ଉଦ୍ୟମିତା ବିକାଶ କାର୍ଯକ୍ରମ ତାଲିମ ଶିବିର ଉଦଘାଟିତ  !

ଢେ଼ଙ୍କାନାଳ : ଜିଲ୍ଲାର ଆଦିବାସୀ ଅଧ୍ୟୁଷିତ ଅଞ୍ଚଳ କଙ୍କଡ଼ାହାଡ଼ ବ୍ଲକ ସଭାଗୃହ ଠାରେ ୧୨ ଦିନିଆ ଉଦ୍ୟମିତା ବିକାଶ କାର୍ଯକ୍ରମ (ତାଲିମ ଶିବିର) ଉଦଘାଟିତ ହୋଇଯାଇଛି । ଶିଳ୍ପ ନିର୍ଦ୍ଦେଶାଳୟ , ଭୁବନେଶ୍ୱର ଆନୁକୁଲ୍ୟରେ ଏବଂ ଜିଲ୍ଲା ଶିଳ୍ପ କେନ୍ଦ୍ର ,ଢେଙ୍କାନାଳ ଓ ଜଗବନ୍ଧୁ ଜର।ଶ୍ରମ ଭୁବନ ସହଯୋଗରେ ବିଡ଼ିଓ ଯଶୋବନ୍ତ ଦେହୁରୀ ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ତାଲିମ ଶିବିର ରେ ମୁଖ୍ୟ ଅତିଥି ଭାବେ ଜିଲ୍ଲା ଶିଳ୍ପ କେନ୍ଦ୍ର ସାଧାରଣ ପରିଚାଳକ ପ୍ରମୋଦ କୁମାର ସାହୁ , ସମ୍ମାନିତ ଅତିଥି ଭାବେ କଙ୍କଡ଼ାହାଡ଼ ଜୁନିଅର କଲେଜ ଅଧ୍ୟକ୍ଷ ପ୍ରସନ୍ନ କୁମାର ସାହୁ, ଓଡ଼ିଶା ଜୀବିକା ମିଶନ ଅଧିକାରିଣୀ ଶ୍ରୀମତୀ ସରିତା ବେହେରା , ମଙ୍ଗଳ ଅଧିକାରୀ ପ୍ରଶାନ୍ତ କୁମାର ସାହୁ, ୟୁକୋ ବ୍ୟାଙ୍କ ମ୍ୟାନେଜର ବିଜନ ଜଗନ୍ନାଥ ଶତପଥୀ,ମୁଖ୍ୟବକ୍ତା ଭାବେ ଉଦ୍ୟମୀତା ବିକାଶ ଆଞ୍ଚଳିକ ଅଧିକାରୀ ଡ ସୁବ୍ରତ କୁମାର ବିଶ୍ବାଳ ଯୋଗଦେଇ ପ୍ରଶିକ୍ଷାର୍ଥୀଙ୍କୁ ୧୨ ଦିନିଆ ତାଲିମ ଶିବିର ରୁ ଉତ୍ତମ ଜ୍ଞାନ ଆହରଣ କରି ସଫଳ ଶିଳ୍ପୋଦ୍ୟୋଗୀ ହେବା ସହିତ ରାଜ୍ୟ ଓ ଦେଶର ଆର୍ଥିକ ପ୍ରଗତି ରେ ସାମିଲ ହେବାକୁ ମାର୍ଗ ଦର୍ଶନ କରିଥିଲେ । ଏହି କାର୍ଯକ୍ରମରେ ଅନୁସୂଚିତ ଜନଜାତି ବର୍ଗର ୫୦ ରୁ ଉର୍ଦ୍ଧ ପ୍ରଶିକ୍ଷ।ର୍ଥୀ ୧୨ ଦିନିଆ ଟ୍ରେନିଂ ଶିବିରରେ ଅଂଶଗ୍ରହଣ ପାଇଁ ପଞ୍ଚିକୃତ ହୋଇ ପ୍ରଶିକ୍ଷଣ ନେଇଥିଲେ। ଏହି ଶିବିରରେ ପ୍ରଶିକ୍ଷ।ର୍ଥୀ ମାନଙ୍କୁ ଶିଳ୍ପ ସମ୍ବଦ୍ଧୀୟ ସୂଚନ ଯଥା- ବ୍ଯାଙ୍କ କାରବାର , ଶିଳ୍ପ ସ୍ଥାପନା ପାଇଁ ଆନୁସଙ୍ଗିକ ଜ୍ଞାନ, କୌଶଳ, ଗ୍ରାହାକମାନଙ୍କୁ କିପରି ଆକୃଷ୍ଟ କରାଯିବ ,ଟ୍ୟାକ୍ସ ସମ୍ବଦ୍ଧୀୟ ଜ୍ଞାନ କୌଶଳ ଇତ୍ଯାଦି ସଂପକ୍ରରେ ଟ୍ରେନିଂ ଦିଆଯିବ। ଉକ୍ତ ଶିବିରକୁ ଓଡିଶାର ଦିତୀୟ ପର୍ବତ ରାଣୀ ତଥା “ଜଗବନ୍ଧୁ ଜର।ଶ୍ରମ”ର ଷ୍ଟେଟ ପ୍ରୋଜେକ୍ଟ କୋର୍ଡିନେଟର ସୁଶ୍ରୀ ବିଭାରାଣୀ ପାତ୍ର ଏବ॰ ଯୁବ ଶିଳ୍ପୋଦ୍ୟୋଗୀ ତଥା ସମାଜ ସେବୀ ପ୍ରଦୀପ ବେହେରା ପରିଚାଳନା କରିଥିଲେ । ଜଗବନ୍ଧୁ ଜରାଶ୍ରମ ସମ୍ପାଦକ ଆଶୁତୋଷ ମିଶ୍ର କାର୍ଯକ୍ରମର ସଫଳ ରୂପାଯନ ନିମନ୍ତେ ଉପସ୍ଥିତ ସମସ୍ତ ପ୍ରଶିକ୍ଷ।ର୍ଥୀଙ୍କୁ ସହଯୋଗ କରିବା ସହିତ ଏହି ତାଲିମ ଶିବିରରେ ଅଧିକରୁ ଅଧିକ ଶିଳ୍ପ ଦ୍ୟୋଗୀ ସୃଷ୍ଟି ହୋଇ ନିଜର ତଥା ପରିବାରର ଏବ॰ ସମାଜରେ ଆର୍ଥିକ ସ୍ୱାବଲମ୍ବି ହୋଇ ନିଜର ସ୍ଥିତି ସୁଦୃଢ କରିବା ସହିତ ଏକ ସୁସ୍ଥ ,ସୁନ୍ଦର ସମାଜ ଗଠନ କରିବା ପାଇଁ ପରାମର୍ଶ ଦେବାସହ ଧନ୍ୟବାଦ୍ ଅର୍ପଣ କରିଥିଲେ ।

Leave A Reply

Your email address will not be published.

one × two =