ଆକର୍ଷଣୀୟ ସାଜସଜ୍ଜା ସହିତ ଧୁମ୍ ଧାମ ରେ ପୂଜା ହେଉଛି ।

Leave A Reply

Your email address will not be published.

15 + nineteen =